ଦୀନେଶ କାର୍ତ୍ତିକଙ୍କ ସମ୍ପର୍କରେ ଏମିତି କହିଲେ ଉତ୍ଥାପ୍ପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ଦୀନେଶ କାର୍ତ୍ତିକଙ୍କ ସମ୍ପର୍କରେ ଏମିତି କହିଲେ ଉତ୍ଥାପ୍ପା

ନୂଆଦିଲ୍ଲୀ: ବିଶ୍ୱକପ୍‌ ପାଇଁ ରିଷଭ ପନ୍ତଙ୍କ ବଦଳରେ ଦୀନେଶ କାର୍ତ୍ତିକଙ୍କୁ ଦ୍ୱିତୀୟ ୱିକେଟ୍‌ କିପର ଭାବେ ୧୫ ଜଣିଆ ଭାରତୀୟ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି। ଏହାକୁ ନେଇ କିଛି କ୍ରିକେଟ୍‌ ପଣ୍ଡିତ ପ୍ରଶ୍ନ ଉଠାଇଥିବା ବେଳେ ଆଉ କିଛି ବିସିସିଆଇ ଠିକ୍‌ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି।

ତେବେ କୋଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ ଦିନେଶ କାର୍ତ୍ତିକଙ୍କ ସମ୍ପର୍କରେ ସେହି ଦଳର ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନ୍‌ ରବୀନ ଉତ୍ଥାପ୍ପା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “କାର୍ତ୍ତିକ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ରହିବାକୁ ଯୋଗ୍ୟ ଥିଲେ। ତାଙ୍କୁ ବିଗତ ୨ ବର୍ଷର ପ୍ରଦର୍ଶନ ଅନୁସାରେ ଚୟନ କରାଯାଇଛି। ସେ ଟିମ୍‌ ଇଣ୍ଡିଆରେ ୨ ବର୍ଷ ହେଲାଣି ଶ୍ରେଷ୍ଠ ଫିନିଶର ଭାବେ ଖେଳି ଆସୁଛନ୍ତି।

ଯଦି କେହି ନିଜର ପ୍ରଦର୍ଶନ ଅନୁଯାୟୀ ବିଶ୍ୱକପ୍‌ ଟିମ୍‌ରେ ସ୍ଥାନ ପାଇବାକୁ ଯୋଗ୍ୟ ଥିଲେ, ସେ ହେଉଛନ୍ତି କାର୍ତ୍ତିକ। ଏବେ ତାଙ୍କୁ ଦଳରେ ସାମିଲ କରାଯାଇଥିବାରୁ ନ୍ୟାୟ ମିଳିଛି। ତାଙ୍କ ପ୍ରଦର୍ଶନ ହିଁ ତାଙ୍କୁ ଏଭଳି ସଫଳତା ଆଣି ଦେଇଛି।”

ଗତ ୩ ବର୍ଷ ମଧ୍ୟରେ ଦିନେଶ କାର୍ତ୍ତିକଙ୍କୁ ଟିମ୍‌ ଇଣ୍ଡିଆରେ ଯେତେଥର ସୁଯୋଗ ମିଳିଥିଲା, ସେ ତା’ର ସଦୁପଯୋଗ କରିଥିଲେ। ସେ ଗତ ୨୦ଟି ଦିନିକିଆରେ ୪୬.୭୬ ହାରରେ ୪୨୫ ରନ୍‌ କରିଛନ୍ତି। ତାଙ୍କୁ ଦଳ ୪ ନଂ ସ୍ଥାନରେ ମଧ୍ୟ ବ୍ୟାଟିଂ କରାଇ ପରୀକ୍ଷା କରିଥିଲା। ସବୁ ବେଳେ ସେ ସଫଳ ହୋଇଛନ୍ତି। କିନ୍ତୁ ଅପ୍ରତ୍ୟାଶିତ ଭାବେ ଅଷ୍ଟ୍ରେଲିଆ ବିପକ୍ଷ ୫ଟିକିଆ ଦିନିଆ ସିରିଜ୍‌ରେ ତାଙ୍କୁ ସୁଯୋଗ ମିଳି ନଥିଲା। ସେ ବିଶ୍ୱକପ୍‌ ଖେଳିବେ କି ନାହିଁ, ତା’କୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଥିଲା।



from Odisha Reporter http://bit.ly/2Xf9Xvp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages