ଧର୍ମେନ୍ଦ୍ର ପ୍ରଧାନ ଓ ପୁଲିସ କଥାକଟାକଟି, ଭାଇରାଲ୍‌ ହେଲା ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ଧର୍ମେନ୍ଦ୍ର ପ୍ରଧାନ ଓ ପୁଲିସ କଥାକଟାକଟି, ଭାଇରାଲ୍‌ ହେଲା ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ପୁଲିସ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା କଟାକଟି ହୋଇଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଗତକାଲି ବୁର୍ଲାସ୍ଥିତ MCL ହେଲିପ୍ୟାଡ୍‌ରେ ଅବତରଣ କରିଥିଲା। ଏହି ସମୟରେ କିଛି ପୁଲିସ ଅଧିକାରୀ ତାଙ୍କ ହେଲିକପ୍ଟରକୁ ଯାଞ୍ଚ କରିବାକୁ ଚାହିଁଥିଲେ। ଏହାକୁ ନେଇ ଧର୍ମେନ୍ଦ୍ର ଓ ପୁଲିସ ଅଧିକାରୀଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା। ଏହି ସମୟର ଭିଡିଓ ଭାଇରାଲ ହୋଇଛି।

ଏନେଇ ହୀରାକୁଦ ଏସ୍‌ଡିପିଓ ଶିଶୁ ରଞ୍ଜନ ମହାପାତ୍ର କହିଛନ୍ତି-“ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଗଠନ କରାଯାଇଥିବା ଟିମ୍‌ ରୁଟିନ୍‌ ଚେକ୍‌ଅପ୍‌ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ କହିଥିଲେ। ମାତ୍ର ସେ ସହଯୋଗ କରିନଥିଲେ। ବରଂ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। ଆମେ ଯାହାବି କରୁଛୁ, ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ କରୁଛୁ।”

ମାତ୍ର ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।



from Odisha Reporter http://bit.ly/2Inmrho

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages