ବଲିଉଡ୍‌ ଫିଲ୍ମ ‘ଲଭ୍‌ ହ୍ୟାକରସ୍‌’ରେ ଅଭିନୟ କରିବେ ପ୍ରିୟା ପ୍ରକାଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ବଲିଉଡ୍‌ ଫିଲ୍ମ ‘ଲଭ୍‌ ହ୍ୟାକରସ୍‌’ରେ ଅଭିନୟ କରିବେ ପ୍ରିୟା ପ୍ରକାଶ

ମୁମ୍ୱାଇ: ମାଲାୟାଲାମ୍‌ ଫିଲ୍ମ ‘ଓରୁ ଆଦାର୍‌ ଲଭ୍‌’ରୁ ରାତାରାତି ଷ୍ଟାର୍‌ ହୋଇଥିବା ପ୍ରିୟା ପ୍ରକାଶ ୱାରିଅର୍‌ଙ୍କର ବଲିଉଡ୍‌ରେ ପ୍ରଥମ ଡେବ୍ୟୁ ଫିଲ୍ମ ‘ଶ୍ରୀଦେବୀ ବଙ୍ଗଲୋ’ ରିଲିଜ୍‌ ହୋଇ ସାରିଛି। ବର୍ତ୍ତମାନ ବଲିଉଡ୍‌ରେ ସେ ତାଙ୍କର ଦ୍ୱିତୀୟ ଫିଲ୍ମ କରିବାକୁ ଯାଉଛନ୍ତି।

ସୂଚନା ଅନୁସାରେ ସେ ମୟଙ୍କ୍‌ ପ୍ରକାଶ ଶ୍ରୀବାସ୍ତବଙ୍କ ଫିଲ୍ମ ‘ଲଭ୍‌ ହ୍ୟାକରସ୍‌’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ଏହି ଫିଲ୍ମ ଏକ ସାଇବର୍‌ କ୍ରାଇମ୍‌କୁ ନେଇ ନିର୍ମାଣ ହେବାକୁ ଯାଉଛି।
ଫିଲ୍ମ ‘ଲଭ୍‌ ହ୍ୟାକରସ୍‌’ ଆସନ୍ତା ମାସର ଶେଷ ସୁଦ୍ଧା ରିଲିଜ୍‌ ହେବାକୁ ଯାଉଛି। ଏହାର ସୁଟିଂ ଲକ୍ଷ୍ନୌ,ଦିଲ୍ଲୀ ଓ ଗୁଡ଼ଗାଓଁରେ ହୋଇଛି।

ମୁମ୍ୱାଇ ମିରର୍‌କୁ ଏକ ଇଣ୍ଟରଭ୍ୟୁ ଦେଇ ପ୍ରିୟା ପ୍ରକାଶ ୱାରିୟର୍‌ କହିଛନ୍ତି, “ସାଇବର୍‌ କ୍ରାଇମ୍‌ ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ଲଭ୍‌ ହ୍ୟାକରସ୍‌’ ଏକ ପ୍ରକୃତ କାହାଣୀକୁ ନେଇ ତିଆରି ହୋଇଛି। ଅନେକ ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତିରେ ଫସି ରହିବା ପରେ ନାୟିକା କିପରି ଏଥିରୁ ମୁକ୍ତି ପାଇଛି, ତାହା ଏଥିରେ ଦେଖିବାକୁ ମିଳିବ।“

ମାଲାୟାଲାମ୍‌ ଫିଲ୍ମ ‘ଓରୁ ଆଦାର୍‌ ଲଭ୍‌’ର ଗୀତଟି ସୋଶାଲ ମିଡିଆରେ ଭାଇରାଲ୍‌ ହେବା ପରେ ପ୍ରିୟାପ୍ରକାଶ ରାତାରାତି ଇଣ୍ଟରନେଟ୍‌ର ସେନସେସନ୍‌ ପାଲଟିଥିଲେ।

ନିକଟରେ ପ୍ରିୟା ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କର ନାମ ଥିବା ‘ଶ୍ରୀଦେବୀ ବଙ୍ଗଲୋ’ ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମକୁ ନେଇ ପ୍ରିୟା ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ। ଫିଲ୍ମଟିର ଟିଜର୍‌ରେ ପ୍ରିୟାଙ୍କୁ ବାଥ୍‌ଟବ୍‌ରେ ମୃତ ଭାବରେ ପଡ଼ି ରହିଥିବା ଦେଖାଯାଇଥିଲା। ଯାହା ଶ୍ରୀଦେବୀଙ୍କ ମୃତ୍ୟୁ ସହିତ ମେଳ ଖାଉଥିଲା।

କିନ୍ତୁ ପରେ ନିର୍ଦ୍ଦେଶକ ଫିଲ୍ମଟି ଶ୍ରୀଦେବୀଙ୍କ ଜୀବନୀ ଉପରେ ଆଧାରିତ ନୁହେଁ ବୋଲି ସ୍ପଷ୍ଟ କରିଥିଲେ। ଟିଜର୍‌ର ସେହି ଦୃଶ୍ୟଟି କେବଳ ଦର୍ଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଦିଆଯାଇଥିଲା ବୋଲି କହିଥିଲେ।



from Odisha Reporter http://bit.ly/2vk5ZWC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages