ନିରବ ମୋଦିଙ୍କ ଜାମିନ୍‌ ଆବେଦନ ଖାରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ନିରବ ମୋଦିଙ୍କ ଜାମିନ୍‌ ଆବେଦନ ଖାରଜ

ନୂଆଦିଲ୍ଲୀ: ପଳାତକ ଘୋଷିତ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଜାମିନ୍‌ ଆବେଦନକୁ ଆଜି ଲଣ୍ଡନର ଏକ କୋର୍ଟ ଖାରଜ କରିଦେଇଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଋଣ ଜାଲିଆତି କରି ଫେରାର ହୋଇଯାଇଥିବା ନିରବ ମୋଦିଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ବ୍ୟବସ୍ଥା ଚାଲିଛି। ଏଭଳି ସ୍ଥିତିରେ ତାଙ୍କ ଜାମିନ୍‌ ଆବେଦନ ଖାରଜ ହେବା ନିରବଙ୍କୁ ଶକ୍ତ ଝଟ୍‌କା ସଦୃଶ ହୋଇଛି। କୋର୍ଟ ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ।

ଭାରତରୁ ୧୧ ହଜାର କୋଟିର ଋଣ ନେଇ ନିରବ ମୋଦି ଲଣ୍ଡନ୍‌ ପଳାଇଥିଲେ। ତାଙ୍କୁ ଗତମାସରେ ଗିରଫ କରାଯାଇଛି। ସେବେଠାରୁ ସେ ଦକ୍ଷିଣ ପଶ୍ଚିମ ଲଣ୍ଡନର ୱାଣ୍ଡସଓର୍ଥ ଜେଲ୍‌ରେ ରହିଛନ୍ତି। ଗତଥରର ଶୁଣାଣି ବେଳେ ନିରବ ତାଙ୍କ ବିରୋଧରେ ସାକ୍ଷ୍ୟ ଦେଉଥିବା ବ୍ୟକ୍ତିଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା। ଏଥିସହ ନିରବ ତାଙ୍କ ବିରୋଧରେ ଥିବା ପ୍ରମାଣଗୁଡ଼ିକୁ ନଷ୍ଟ କରିଦେବାକୁ ମଧ୍ୟ ଉଦ୍ୟମ କରୁଥିବା ଜଣାପଡ଼ିଥିଲା। ଏହି କାରଣରୁ କୋର୍ଟ ତାଙ୍କ ଜାମିନ୍‌ ଆବେଦନ ଖାରଜ କରି ଦେଇଛନ୍ତି।



from Odisha Reporter http://bit.ly/2PwbtXF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages