ବଲିଉଡ଼ର ଟପ୍‌ ହିରୋଇନଙ୍କୁ ଶାଢି ପିନ୍ଧାଉଥିବା ମହିଳା କିଏ ଜାଣିଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

 ବଲିଉଡ଼ର ଟପ୍‌ ହିରୋଇନଙ୍କୁ ଶାଢି ପିନ୍ଧାଉଥିବା ମହିଳା କିଏ ଜାଣିଛନ୍ତି କି ?

ମୁମ୍ୱାଇ: ଦୀପିକା ପାଦୁକୋନ, ସୋନମ କପୁର, ପ୍ରିୟଙ୍କା ଚୋପ୍ରା ପରି ବଲିଉଡ଼ ଦିଭାଙ୍କ ବିବାହକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ବିବାହ ସମୟରେ ସେ ପିନ୍ଧିଥିବା ଶାଢି, ଗାଉନ ତଥା ଲେହେଙ୍ଗା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ସେହିପରି ବିଜନେସ୍‌ ଟାଇକୁନ ମୁକେଶ ଅମ୍ୱାନୀଙ୍କ ପୁଅ, ଝିଅ ବିବାହରେ ନୀତା ଅମ୍ୱାନୀ , ଇଶା ଅମ୍ୱାନୀ, ତଥା ଶ୍ଲୋକା ମେହେଟ୍ଟାଙ୍କ ଆଖି ଝଲସାଇଲା ଭଳି  ଶାଢି ପିନ୍ଧାକୁ ମଧ୍ୟ ସୋଶାଲ ମିଡ଼ିଆରେ ବେଶ୍‌ ତାରିଫ ମିଳିଥିଲା। ହେଲେ ଆପଣ ଜାଣଛନ୍ତି କି,  ସେମାନଙ୍କୁ ଶାଢି ପିନ୍ଧାଇଥିବା ମହିଳାଜଣକ କିଏ ? ସିଏ ହେଉଛନ୍ତି ବାଙ୍ଗାଲୋରର ଡଲି ଜୈନ।

ନିଜେ ଜିନ୍ସ, ଟି-ଶାର୍ଟରେ କମ୍ଫଟେବୁଲ ରହୁଥିବା ଡଲି କେବେ ଭାବି ନ ଥିଲେ ଶାଢି ପିନ୍ଧାଇବାକୁ ସେ କ୍ୟାରିଅର କରିବେ। ବଲିଉଡ଼ର ଟପ୍‌ ଆକଟ୍ରେସ୍‌ ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି କରିସ୍ମା, କରିନା, ଦୀପିକା, ଅନୁଷ୍କାଙ୍କୁ ଭିନ୍ନ ଭିନ୍ନ ଶୈଳୀରେ ଶାଢି ପିନ୍ଧାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ଗୋଟିଏ ଶାଢିକୁ ଡଲି ସାଢେ ୧୮ ସେକେଣ୍ଡରେ ପିନ୍ଧିପାରନ୍ତି। ଗୋଟିଏ ଶାଢିକୁ ୩୨୫ ପ୍ରକାର ପିନ୍ଧାଇ ପାରିବାର ରେକର୍ଡ ତାଙ୍କ ନାମରେ ଅଛି । ଏଥିପାଇଁ  ଲିମକା ବୁକ୍ ଅଫ୍‌ ରେକର୍ଡସ୍‌ରେ ମଧ୍ୟ ସେ ସ୍ଥାନ ପାଇଛନ୍ତି।

ଆଜି ବଲିଉଡ଼ର ବହୁ ଟପ୍‌ ହିରୋଇନ୍‌ଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ଡଲି। ବଲିଉଡ଼ରେ ଏଣ୍ଟ୍ରି ବିଷୟରେ ଡଲି କହିଲେ, ମୁଁ କେବେ ସ୍ୱପ୍ନରେ ବି ଭାବି ନ ଥିଲି ଯେ, ବଲିଉଡ଼ର ଟପ୍‌ ହିରୋଇନଙ୍କୁ ଶାଢି ପିନ୍ଧାଇବି। କାରଣ ମୁଁ ଘର ଆଖପାଖରେ ଛୋଟ ଛୋଟ ବାହାଘରରେ ଝିଅଙ୍କୁ  ଶାଢି ପିନ୍ଧାଇ ଖୁବ୍‌ ଖୁସି ଥିଲି। ମୋର ଜଣେ ବନ୍ଧୁ ମୁମ୍ୱାଇରେ ରହୁଥିବା ବେଳେ ସେ ମୋତେ ଏଠାକୁ ନେଇ ଆସିଥିଲେ।

ମୁଁ ପ୍ରଥମେ ଶ୍ରୀଦେବୀଙ୍କୁ ଶାଢି ପିନ୍ଧାଇଥିଲି। ପ୍ରଥମେ ଯେବେ ମୁଁ ତାଙ୍କୁ ଦେଖିଲି ବିଶ୍ୱାସ କରି ପାରିଲି ନାହିଁ ଯେ,  ଏପରି ଟପ୍‌ ହିରୋଇନଙ୍କୁ ଶାଢି ପିନ୍ଧାଇବାର ସୌଭାଗ୍ୟ ମୋତେ ମିଳିଛି ।

ବଲିଉଡ଼ର ଟପ୍‌ ଆକ୍ରଟ୍ରେସ୍‌ଙ୍କୁ ନିଜ ହାତରେ ଶାଢି ପିନ୍ଧାଇଥିବା ଡଲିଙ୍କୁ କେବେ କି ଶାଢି ପିନ୍ଧିବା ପସନ୍ଦ ନ ଥିଲ।। ବିବିସି ସହିତ ହୋଇଥିବା ସାକ୍ଷାତକାରରେ ଡଲି କହିଥିଲେ ଯେ,  ବାଙ୍ଗାଲୋରରେ ବଢିଥିବାରୁ ମୁଁ ସବୁବେଳେ ଜିନ୍ସ ପିନ୍ଧିବାକୁ ପସନ୍ଦ କରୁଥିଲି। କିନ୍ତୁ କଲିକତାରେ ବିବାହ ହେବା ପରେ ମୋ ଦୁନିଆ ଯେପରି ବଦଳିଗଲା। ଶାଶୁ ଘରେ କେବଳ ଶାଢି ପିନ୍ଧିବାକୁ ଅନୁମତି ପାଇଲି।  ଏଥିପାଇଁ ମୋତେ ଘଣ୍ଟା ଘଣ୍ଟା ଲାଗି ଯାଉଥିଲା।

କିନ୍ତୁ ନିଜ ମନୋବଳକୁ ଦୃଢ କଲି ଏବଂ ନିଜକୁ ବୁଝାଇଲି। ଭାବିଲି ଯଦି ମୋତେ ଶାଢି ପିନ୍ଧିବାର ଅଛି ତେବେ ଏହାକୁ ଭିନ୍ନ ଭିନ୍ନ ଷ୍ଟାଇଲରେ କାହିଁକି ନ ପିନ୍ଧିବି, ଯେପରି ଏହା ଲୋକଙ୍କୁ ଆକୃଷ୍ଟ କରି ପାରିବ।  ଏହାପରେ ଭିନ୍ନ ଭିନ୍ନ ଶୈଳୀରେ ଶାଢି ପିନ୍ଧିବା ପ୍ରତି ନିଜ ଆଗ୍ରହ ବଢାଇଲି।

ଡଲି ଯେବେ ବି ଆଖପାଖକୁ କୌଣସି ବିବାହ କିମ୍ୱା ଫଙ୍କସନ୍‌ ଆଟେଣ୍ଡ କରିବାକୁ ଯାଉଥିଲି, ସେଠାରେ ସମସ୍ତେ ତାଙ୍କ ଶାଢି ପିନ୍ଧା ଶୈଳୀକୁ ଖୁବ୍‌ ପସନ୍ଦ କରୁଥିଲେ। ଏହାପରେ  ସେ ଏହାକୁ କ୍ୟାରିଅର କରିବା ଉପରେ ଗୁରୁତ୍ୱ  ଦେଲେ ।ଲିମକା ବୁକ୍‌ ଅଫ ରେକର୍ଡରେ ନିଜ ନାମ ସାମିଲ କରି ପାରିଥିବା ଡଲି କହିଛନ୍ତି,  ଏହାକୁ କ୍ୟାରିଅର କରିବା ନିମନ୍ତେ ପ୍ରଥମେ ପ୍ରଥମେ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି।

କାରଣ ଲୋକେ ଭାବୁଥିଲେ କି  ଶାଢି ପିନ୍ଧାଇବା ମୋର ଏକ ସଉକ। ଏ ନେଇ ମୋ ବାପାଙ୍କୁ କହିବାରୁ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ  ସୃଷ୍ଟି କରିବାକୁ  ଚାହୁଁଥିଲେ, ପ୍ରଥମେ ନିଜ କାମ ବିଷୟରେ ଦୁନିଆକୁ ଜଣାଅ ବୋଲି କହିଥିଲେ।  ଏହାପରେ ନିଜ କାମ ଉପରେ ବିଶ୍ୱାସ ରଖି ସେଥିରେ ମନୋନିବେଶ କଲି।

ଶାଶୁ ଘରେ ସମସ୍ତେ ରାତିରେ ଶୋଇପଡିବା ପରେ ମୁଁ ମୋ କାମ ଆରମ୍ଭ କରି ଦେଉଥିଲି। ରାତି ୧୧ଟାରୁ ଭୋର ୩ଟା ପର୍ଯ୍ୟନ୍ତ କଣ୍ଢେଇକୁ ଭିନ୍ନ ଭିନ୍ନ ଶୈଳିରେ କିପରି ଶାଢି ପିନ୍ଧାଇବି ସେହି ଚେଷ୍ଟା ଜାରି ରଖୁଥିଲି। ଏହାପରେ ଯେତେବେଳେ ଗୋଟିଏ ଶାଢିକୁ ୮୦ ପ୍ରକାର ପିନ୍ଧାଇବା କଳା ଶିଖିଗଲି, ଏହାର ଏକ ସିଡ଼ି ପ୍ରସ୍ତୁତ କରି ଲିମକା ବୁକ୍ ଅଫ୍‌ ରେକର୍ଡସ୍‌କୁ ପଠାଇଲି।  ସେମାନେ ମୋ କାମ ଦ୍ୱାରା ବହୁ ଖୁସି ହୋଇ ମୋତେ ପୁରସ୍କୃତ କଲେ। ହେଲେ ମୁଁ ସନ୍ତୁଷ୍ଟ ହୋଇ ପାରିଲି ନାହିଁ।  ଏହାପରେ  ନିଜ ଅଭ୍ୟାସ ଜାରି  କିଛି ଦିନ ପରେ ଗୋଟିଏ ଶାଢିକୁ ୩୨୫ ପ୍ରକାର ପିନ୍ଧିବା ଶିଖିଗଲି । ଏହା ଆଜି ମୋତେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।



from Odisha Reporter http://bit.ly/2UpuOPQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages