ଆମେଠି ପାଇଁ ନାମାଙ୍କନ ଭରିଲେ ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ଆମେଠି ପାଇଁ ନାମାଙ୍କନ ଭରିଲେ ରାହୁଲ ଗାନ୍ଧି

ଆମେଠି (ଉତ୍ତର ପ୍ରଦେଶ): ଉତ୍ତର ପ୍ରଦେଶର ଆମେଠି ଲୋକସଭା ଆସନ ପାଇଁ କଂଗ୍ରେସ ଅଧ୍ଯକ୍ଷ ରାହୁଲ ଗାନ୍ଧି ନାମାଙ୍କନ ଭରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ସାଙ୍ଗରେ ଭଉଣୀ, ଭିଣୋଇ, ଭଣଜା, ଭାଣଜୀ ଓ ମାଆ ସୋନିଆ ଗାନ୍ଧି ରାହୁଲଙ୍କ ସହ ଉପସ୍ଥିତ ଥିଲେ।
ନାମାଙ୍କନ ଦାଖଲ କରିବା ପୂର୍ବରୁ ଏକ ବିରାଟ ରାଲି କରିଥିଲେ କଂଗ୍ରେସ ଅଧ୍ଯକ୍ଷ। ଏଥର ରାହୁଲ ଗାନ୍ଧି ପ୍ରଥମଥର ପାଇଁ ଦୁଇଟି ଆସନ ଆମେଠି ଓ କେରଳର ୱାୟନାଡ଼ ଆସନରୁ ଲଢ଼ୁଛନ୍ତି। ଏପ୍ରିଲ ୪ ତାରିଖରେ ୱାୟନାଡ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି ରାହୁଲ ଗାନ୍ଧି।
ତେବେ ଦ୍ବିତୀୟ ଥର ପାଇଁ ରାହୁଲଙ୍କ ସହ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସ୍ମୃତି ଇରାନୀ। ଉତ୍ତର ପ୍ରଦେଶରେ ଏସପି-ବିଏସପି-ଆରଏଲଡ଼ି ମେଣ୍ଟ ହୋଇଥିବାବେଲେ ଆମେଠି ଓ ରାଏବରେଲି ଆସନରେ କୌଣସି ପ୍ରାର୍ଥୀ ଦେବେ ନାହିଁ ବୋଲି ମହାମେଣ୍ଟ ନିଷ୍ପତ୍ତି ନେଇଛି।
ସୋନିଆ ଗାନ୍ଧି ରାଲିରେ ସାମିଲ ହୋଇନଥିଲେ କିନ୍ତୁ ନାମାଙ୍କନ ଦାଖଲ ବେଳେ ଜିଲ୍ଲାପାଳ କାର୍ଯ୍ଯାଳୟରେ ରାହୁଲଙ୍କ ସହ ଦେଖିବାକୁ ମିଳିଥିଲା। ମେ ୬ରେ ଆମେଠି ଲୋକସଭା ଆସନ ପାଇଁ ମତଦାନ ହେବ।


from Odisha Reporter http://bit.ly/2Gcefyf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages