
ନୂଆଦିଲ୍ଲୀ: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମତଦାନ ପରେ ଏକ ଅଜବ ତଥ୍ୟ ସାମ୍ନାକୁ ଆସିଛି। ନିର୍ବାଚନ କମିଶନଙ୍କଠାରୁ ମିଳିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି, ‘ଅନ୍ୟାନ୍ୟ’ ବର୍ଗରେ ୯ ଜଣ ଭୋଟ୍ ଦେବାକୁ ଯୋଗ୍ୟ ଥିଲେ ବା ତାଲିକାଭୁକ୍ତ ଥିଲେ। କିନ୍ତୁ ପରେ ଜଣାପଡ଼ିଛି, ଏହି ବର୍ଗରୁ ମୋଟ ୧୯୧୨ ଜଣ ଭୋଟ୍ ଦେଇଛନ୍ତି।
ସିଧା ସିଧା କହିବାକୁ ଗଲେ ଆଣ୍ଡାମାନ ନିକୋବରରେ ୯ ଜଣ ତୃତୀୟ ଲିଙ୍ଗ ବର୍ଗରେ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିଲେ। କିନ୍ତୁ ଭୋଟ୍ଗ୍ରହଣ ପରେ ତଥ୍ୟରୁ ଜଣାପଡ଼ିଛି ଏହି ବର୍ଗର ୧୯୧୨ ଜଣ ଭୋଟ୍ ଦେଇଛନ୍ତି।
ଅନ୍ୟପକ୍ଷରେ ଏହି ସ୍ଥାନରେ ବ୍ୟାପକମାତ୍ରାରେ ଭିଭିପ୍ୟାଟ୍ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଏହି ହିସାବକୁ ଟାଇପିଂ ମିଷ୍ଟେକ୍ ବୋଲି କୁହାଯାଇଥିଲା। କିନ୍ତୁ ଅନ୍ୟ ବର୍ଗର ଭୋଟ୍ ଏବଂ ମୋଟ ମତଦାନକୁ ହିସାବ କଲେ ଜଣାଯାଏ ତଥ୍ୟ ଠିକ୍ ଅଛି, କିନ୍ତୁ ୯ ସ୍ଥାନରେ ୧୯୧୨ ହୋଇଯାଇଛି।
from Odisha Reporter http://bit.ly/2vlUYnI
No comments:
Post a Comment