‘କ୍ଷମତାକୁ ଆସିଲେ ହଟିବ ଧାରା ୩୭୦’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

‘କ୍ଷମତାକୁ ଆସିଲେ ହଟିବ ଧାରା ୩୭୦’

ରାଞ୍ଚି: ବିଜେପି ଯଦି ଦ୍ୱିତୀୟ ଥର କ୍ଷମତାକୁ ଆସେ ତାହେଲେ ଜମ୍ମୁ କଶ୍ମୀରରେ ପ୍ରଚିଳତ ସମ୍ବିଧାନର ଧାରା ୩୭୦ ହଟିବ। ଝାରଖଣ୍ଡର ପାଲାମୁ ଜିଲ୍ଲାରେ ଏକ ରାଲିରେ ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ।

 

କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଥିବା ବେଳେ ପାକିସ୍ତାନ ବାରମ୍ୱାର ଭାରତକୁ ଆକ୍ରମଣ କରୁଥିଲା। ଏପରିକି ଯବାନଙ୍କ ମୁଣ୍ଡକାଟ ଭଳି ଘଟଣା ଘଟିଥିଲା। ସେ ଆହୁରି ମଧ୍ୟ କହିଥିଲେ, ଆମେ ଦେଶର ସୁରକ୍ଷା ସହିତ ବୁଝାମଣା କରିପାରିବାନି। ପାକିସ୍ତାନ କଶ୍ମୀରକୁ ଭାରତଠାରୁ ଛଡ଼ାଇ ନେବାକୁ ଚାହୁଁଛି, ଆମେ କଦାପି ଏପରି ହେବାକୁ ଦେବୁନି। ସେପଟୁ ଗୁଳି ଆସିଲ, ଆମେ ଏପଟୁ ଗୋଳା ପଠାଇବୁ ବୋଲି ସେ କହିଛନ୍ତି। 

 

ନିକଟରେ ଜମ୍ମୁକଶ୍ମୀରର ନ୍ୟାସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା ପୂର୍ବରୁ ଜମ୍ମୁକଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ବାବଦରେ କହିବାକୁ ନେଇ ଶାହ କହିଛନ୍ତି, କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ସେ ଲୋକଙ୍କୁ ପାଲଟା ପଚାରିଥିଲେ, ଦେଶର ୨ଜଣ ପ୍ରଧାନମନ୍ତ୍ରୀ ରହିବା ଉଚିତ କି ? 

 

 

ସେ ଆହୁରି ମଧ୍ୟ କହିଛନ୍ତି, ଦେଶ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ବାଛିବା ପରଠାରୁ ଦେଶର ସୁରକ୍ଷା ନିଶ୍ଚିତ ହୋଇଛି। ଯେତେବେଳେ ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌କୁ ନେଇ ଦେଶ ଉତ୍ସବ ମନାଉଥିଲା, କଂଗ୍ରେସ ଏବଂ ପାକିସ୍ତାନ ଉପରେ ଦୁଃଖର କଳାବାଦଲ ଛାଇଯାଇଥିଲା।

 



from Odisha Reporter http://bit.ly/2VsDODE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages