
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ରାଜନୀତି ଏଥର ନୂଆ ମୋଡ ନେବ। ଏହି ଲୋକସଭା ନିର୍ବାଚନ ମଣ୍ଡଳୀର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ପ୍ରମୁଖ ଥିବା ପାଟକୁରା ବିଧାନସଭା ପାଇଁ ନିର୍ବାଚନ ଆସନ୍ତା ୪ର୍ଥ ପର୍ଯ୍ୟାୟ ଏପ୍ରିଲ୍ ୨୯ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ନିର୍ବାଚନ ହେବା ନେଇ ଆଶଙ୍କା ଦେଖାଦେଇଛି। ଏଠାରୁ ବିଜେଡିର ବିଧାୟକ ପ୍ରାର୍ଥୀ ଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ଆଜି ସକାଳେ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହେବା ପରେ ଏଠାରେ ନିର୍ବାଚନ ପ୍ରକ୍ରିୟା ବନ୍ଦ ହୋଇପାରେ ବୋଲି କୁହାଯାଉଛି।
ସାମ୍ବିଧାନିକ ବିଧି ବ୍ୟବସ୍ଥା ମୁତାବକ ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ୱିତ ଥିବା ବେଳେ କୌଣସି ଦଳୀୟ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ସେଠାରେ ନିର୍ବାଚନ ରଦ୍ଦ କରିଦିଆଯାଏ। ଏହି କ୍ରମରେ ଦେଖିବାକୁ ଗଲେ ନିର୍ବାଚନ କମିଶନର କୌଣସି ମୁର୍ହୂତ୍ତରେ ଏଠାରେ ନିର୍ବାଚନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି। ସମ୍ବିଧାନ ବିଶେଷଜ୍ଞ ମତରେ ନିର୍ଦ୍ଧାରିତ ସମୟରେ ଏଠାରେ କେବଳ ଲୋକସଭା ନିର୍ବାଚନକୁ ଓ ଏହା ଅଧିନରେ ଥିବା ୬ ବିଧାନସଭା କ୍ଷେତ୍ରରେ ନିର୍ବାଚନ ପାଇଁ ଅନୁମତି ମିଳିପାରେ। ହେଲେ ପାଟକୁରା ପାଇଁ ନିର୍ବାଚନ ବନ୍ଦ ରହିବ। ଅତିକମ୍ରେ ୬ ମାସ ମଧ୍ୟରେ ଏଠାରେ ସାନି ନିର୍ବାଚନ ପାଇଁ ଅନୁମତି ଦିଆଯିବ। ହେଲେ ଆବଶ୍ୟକ ସ୍ଥଳେ ସମ୍ବିଧାନର ୩୨୪ ଧାରାର ଅନୁପାଳନରେ ପାଟକୁରା ପାଇଁ କେବଳ ଲୋକସଭା ନିର୍ବାଚନ ଲାଗି ଭୋଟ୍ ଦେବାକୁ ନିର୍ବାଚନ କମିଶନ ଅନୁମତି ଦେଇପାରନ୍ତି ବୋଲି କୁହାଯାଉଛି।
ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ପରଲୋକ
from Odisha Reporter http://bit.ly/2VQQIbn
No comments:
Post a Comment