ସଲ୍‌ମାନ୍‌ଙ୍କ ଏହି ଫିଲ୍ମ ବଦଳାଇ ଦେଇଥିଲା କରନ୍‌ଙ୍କ ଭାଗ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ସଲ୍‌ମାନ୍‌ଙ୍କ ଏହି ଫିଲ୍ମ ବଦଳାଇ ଦେଇଥିଲା କରନ୍‌ଙ୍କ ଭାଗ୍ୟ

karana

ମୁମ୍ବାଇ: ପ୍ରଯୋଜକ ଭାବରେ କରନ୍‌ ଜୋହରଙ୍କ ବହୁ ପ୍ରତିକ୍ଷିତ  ଫିଲ୍ମ ‘କଲଙ୍କ’ ଏବେ ସବୁ ସିନେମା ଘରେ ରିଲିଜ୍‌ ହୋଇ ସାରିଛି। ଫିଲ୍ମକୁ ଦର୍ଶକଙ୍କ ମିଶ୍ର  ପ୍ରତିକ୍ରିୟା ମିଳିଛି। ତେବେ ଏହା ପୂର୍ବରୁ କରନ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଅନେକ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି।

କରନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଅନ୍ୟ ଫିଲ୍ମ ନିର୍ମାତାଙ୍କ ଅପେକ୍ଷା ଏକ ଭିନ୍ନ ଝଲକ ଦେଖିବାକୁ ମିଳେ। ତେବେ ଆପଣ ଜାଣିଛନ୍ତି,  ସଲମାନଙ୍କ ଏକ ଫିଲ୍ମରୁ ନିର୍ଦ୍ଦେଶକ ହେବାକୁ କରନ୍‌ଙ୍କୁ ପ୍ରେରଣା ମିଳିଥିଲା। ସେ ଫିଲ୍ମଟି ହେଉଛି ‘ହମ୍‌ ଆପ୍‌କେ ହୈ କୌନ’। ଏହି ଫିଲ୍ମଟି ୧୯୯୪ ମସିହାରେ ରିଲିଜ୍‌ ହୋଇଥିଲା।

କରନ୍‌ଙ୍କ କହିବା ଅନୁଯାୟୀ, ସେ ‘ହମ୍‌ ଆପ୍‌କେ ହେ କୌନ୍‌’ ଫିଲ୍ମ ଦେଖିବା ପରେ ନିର୍ମାତା ହେବାକୁ ମନସ୍ଥ କରିଥିଲେ। ଏହି ଫିଲ୍ମ ରିଲିଜ୍‌ ହେବାର ଦୁଇ ଦଶକ ପରେ କରନ୍‌ ଏହି ଫିଲ୍ମ ପାଇଁ ଏକ ସ୍ପେଶାଲ୍‌ ନୋଟ୍‌ ଲେଖି ଟ୍ୱିଟରରେ ଶେଆର୍‌ କରିଥିଲେ। ତେବେ ଏହି ଫିଲ୍ମ କେବଳ କରନ୍‌ଙ୍କ ଜୀବନ ନୁହେଁ ସଲମାନଙ୍କୁ ମଧ୍ୟ ଏକ ନୂଆ ପରିଚୟ ଦେଇଥିଲା। ଫିଲ୍ମ ନିର୍ମାତା ଭାବେ କରନ୍‌ ବଲିଉଡ୍‌ରେ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିଥିଲେ। ଯାହା ବକ୍ସ ଅଫିସରେ ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହୋଇଥିଲା ।



from Odisha Reporter http://bit.ly/2DnyaYZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages