
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଲିବେରେସନ୍ ଫ୍ରଣ୍ଟ(ଜେକେଏଲଏଫ୍) ଅଧ୍ୟକ୍ଷ ୟାସିନ୍ ମାଲିକ ଏପ୍ରିଲ ୨୨ ଯାଏ ଏନ୍ଆଇଏ ହେଫାଜତରେ ରହିବେ। ଆଜି ଟେରର ଫଣ୍ଡିଂ ମାମଲାରେ ଏନ୍ଆଇଏ ତାଙ୍କୁ ଗିରଫ କରିବା ପରେ ଦିଲ୍ଲୀର ଏକ କୋର୍ଟରେ ହାଜରେ କରିଥିଲା। ଏହାପରେ କୋର୍ଟ ତାଙ୍କୁ ଏନ୍ଆଇଏ ହେଫାଜତକୁ ପଠାଇ ଦେଇଛନ୍ତି।
ଆଡିସିନାଲ ସେସନ୍ସ ବିଚାରପତି ରାକେଶ ସାୟଲଙ୍କ ନିକଟରେ ଏନ୍ଆଇଏ ପକ୍ଷରୁ ୟାସିନ୍ଙ୍କୁ ନିଜ ହେଫାଜତକୁ ନେବାକୁ ଆବେଦନ କରାଯାଇଥିଲା। ଏହାପରେ ବିଚାରପତି ତାଙ୍କୁ ୧୨ ଦିନ ପାଇଁ ଏନ୍ଆଇଏ ହେଫାଜତକୁ ପଠାଇ ଦେଇଛନ୍ତି।
ୟାସିନ୍ ମାଲିକଙ୍କୁ ମଙ୍ଗଳବାର ଜମ୍ମୁର କୋଟ ବାଲୱାଲ ଜେଲ୍ରୁ ତିହାର ଜେଲକୁ ଅଣାଯାଇଥିଲା। ଏଠାରେ ଏନ୍ଆଇଏ ତାଙ୍କୁ ଜେରା କରିବା ସହ ଆଜି ଗିରଫ କରିଥିଲା। ମାର୍ଚ୍ଚ ୭ରେ ପବ୍ଲିକ ସେପ୍ଟଟି ଆକ୍ଟ(ପିଏସ୍ଏ)ଅନୁଯାୟୀ ଗିରଫ କରାଯାଇ ଜେଲ ପଠାଯାଇଥିଲା। ଏବେ ଏନ୍ଆଇଏରେ ତାଙ୍କୁ ଟେରର ଫଣ୍ଡିଂ ମାମଲାରେ ଜେରା କରି ତଥ୍ୟ ସଂଗ୍ରହ କରିବ।
ଅନ୍ୟପକ୍ଷରେ ଗତମାସରେ କେନ୍ଦ୍ର ସରକାର ୟାସିନଙ୍କ ଜେକେଏଲ୍ଏଫ୍ ସଂଗଠନକୁ ଅସିଦ୍ଧ ଘୋଷଣା କରିଥିଲେ। ଏହି ସଂଗଠନ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା।
from Odisha Reporter http://bit.ly/2X1WbfQ
No comments:
Post a Comment