ମାଟିର ପୁଅ, ମାଟିର ସେବା କରିବାକୁ ଆସିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ମାଟିର ପୁଅ, ମାଟିର ସେବା କରିବାକୁ ଆସିଛି

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭବେ ଲଢୁଛନ୍ତି ଉମାବଲ୍ଲଭ ରଥ। ୧୯୯୦ ନିର୍ବାଚନରେ ଆଠଗଡ଼ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ। ହେଲେ ତା ପରେ ପୁରୀ ରାଜନୀତିରେ ନିଜକୁ ହଜାଇ ଦେଇଥିଲେ ସେ । ଏବେ ଘର ପୁଅ ବାହୁଡ଼ି ଆସିଛି। ‘ମାଟିର ପୁଅ ମାଟିର ସେବା କରିବ’ ଏହି ନାରା ଦେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ଉମା ରଥ । ୧୯୯୦ରୁ ୨୦୧୯ ପର୍ଯ୍ୟନ୍ତ ଆଠଗଡ଼କୁ ନିଜ କବ୍‌ଜାରେ ରଖିଥିବା ରଣେନ୍ଦ୍ର ସ୍ୱାଇଁ ଓ ମୋଦି ହାୱାକୁ ପାଥେୟ କରି ବିଜୟ ପଥରେ ଅଗ୍ରସର ହେଉଥିବା ବ୍ରଜେନ୍ଦ୍ର ରାଏଙ୍କୁ ସେ କିପରି ଟକ୍କର ଦେବେ ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା…..

ପ୍ରଶ୍ନ : ଦୀର୍ଘ ୩୦ ବର୍ଷ ହେଲା ଆଠଗଡକୁ ନିଜ କବ୍‌ଜାରେ ରଖିଛନ୍ତି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆପଣ ଏ ମାଟିରେ ନୂଆ । କେମିତି ସାମ୍ନା କରିବ ଏହି ଚ୍ୟାଲେଞ୍ଜକୁ ?

ଉତ୍ତର: ଏଇ ମାଟିର ପୁଅ ମୁଁ।  ଏହାର ମାଟି, ପାଣି, ପବନରେ ବଡ଼ ହୋଇଛି। ରାଜନୀତି କରିବା ଶିଖିଛି। ନୂଆ କାହିଁକି ହେବି ?  ଏବେ ‘ମାଟିର ପୁଅ, ମାଟିର ସେବା କରିବାକୁ ଫେରି ଆସିଛି।’  ‌ଆଉ ଭେଟେରାନ ବିଧାୟକ ଯାହାକୁ କହୁଛନ୍ତି, ମୁଁ ତାଙ୍କୁ ଭାବେ ଜଣେ ଭେଟେରାନ ବେପାରୀ। ତେଣୁ ତାଙ୍କୁ କ’ଣ ଚ୍ୟାଲେଞ୍ଜ ଦେବି ?

ପ୍ରଶ୍ନ: କେମିତି ସାମ୍ନା କରିବେ ଆଠଗଡ଼ବାସୀଙ୍କୁ ?

ଉତ୍ତର: ଆଠଗଡ ଗୋଟିଏ ସମସ୍ୟାବହୁଳ ଅଞ୍ଚଳ ହୋଇ ଯାଇଛି। ୩୦ ବର୍ଷ ଧରି ବିଧାୟକ ରହି ଏଠାରେ ଥିବା କୃଷି, ଶିଳ୍ପକୁ ମାରି ଦେଇଛନ୍ତି। ଏଠାରେ ଥିବା ନୂଆପାଟଣା ସୂତାକଳ ବନ୍ଦ କରି ହୋଇଯାଇଛି ।  ଶିଳ୍ପ ବନ୍ଦ ହୋଇଗଲା। ଶୀତଳଭଣ୍ଡାରରେ ତାଲା ପଡ଼ିଲା। ଦୀର୍ଘ ବର୍ଷ ଦାବି ପରେ ବି ଆଠଗଡ଼କୁ ସିଟି ବସ୍‌ ଗଡ଼ି ପାରିଲାନି। ତେଣୁ ଏ ସବୁ ସମସ୍ୟାର ସମାଧାନ ସହ ଆଠଗଡ଼ବାସୀଙ୍କ ମୁହଁରେ ହସ ଫେରାଇବାକୁ ମୁଁ ଆସିଛି।

ପ୍ରଶ୍ନ: ଶିକ୍ଷା କ୍ଷେତ୍ରରେ ଆଠଗଡ଼ ଓଡ଼ିଶାରେ ନମ୍ବର ୱାନ ହୋଇଛି। ଏ ନେଇ କ’ଣ କହିବେ ଆପଣ ?

ଉତ୍ତର: ସବୁ ମିଛ କଥା। ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏମିତି ପ୍ରଚାର କରାଯାଉଛି।

ପ୍ରଶ୍ନ: ୩୦ ବର୍ଷ ପରେ ପୁଣି କଂଗ୍ରେସ ଘରବାହୁଡ଼ା କରିବ କି ?

ଉତ୍ତର: ଭୋଟର ଏ ଗଣତନ୍ତ୍ରର ମାଲିକ। କାହାକୁ ବାଛିବେ, କାହାକୁ ଛଡ଼ିବେ ତାହା ସେହି ମାଲିକମାନେ ସ୍ଥିର କରିବେ। ଏଇ ମାଟିର ପୁଅ ଭାବେ ମୋର ପ୍ରଥମ କର୍ତ୍ତବ୍ୟ ହେଲା ଆଠଗଡ଼ବାସୀଙ୍କ ସେବା କରିବା, ସେମାନଙ୍କୁ ଶାନ୍ତିରେ ରଖିବା।

ପ୍ରଶ୍ନ: ମୋଦି ଲହର କଂଗ୍ରେସକୁ ଟକ୍କର ଦେବ କି ?

ଉତ୍ତର: ମୋଦିଙ୍କ ଲହର କିଛି ନାହିଁ। ମିଡିଆକୁ ପ୍ରଚୁର ବିଜ୍ଞାପନ ଦେଇ କେବଳ ଯାହା ପ୍ରଚାର ଚାଲିଛି। ଲୋକେ ମୋଦିଙ୍କୁ ବୁଝିଗଲେଣି।

ପ୍ରଶ୍ନ: ଜଗନ୍ନାଥ ଧାମ ଛାଡ଼ି ଏଠାକୁ ଆସିଲେ।  ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ପ୍ରତି ରହିବ ତ ?
ଉତ୍ତର: ଦଇବ ଦଉଡ଼ି..ମଣିଷ ଗାଈ…ଯେଣିକି ଟାଣଇ…ସେଣିକି ଯାଇ… । ଜଗନ୍ନାଥଙ୍କ ନିର୍ଦ୍ଦେଶରେ ଆଠଗଡରୁ ଯାଇ ପୁରୀରେ ରାଜନୀତି କରିଥିଲି। ଏବେ ତାଙ୍କ ନିର୍ଦ୍ଦେଶରେ ପୁଣି ଆଠଗଡ଼ ଆସିଛି।

ପ୍ରଶ୍ନ: ଜିତିବା ନେଇ କେତେ ଆଶାବାଦୀ ?

ଉତ୍ତର: ଭୋଟର ମାଲିକ ଚାହିଁଲେ ମୁଁ ଜିତିବି। ମୋର ବିଶ୍ୱାସ, ଆଠଗଡ଼, ତିଗିରିଆବାସୀ ମୋତେ ନିଶ୍ଚୟ ଜିତାଇବେ।



from Odisha Reporter http://bit.ly/2Uq7ykJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages