ବସ୍‌ରୁ ଉଠାଇ ନେଇ ୧୪ ଜଣଙ୍କୁ ହତ୍ୟା କରେ ଆତଙ୍କୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ବସ୍‌ରୁ ଉଠାଇ ନେଇ ୧୪ ଜଣଙ୍କୁ ହତ୍ୟା କରେ ଆତଙ୍କୀ

କ୍ୱେଟା: ପାକିସ୍ତାନର ବାଲୋଚିସ୍ତାନରେ ଆଜି ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଛି। ଏହି ପ୍ରଦେଶରେ ଆତଙ୍କବାଦୀମାନେ ଏକ ବସ୍‌ରୁ ୧୪ ଜଣଙ୍କୁ ଅପହରଣ କରିବା ପରେ ଗୁଳି କରି ହତ୍ୟା କରିଛନ୍ତି। ବାଲୋଚିସ୍ତାନର ଦକ୍ଷିଣପଶ୍ଚିମ ଭାଗରେ ସକ୍ରିୟ ଥିବା ଏକ ବିଦ୍ରୋହୀ ସଂଗଠନ ଏଭଳି ଘଟଣା ପାଇଁ ନିଜକୁ ଦାୟୀ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଓରମାର ସହରରୁ ୪ଟି ବସ୍‌ରେ କିଛି ଲୋକ କରାଚିର ପୋର୍ଟ ମେଗାସିଟିକୁ ଯାଉଥିଲେ। ତେବେ ମାର୍କନ କୋଷ୍ଟାଲ ଜାତୀୟ ରାଜପଥ ନିକଟରେ ସୁରକ୍ଷାକର୍ମୀଙ୍କ ପୋଷାକରେ ଥିବା ୧୨ରୁ ଅଧିକ ଆତଙ୍କବାଦୀ ବସ୍‌ଗୁଡ଼ିକୁ ଅଟକାଇ ବସ୍‌ ମଧ୍ୟରେ ଥିବା ସମସ୍ତ ଲୋକଙ୍କୁ ବାହାରକୁ ଆଣିଥିଲେ।

ଏହାପରେ ଏମାନଙ୍କ ମଧ୍ୟରୁ ୧୪ ଜଣ ଲୋକଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଥିଲେ। ସବୁ ବସଯାତ୍ରୀଙ୍କ ପରିଚୟପତ୍ର ଯାଞ୍ଚ ପରେ ଯେଉଁମାନେ ବାଲୋଚିସ୍ତାନର ଅଧିବାସୀ ନୁହ୍ୱନ୍ତି ସେଇମାନଙ୍କୁ ଜଣକ ପରେ ଜଣକୁ ଗୁଳିମାରି ହତ୍ୟା କରିଥିଲେ। ସମସ୍ତ ମୃତକ ପାକିସ୍ତାନୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନୌସେନା ଓ ଜଣେ ତଟରକ୍ଷୀ ବାହିନୀର ଅଧିକାରୀ ରହିଛନ୍ତି।

ଏହି ଆକ୍ରମଣରେ ସାଧାରଣ ଲୋକ ପ୍ରାଣ ହରାଇଥିବା ସରକାର ଦାବି କରିଥିଲେ ହେଁ ଆତଙ୍କୀ ସଂଗଠନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସଂଗଠନର ମୁଖପାତ୍ର କହିଛି,“ଆମ ସଦସ୍ୟମାନେ କେବଳ କାର୍ଯ୍ୟରତ ନୌସେନା ଓ ତଟରକ୍ଷୀ ବାହିନୀର ଅଧିକାରୀଙ୍କୁ ହତ୍ୟା କରିଛନ୍ତି। ଏଥିରେ କୌଣସି ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚିନାହିଁ।”

ଏହାପୂର୍ବରୁ ବାଲୋଚିସ୍ତାନର ରାଜଧାନୀ କ୍ୱେଟାରେ ହୋଇଥିବା ଏକ ଆତ୍ମଘାତୀ ଆକ୍ରମଣରେ ୨୦ ଜଣ ପ୍ରାଣ ହରାଇଥିଲେ।



from Odisha Reporter http://bit.ly/2Gtt7IH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages