ବିଜେଡିର ହିଂସାକୁ ରାଜ୍ୟବାସୀ ଭୋଟରେ ଜବାବ ଦେବେ: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ବିଜେଡିର ହିଂସାକୁ ରାଜ୍ୟବାସୀ ଭୋଟରେ ଜବାବ ଦେବେ: ଧର୍ମେନ୍ଦ୍ର

dharmendra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରାଜୟର ଭୟରେ ବିଜେଡି ହିଂସାର ମାର୍ଗ ଆପଣେଇଛି। ରାଜ୍ୟବାସୀ ଭୋଟରେ ଏହାର ଉଚିତ୍ ଜବାବ ଦେବେ। ଆଜି ଏପରି ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୋଶାଲ ମିଡ଼ିଆରେ ଶ୍ରୀ ପ୍ରଧାନ ବାର୍ତ୍ତା ଦେଇ କହିଛନ୍ତି-“ମୁଖ୍ୟମନ୍ତ୍ରୀ ରାଜ୍ୟ ତମାମ ହିଂସା, ଅପରାଧ ଓ ଭୟର ବାତାବରଣ ତିଆରି କରିବା ପାଇଁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ଯଦି ଏତେ ଲୋକପ୍ରିୟ, ତାହାହେଲେ ଏତେ ଡର କାହିଁକି? ହିଂସା ପଛରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବସିଥିବା ୨ରୁ ୩ ଜଣ ଅଣ ଓଡ଼ିଆ ସରକାରୀ ଅଧିକାରୀ ରହିଛନ୍ତି। ଓଡ଼ିଶାରେ ଗଣତନ୍ତ୍ରକୁ କଣ୍ଠରୋଧ କରିବା ପାଇଁ ସେମାନେ ଦୁଃସାହସ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିନା ନିର୍ଦ୍ଦେଶରେ ଏଠାକାର ନିର୍ବାଚନ ଅଧିକାରୀ କମା, ଫୁଲଷ୍ଟପ୍ ଲଗାଉନାହାନ୍ତି। ମୁଖ୍ୟମନ୍ତ୍ରୀ ବା ତାଙ୍କ ମନ୍ତ୍ରୀଙ୍କୁ ଆଖି ଦେଖାଇଲେ ଫ୍ଲାଗ ମାର୍ଚ୍ଚ ଓ ୩୦୭ ଦଫାରେ ମାମଲା ରୁଜୁ ହୋଇଯାଉଛି। କିନ୍ତୁ ବିଜେପି କର୍ମୀଙ୍କୁ ହତ୍ୟା ଓ ମରଣାନ୍ତକ ଆକ୍ରମଣ ହେଲେ ପ୍ରଶାସନ ନୀରବ।

ଅଧିକ ଶୁଣନ୍ତୁ:



from Odisha Reporter http://bit.ly/2Xpo1Cz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages