ମୋଦିଙ୍କ ଭଲ ବନ୍ଧୁ କିଏ, ଦେଖା ହେଲେ ସେ କଣ ପଚାରନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ମୋଦିଙ୍କ ଭଲ ବନ୍ଧୁ କିଏ, ଦେଖା ହେଲେ ସେ କଣ ପଚାରନ୍ତି?

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ସହ ପ୍ରଧାନମନ୍ତ୍ରୀ ଏକ ନିଆରା ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହିତ ତାଙ୍କର ସମ୍ପର୍କ ବାବଦରେ ପ୍ରକାଶ କରିଛନ୍ତି ମୋଦି। ଓବାମା ତାଙ୍କର କିଛି ଭଲ ବନ୍ଧୁଙ୍କ ମଧ୍ୟରେ ଅନ୍ୟତମ। ଏବଂ ଉଭୟ ନେତା ପରସ୍ପରକୁ ‘ତୁ ତା’ ବୋଲି ସମ୍ୱୋଧନ କରି କଥାବାର୍ତ୍ତା କରନ୍ତି ବୋଲି ଅକ୍ଷୟ କୁମାରଙ୍କୁ ଦେଇଥିବା ସାକ୍ଷାତକାରରେ କହିଥିଲେ।

ତେବେ ଓବାମା ଯେବେ ବି ମୋଦିଙ୍କୁ ଭେଟନ୍ତି ସେତେବେଳେ ଗୋଟିଏ ପ୍ରଶ୍ନ ପଚାରନ୍ତି ଯେ, ‘କାହିଁକି ଏତେ କମ୍ ସମୟ ଶୋଇଛୁ’, ଜବାବରେ ମୋଦି କୁହନ୍ତି ୩ରୁ ୪ ଘଣ୍ଚା, ଓବାମା ପ୍ରତି ଉତ୍ତରରେ କୁହନ୍ତି ‘କଣ କାମ କରୁଛୁ କି? କାମ କରିବାର ନିଶା ଭଲ, ହେଲେ ଆଗାମୀ ଦିନରେ ନିଜ ଶରୀର ପାଇଁ କ୍ଷତିକାରକ ହୋଇପାରେ’ ।

୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଆମେରିକା ଯାଇଥିଲେ । ସେତବେଳର ଆମେରିକାର ରାଷ୍ଟ୍ରପତି ବାରାକ ଓବାମା ନିଜ ଅଭିଭାଷଣରେ ମୋଦିଙ୍କୁ କହିଥିଲେ ମୋଦି ମୋର ଜଣେ ଭଲ ବନ୍ଧୁ।



from Odisha Reporter http://bit.ly/2ITAeM8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages