ପାଟକୁରାରେ ବିଜେଡି ପ୍ରାର୍ଥୀ କିଏ? ବେଦୁଙ୍କ ପୁଅ ନା ଅତନୁଙ୍କ ଭାଇ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ପାଟକୁରାରେ ବିଜେଡି ପ୍ରାର୍ଥୀ କିଏ? ବେଦୁଙ୍କ ପୁଅ ନା ଅତନୁଙ୍କ ଭାଇ?

ପାଟକୁରା (ଓଡ଼ିଶା ରିପୋର୍ଟର): ପାଟକୁରାର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ ଏହି ବିଧାନସଭା ଆସନରେ ହେବାକୁ ଥିବା ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଅନୁଯାୟୀ, ଏଠାରେ ମେ’ ୧୯ ତାରିଖରେ ମତ ସଂଗ୍ରହ କରାଯିବ। ମେ’ ୧ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଏଥିପାଇଁ କେବଳ ବିଜେଡି ହିଁ ପ୍ରାର୍ଥୀ ଦେବ। ଅନ୍ୟଦଳର ପ୍ରାର୍ଥୀ ଅପରିବର୍ତ୍ତିତ ରହିବେ।

ତେବେ ବିଜେଡି ଏଠି କାହାକୁ ପ୍ରାର୍ଥୀ କରିବ, ତା ଉପରେ ସାରା ରାଜ୍ୟର ନଜର ରହିଛି। କ’ଣ ହେବ ପାଟକୁରା ରାଜନୀତିର ଭବିଷ୍ୟତ?

ସମସ୍ତଙ୍କ ନଜର ଏବେ ସ୍ୱର୍ଗତ ବେଦପ୍ରକାଶଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ଉପରେ ରହିଛି। କାରଣ ବାପାଙ୍କ ଅସୁସ୍ଥତା ପାଇଁ ସଂଜୟଙ୍କୁ ଟିକଟ ଦିଆଯାଉ ବୋଲି ତାଙ୍କ ପରିବାର ଲୋକେ ଚାହୁଁଥିଲେ ଓ ଏ ସଂପର୍କରେ ନବୀନ ନିବାସରେ ଜଣେଇଥିଲେ। କିନ୍ତୁ ଚର୍ଚ୍ଚା ହେଉଛି, ରାଜନୈତିକ ଫାଇଦା ପାଇବା ପାଇଁ ବିଜେଡି ଏଠି ବେଦପ୍ରକାଶଙ୍କ ଜୀବନ ସହ ଖେଳ ଖେଳିବାକୁ ଷଡ଼ଯନ୍ତ୍ର କଲା। କେବଳ ବିଜେପି ପ୍ରାର୍ଥୀ ତଥା ନବୀନଙ୍କ ଚରମ ଶତ୍ରୁ ବିଜୟ ମହାପାତ୍ରଙ୍କୁ ହରାଇବା ପାଇଁ ଦଳ ବେଦପ୍ରକାଶଙ୍କ ଅସୁସ୍ଥତା ସତ୍ୱେ ତାଙ୍କୁ ପ୍ରାର୍ଥୀ କରାଇଲା। ଯଦିଓ ବିଜେଡି ଜାଣିଥିଲା ଯେ, ବେଦପ୍ରକାଶଙ୍କ ଜୀବନ ବାଜିରେ ଲାଗିଛି। ଶେଷରେ ସେଇଆ ହେଲା। ବେଦୁଙ୍କ ଦେହାନ୍ତ ହେଲା, ବିଜୟ ମହାପାତ୍ରଙ୍କ ପଥରୋଧ ହେଲା।

ଏବେ ବିଜେଡି ଆଶା ରଖିଛି, ବେଦପ୍ରକାଶଙ୍କ ପୁଅ ସଂଜୟଙ୍କୁ ପ୍ରାର୍ଥୀ କଲେ ହିଁ ଅନୁକମ୍ପା ଭୋଟ୍ ଦ୍ୱାରା ବିଜୟ ମହାପାତ୍ରଙ୍କୁ ପରାଜିତ କରିହେବ। ବେଦପ୍ରକାଶ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳୁ ହିଁ ପୁଅ ସଂଜୟ ବାପାଙ୍କ ପ୍ରଚାର ଦାୟିତ୍ୱ ନେଇଥିଲେ। ଏବେ ଯଦି ଟିକଟ ପାଇବେ, ନିଜ ପାଇଁ ପ୍ରଚାର କରିବେ। ପାଟକୁରା ଲୋକେ ପରଲୋକଗତ ବେଦପ୍ରକାଶଙ୍କୁ ସମ୍ମାନ ଜଣାଇ ତାଙ୍କୁ ଭୋଟ୍ ଦେଇପାରନ୍ତି। ତେଣୁ ସଂଜୟଙ୍କ କଥା ହୁଏତ ନବୀନ ନିବାସରେ ଆଲୋଚନା କରିପାରେ।

ସଞ୍ଜୟଙ୍କ ବ୍ୟତୀତ ଖଦି ବୋର୍ଡର ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ବି ଏହି ଆସନ ପାଇଁ ଆଶାୟୀ ଅଛନ୍ତି। ଏହାବ୍ୟତୀତ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଭାଇ ଶାନ୍ତନୁଙ୍କର ମଧ୍ୟ ଏହି ଆସନ ଉପରେ ନଜର ରହିଛି। ସେ ବି ପାଟକୁରା ଅଂଚଳରେ ସଂଗଠନ କରୁଛନ୍ତି। ଭାଇଙ୍କର ବି ପ୍ରଭାବ ଅଛି। ଏ କଥାବି ଚର୍ଚ୍ଚା ହେଉଛି ଯେ, ଅତନୁ ନିଜ ଭାଇଙ୍କୁ ପାଟକୁରା ଟିକଟ ଦେବାକୁ ଏତେ ସବୁ ଷଡ଼ଯନ୍ତ୍ର କରିଥିଲେ। ଏମାନଙ୍କ ବ୍ୟତୀତ ପ୍ରମୋଦ ସାହୁ, ଅଧ୍ୟପାକ ଅଜୟ ରାଉତ, ରବି ସାମଲ ପ୍ରମୁଖ ମଧ୍ୟ ଆଶାୟୀ ତାଲିକାରେ ଅଛନ୍ତି।

କିନ୍ତୁ ବିଜେଡିର ସଂଗଠନ ଏଠି ବିଜୟ ମହାପାତ୍ରଙ୍କ ପତିଆରା ପାଖରେ ଖୁବ୍ ଦୁର୍ବଳ। ଗତଥର ବିଜୟ ମହାପାତ୍ର ଖୁବ୍ କମ୍ ଭୋଟରେ ହାରିଥିଲେ। ତେଣୁ ଏଥର ତାଙ୍କ ଜିତିବା ସ୍ଥିର ଥିଲା। ସେହି ଆଶଙ୍କାରେ ହିଁ ବିଜେଡି ଷଡ଼ଯନ୍ତ୍ର କରିଥିଲା। କିନ୍ତୁ ଯାହା ଜଣାପଡୁଛି ମେ ୧୯ ନିର୍ବାଚନରେ ବି ବିଜୟଙ୍କୁ ଏଠି କେହି ବାଡ଼ ପକେଇ ପାରିଲା ପରି ଲାଗୁନି।

କାରଣ ବେଦପ୍ରକାଶଙ୍କ ପୁଅ ସଂଜୟଙ୍କୁ ଟିକଟ ମିଳିଲେ, ଏଠି ସଂଗଠନ କରୁଥିବା ଅନ୍ୟ ନେତାମାନେ ଭିତରେ ଭିତରେ ତାଙ୍କ ବିରୋଧରେ କାମ କରିପାରନ୍ତି। ସେହିପରି ଅତନୁ ନିଶ୍ଚିୟ ଚାହିଁବେ ତାଙ୍କ ଭାଇ ହିଁ ଟିକଟ ପାଆନ୍ତୁ। ଯଦି ସେ ନପାଆନ୍ତି ତେବେ ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ ବିଜୟ ମହାପାତ୍ରଙ୍କ ପାଇଁ ସୁହେଇବ।



from Odisha Reporter http://bit.ly/2GDwvAu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages