
ମୁମ୍ବାଇ: ଚଳିତ ଆଇପିଏଲରେ ବୁଧବାର ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବାଜି ମାରି ନେଇଛି। ଏହି ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ ଭୂମିକା ବହନ କରିଛନ୍ତି। ଦମଦାର ବୋଲିଂ ସହ ସେ ବ୍ୟାଟିଂରେ ମଧ୍ୟ ଧମାକା କରିଥିଲେ।
ବ୍ୟାଟିଂ କରୁଥିବା ବେଳେ ପାଣ୍ଡ୍ୟା ବ୍ୟାଟରେ ଏକ ହେଲିକପ୍ଟର ଶଟ୍ ମାରିଥିଲେ। ଏହି ଶଟର ଉଦ୍ଭାବକ ନିଜେ ମହେନ୍ଦ୍ର ସିଂହ ଧୋନି ୱିକେଟ୍ ପଛରେ ଥାଇ ପାଣ୍ଡ୍ୟାଙ୍କ ଛକାକୁ ଦେଖିକି ରହିଯାଇଥିଲେ। ମୁମ୍ବାଇ ଇନିଂସର ୧୯ତମ ଓଭରରେ ବୋଲିଂ କରିବାକୁ ଆସିଥିବା ଡ୍ୱେନ୍ ବ୍ରାଭୋ ନିଜର ଚତୁର୍ଥ ବଲ ୟର୍କର ପକାଇଥିଲେ।
ପାଣ୍ଡ୍ୟା ଏହି ବଲରେ ହିଁ ହେଲିକପ୍ଟର ଶଟ୍ ଖେଳି ବଲକୁ ବାଉଣ୍ଡ୍ରୀ ପାର୍ କରିଥିଲେ। ଏହା ପରେ ସେ ଏହି ସ୍ପେଶାଲ ଶଟ ମାରିବା ନେଇ ଖୁସି ପ୍ରକାଶ କରିଥିଲେ। ମ୍ୟାଚ୍ ପରେ ପାଣ୍ଡ୍ୟା କହିଥିଲେ, ଧୋନିଙ୍କ ସାମ୍ନାରେ ହେଲିକପ୍ଟର ଶଟ୍ ମାରିବା ବହୁତ ଖାସ, ମୋତେ ଲାଗିଲା ଧୋନି ଅଭିନନ୍ଦନ ଜଣାଇବେ, କିନ୍ତୁ ଏଭଳି କିଛି ହେଲା ନାହିଁ।।
ପାଣ୍ଡ୍ୟା ଏହାବ୍ୟତୀତ ଅନେକ ଚମତ୍କାର ଶଟ୍ ଖେଳିଥିଲେ। ସେ ମାତ୍ର ୮ ବଲରେ ୨୫ ରନର ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସରେ ୧ ଚୌକାଓ ୩ ଛକା ସାମିଲ ଥିଲା। ଏହା ମଧ୍ୟରେ ତାଙ୍କ ଷ୍ଟ୍ରାଇକରେଟ୍ ୩୧୨.୫୦ ଥିଲା।
ଦେଖନ୍ତୁ ଭିଡିଓ
Special to hit helicopter shot with @msdhoni watching: Hardik
"Hoped MS would congratulate me after that shot
"
An overjoyed @hardikpandya7 talks about emulating inspiration MSD's pet stroke against CSK. Interview by @Moulinparikh #MIvCSK @mipaltan
https://t.co/jLLWXuZRYe pic.twitter.com/aci6s6cPBF
— IndianPremierLeague (@IPL) April 4, 2019
from Odisha Reporter https://ift.tt/2TRsRXb
"
No comments:
Post a Comment