
ନୂଆଦିଲ୍ଲୀ: ୟୁଏଇ ସହ ସୁସମ୍ପର୍କ ସ୍ଥାପନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇ ପକ୍ଷରୁ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ମୋଦିଙ୍କୁ ଏଥିପାଇଁ ୟୁଏଇ ସରକାର ‘ଜାୟେଦ’ ପଦକ ପ୍ରଦାନ କରିବେ।
ଏହି ‘ଜାୟେଦ’ ପଦକ ୟୁଏଇ ପକ୍ଷରୁ ରାଜା, ରାଷ୍ଟ୍ରପତି ଓ ଦେଶର ମୁଖ୍ୟଙ୍କୁ ମିଳିଥାଏ। ଅବୁଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟେଦ ଅଲ ନାହାୟନ ଟ୍ୱିଟ କରି କହିଛନ୍ତି, “ଆମେ ବର୍ତ୍ତମାନ ଭାରତ ସହ ଐତିହାସିକ ସମ୍ପର୍କ ସ୍ଥାପନ କରିଛୁ।
ଏହି ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ମୋ ବନ୍ଧୁ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ୟୁଏଇ ରାଷ୍ଟ୍ରପତି ତାଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନରେ ସମ୍ମାନିତ କରିଛନ୍ତି।”
ୟୁଏଇ ସରକାରଙ୍କ ଏଭଳି ଘୋଷଣାକୁ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, “ୟୁଏଇ ସରକାର ଏଭଳି ସମ୍ମାନରେ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିନାହାନ୍ତି, ଏହା ଦେଶବାସୀଙ୍କୁ ସମ୍ମାନ।”
ଏହା ପୂର୍ବରୁ ୟୁଏଇର ‘ଜାୟେଦ’ ପଦକ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ବ୍ରିଟେନ୍ ରାଣୀ କୁଇନ୍ ଏଲିଜା ବେଥ-୨ ଓ ଜର୍ମାନୀ ଚାନସେଲର ଆଞ୍ଜେଲ ମୋର୍କେଲଙ୍କୁ ଅର୍ପଣ କରାଯାଇଥିଲା। ଏବେ ଏହି ତାଲିକାରେ ମୋଦିଙ୍କ ନାଁ ଯୋଡ଼ି ହୋଇଯାଇଛି।
ପୂର୍ବରୁ ଦକ୍ଷିଣ କୋରିଆ ପକ୍ଷରୁ ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାର ମିଳିଥିଲା।
from Odisha Reporter https://ift.tt/2YOBOnR
No comments:
Post a Comment