ସୋଶାଲ ମିଡ଼ିଆର ଗୁଜବ ଖବର ନିର୍ବାଚନକୁ ପ୍ରଭାବିତ କରୁଛି: ସର୍ଭେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ସୋଶାଲ ମିଡ଼ିଆର ଗୁଜବ ଖବର ନିର୍ବାଚନକୁ ପ୍ରଭାବିତ କରୁଛି: ସର୍ଭେ

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ସୋଶାଲ ମିଡ଼ିଆ ଫେସବୁକ, ହ୍ବାଟସଆପ ଭଳି ବିଭିନ୍ନ ପ୍ଲାଟଫର୍ମ ଜରିଆରେ ଫେକ୍ ନ୍ୟୁଜ ବା ଗୁଜବ ଖବର ଅଧିକ ଘୁରି ବୁଲୁଛି। ପ୍ରତି ୨ ଜଣଙ୍କ ମଧ୍ୟରୁ ଜଣେ ଚଳିତ ନିର୍ବାଚନ ସଂକ୍ରାନ୍ତୀୟ ଫେକ୍ ନ୍ୟଜ୍ ସୋଶାଲ ମିଡ଼ିଆ ଜରିଆ ଦ୍ବାରା ପାଉଥିବା ଏକ ସର୍ଭେରୁ ଜଣାପଡ଼ିଛି।

ସୋଶାଲ ମଡ଼ିଆ ମେଟରସ ଏବଂ ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଗଭର୍ଣ୍ଣାନସ, ପଲିସି ଏବଂ ପଲିଟିକ୍ସ ଏହି ସର୍ଭେ କରି ସୂଚନା ଦେଇଛି।

ସର୍ଭେର ରିପୋର୍ଟ ଅନୁଯାୟୀ ୬୨ ପ୍ରତିଶତ ଲୋକ ବିଶ୍ବାସ କରୁଛନ୍ତି ଚଳିତ ନିର୍ବାଚନ ଫେକ୍ ନ୍ୟୁଜ ଦ୍ବାରା ଭୋଟରଙ୍କୁ ପ୍ରଭାବିତ କରାଯାଉଛି। ୫୪ ପ୍ରତିଶତ ସାମ୍ପୁଲ ରିପୋର୍ଟ ଅନୁଯାୟୀ ୧୮ରୁ ୨୫ ବର୍ଷ ବୟସର ଯୁବକ ଏହି ଫେକ୍ ନ୍ୟୁଜକୁ ଅଧିକ ସେୟାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଜଣାପଡ଼ିଛି।

ତେବେ ହ୍ବାଟସଆପରେ ୯୬ ପ୍ରତିଶତ ଗୁଜବ ଖବର ଚଳିତ ନିର୍ବାଚନ ସଂକ୍ରାନ୍ତୀୟ ଘୁରି ବୁଲୁଛି ବୋଲି ଜଣାପଡ଼ିଛି।

ପାଖାପାଖି ୪୧ ପ୍ରତିଶତ ଲୋକ ଗୁଜବ ଖବରକୁ ନେଇ ସର୍ଚ୍ଚ ଇଞ୍ଜିନ ଗୁଗୁଲ, ଫେସବୁକ ଏବଂ ଟ୍ବିଟର ଜରିଆରେ ଖବର ବାବଦରେ ଅଧିକ ତଥ୍ୟ ଜାଣି ସଠିକ ଖବର ଜାଣିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

ଏହି ସର୍ଭେର ନା ରହିଥିଲା #DontBeAFool। ଏହି ସର୍ଭେରେ ୭୦୦ ସୋଶାଲ ମିଡ଼ିଆ ଆକାଉଣ୍ଟଧାରୀ ସାମିଲ ଥିଲେ, ଯେଉଁଥିରେ ୫୬ ପ୍ରତିଶତ ପୁରୁଷ, ୪୩ ପ୍ରତିଶତ ମହିଳା ଏବଂ ଜଣେ କିନ୍ନର ସାମିଲ ଥିଲେ।

ତେବେ ଫେସବୁକ ସୋମବାର ଘୋଷଣା କରିଥିଲା, ପାଖାପାଖି ୭୦୦ ଫେସବୁକ ପେଜ, ଗ୍ରୁପ କମ୍ପାନୀର ନିୟମକୁ ଉଲ୍ଲଂଘନ କରୁଛନ୍ତି। ପରେ ଏହାକୁ ଆଧାର କରି ସମ୍ପୃକ୍ତ ପେଜ ଗୁଡ଼ିକୁ ଡିଲିଟ୍ କରି ଦେଇଥିବା ଫେସବୁକ କମ୍ପାନୀ ତରଫରୁ ସୂଚନା ଦିଆଯାଇଥିଲା। ଇତି ମଧ୍ୟରେ ଫେସବୁକ ୧୦ ଲକ୍ଷ ଫେକ୍ ଆକାଉଣ୍ଟ ଡିଲିଟ୍ କରିସାରିଥିବା ଜଣାପଡ଼ିଛି।



from Odisha Reporter http://bit.ly/2D4FCbq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages