
କେନ୍ଦୁଝର (ପ୍ରଣୟ ପାଣି): ଏଥର ନିର୍ବାଚନ ଲଢ଼ୁଥିବା ଜଣେ ମହିଳା ପ୍ରାର୍ଥୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ ଘଟଣାରେ କେନ୍ଦୁଝର ଟାଉନ୍ ଥାନା ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିଷ୍ଣୁଦତ୍ତ ବାରିକ ଓ ଜୟଦେବ ଗିରି। ସେମାନଙ୍କ ନିକଟରୁ ପୁଲିସ୍ ମୋବାଇଲ୍ ଜବତ କରିଛି।
ପ୍ରାର୍ଥୀଙ୍କ ମାମୁଙ୍କ ଏତଲା ଆଧାରରେ ପୁଲିସ୍ ମାମଲା ରୁଜୁ କରି ଏହି କାର୍ଯ୍ୟାନୁଷ୍ଠାନ ନେଇଛି।
ଏହି ପ୍ରାର୍ଥୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଗତ କିଛି ଦିନ ହେଲା ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।
ପୁଲିସ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ସବିଶେଷ ସୂଚନା ଦେବ ବୋଲି ଜଣାପଡ଼ିଛି।
from Odisha Reporter http://bit.ly/2G0F0nY
No comments:
Post a Comment