କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ପ୍ରଶଂସା କରିଥିବା ସାମ୍ବାଦିକ ଲେଖିଥିଲେ ଆଡ଼ଭାନୀଙ୍କ ବ୍ଲଗ୍! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ପ୍ରଶଂସା କରିଥିବା ସାମ୍ବାଦିକ ଲେଖିଥିଲେ ଆଡ଼ଭାନୀଙ୍କ ବ୍ଲଗ୍!

ନୂଆଦିଲ୍ଲୀ: ବିଜେପିର ପ୍ରତିଷ୍ଠା ଦିବସ ପୂର୍ବରୁ ଦଳର ବରିଷ୍ଠ ନେତା ତଥା ପ୍ରତିଷ୍ଠାତା ସଦସ୍ୟ ଲାଲକୃଷ୍ଣ ଆଡ଼ଭାନୀ ଏକ ବ୍ଲଗ୍ ଲେଖିଥିଲେ। ଏହାକୁ ବିରୋଧୀ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ମୋଦି ଓ ଶାହଙ୍କ ବିରୋଧରେ ଅମୋଘ ଅସ୍ତ୍ର କରି ଖୁବ୍ ବର୍ଷିଥିଲେ।

ତେବେ ଏହି ବ୍ଲଗ୍ ଲାଲକୃଷ୍ଣ ଆଡ଼ଭାନୀ ନିଜେ ଲେଖି ନଥିଲେ ବୋଲି ଦଳରେ ଥିବା ତାଙ୍କର କିଛି ନିକଟତର ଲୋକ ଦାବି କରିଛନ୍ତି। ସେମାନେ ଦାବି କରୁଛନ୍ତି ଯେ ଆଡ଼ଭାନୀଙ୍କ ଏହି ବ୍ଲଗ୍‌ ଜଣେ ସାମ୍ବାଦିକ ଲେଖିଛନ୍ତି। ସେ ଆଡ଼ଭାନୀଙ୍କ ପାଖକୁ ନିୟମିତ ଆସନ୍ତି। ପୂର୍ବରୁ ସେ ଉଭୟ ବାଜପେୟୀ ଓ ଆଡ଼ଭାନୀଙ୍କ ପାଇଁ ଭାଷଣ ବି ଲେଖୁଥିଲେ। ଏ ସାମ୍ବାଦିକଙ୍କର ଆଉ ଏକ ପରିଚୟ ହେଉଛି- କଂଗ୍ରେସ ଦ୍ୱାରା ପରିଚାଳିତ ‘ନ୍ୟାସ୍‌ନାଲ୍ ହେରାଲ୍ଡ’ ଖବର କାଗଜ ସହିତ ସେ ଓତଃପ୍ରୋତ ଭାବେ ଜଡ଼ିତ। କିଛି ଦିନ ତଳେ କଂଗ୍ରେସ ନିର୍ବାଚନୀ ଇସ୍ତାହାରକୁ ପ୍ରଶଂସା କରି ସେ ଏକ ଇଂରାଜୀ ଖବର କାଗଜରେ ଏକ ସ୍ତମ୍ଭ ଲେଖିଥିଲେ।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ବିଜେପି ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଟିକେଟ୍ ଦେଇ ନାହିଁ। ତାଙ୍କ ବଦଳରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁଜରାଟର ଗାନ୍ଧିନଗର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏହାପରେ ନିରବ ରହିଥିବା ଆଡ଼଼ଭାନୀ ବିଜେପିର ପ୍ରତିଷ୍ଠା ଦିବସ ପୂର୍ବରୁ ହଠାତ୍ ଏକ ବ୍ଲଗ୍ ଜରିଆରେ ଦଳ ବାବଦରେ ଅନେକ କଥା ଲେଖିଥିଲେ। ଏଥିରେ ସେ ବିଜେପିର କିଛି ରଣନୀତିକୁ ପରୋକ୍ଷରେ ସମାଲୋଚନା ମଧ୍ୟ କରିଥିଲେ।



from Odisha Reporter http://bit.ly/2ZegR6f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages