ଦୁଇ ଜଣ ହେବିୱେଟ, ଆଉ ଜଣେ ନୂଆ ହେଲେ ବି ଅଭିଜ୍ଞ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ଦୁଇ ଜଣ ହେବିୱେଟ, ଆଉ ଜଣେ ନୂଆ ହେଲେ ବି ଅଭିଜ୍ଞ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ ଲୋକସଭା ଆସନରେ ଅଛନ୍ତି ତିନି ଦମ୍‌ଦାର ନେତା। ବିଜେପିର ଜୁଏଲ ଓରାମ, କଂଗ୍ରେସର ଜର୍ଜ ତିର୍କୀ ଏବଂ ବିଜେଡିର ସୁନୀତା ବିଶ୍ୱାଳ। ଜଣେ ସାଂସଦ, ଜଣେ ବିଧାୟକ ଆଉ ଜଣେ ନୂଆ ମୁହଁ। ତେବେ ରାଜନୈତିକ କ୍ୟାରିୟର ଦେଖିଲେ କେହି କାହାଠୁ କମ ମନେ ହେବିନି।

ସୁନ୍ଦରଗଡ଼ ଲୋକସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟରେ ହେବ ମତଦାନ। ତିନି ହେବିୱେଟଙ୍କୁ ଦେଖି ଭୋଟରଙ୍କ ଅଙ୍କ କଷା ବି ସରୁନି। କାହାକୁ ଦେବେ ଭୋଟ ? ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଜଣେ ପୁରୁଖା ନେତା। ସୁନ୍ଦରଗଡ ବାସୀଙ୍କ ପାଇଁ ଜଣେ ଚିହ୍ନା ମୁହଁ। ଥରେ ନୁହଁ, ଏହି ଆସନରୁ ସେ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୯୮, ୯୯, ୨୦୦୪ ଏବଂ ୨୦୧୪ ନିର୍ବାଚନରେ ଜୁଏଲ ଏହି ଆସନରୁ ନିର୍ବାଚିତ ହୋଇ ଆସିଛନ୍ତି। ୨୦୧୪ ନିର୍ବାଚନରେ ସେ ଥିଲେ ବିଜେପିର ଏକମାତ୍ର ସାଂସଦ। ସ୍ଥାନୀୟ ଅଞ୍ଚଳରେ ତାଙ୍କର ଦବ୍‌ଦବା ରହିଛି। ତଥାପି ୨୦୧୪ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କଠାରୁ ସେ ୨୦ ହଜାର ଭୋଟରେ ଜିତିଥିଲେ। ସେ ସମୟରେ ବିଜେପିର ଦିଲ୍ଲୀପ ରାୟଙ୍କ ସମର୍ଥନ ତାଙ୍କୁ ଜିତିବାରେ ସାହାଯ୍ୟ କରିଥିଲା।

ହେଲେ ଏବେ ପରିସ୍ଥିତି ବଦଳି ଯାଇଛି। ରାଉରକେଲା ରାଜନୀତିରୁ ଦଲ୍ଲୀପ ପ୍ରାୟ ଦୂରେଇ ଯାଇଛନ୍ତି। ତାଙ୍କ ରାସ୍ତାରେ ଅଛନ୍ତି ଜଣେ ମହିଳା ପ୍ରାର୍ଥୀଙ୍କ ସହ ନବୀନ ହାୱା ଏବଂ କଂଗ୍ରେସ ପକେଟ ଭୋଟ ସହ ଜର୍ଜଙ୍କ ଲୋକପ୍ରିୟତା। ଏସବୁକୁ ସାମ୍ନା କରି ଜିତିପାରିବ ତ ଜୁଏଲ !

ଅନ୍ୟପକ୍ଷେ ବିଜେଡି ଏଠାରେ ମହିଳା କାର୍ଡ ଖେଳିଛି। ନୂଆ ମୁହଁ ହେଲେ ମଧ୍ୟ ଅଭିଜ୍ଞ। ତା ଛଡା ସୁନ୍ଦରଗଡ ରାଜନୀତିରେ ତାଙ୍କ ପରିବାରର ଦବ୍‌ଦବା ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ। ହେମାନନ୍ଦ କଂଗ୍ରେସର ଲଢୁଆ ନେତା ଏବଂ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ସେ ୨୦୦୯ରେ ଜିତିଥିଲେ। ଏହି ନର୍ବାଚନୀ ମହାଯୁଦ୍ଧରେ ବାପା ଝିଅର ହାତ ଧରନ୍ତୁ ବା ନ ଧରନ୍ତୁ, ବାପାଙ୍କ ଲୋକପ୍ରିୟତାର ପ୍ରଭାବ କିନ୍ତୁ ସୁନୀତାଙ୍କ ଉପରେ ପଡ଼ିବ। ବିଜେଡି ପକେଟ ଭୋଟ ମଧ୍ୟ ତାଙ୍କ ସପକ୍ଷରେ ରହିଛି। ତାଛଡା ଏହି ସଂସଦୀୟ କ୍ଷେତ୍ରରେ ସେ ଜଣେ ମାତ୍ର ମହିଳା ପ୍ରାର୍ଥୀ ହୋଇଥିବାରୁ ମହିଳା ଭୋଟ କିଛି ତାଙ୍କ ପଟକୁ ଯାଇବାରେ ବୋଲି ଆକଳନ କରାଯାଉଛି। ଏହି ସଂସଦୀୟ କ୍ଷେତ୍ରରେ ବିଜେଡି ତାର ଖାତା ଆଦୌ ଖୋଲି ନାହିଁ। ଦୁଇ ଦୁଇ ଜଣ ମହାରଥୀଙ୍କୁ ଟକ୍କର ଦେଇ ସୁନୀତା କ’ଣ ସତରେ ବିଜେଡିର ଭାଗ୍ୟ ଖୋଲି ପାରିବେ ?

ଅନ୍ୟପକ୍ଷେ କଂଗ୍ରେସ ପ୍ରାର୍ଥୀ କରିଛି ଜର୍ଜ ତିର୍କୀଙ୍କୁ। ବୀରମିତ୍ରପୁର ବିଧାୟକ ଭାବେ ୪ ଥର ଜିତି ଆସିଛନ୍ତି। ସୁନ୍ଦରଗଡ଼ ଲୋକସଭା ଆସନ ଅଧୀନରେ ଥିବା ବୀରମିତ୍ରପୁରରେ ତାଙ୍କ ବେଶ ପ୍ରଭାବ ରହିଛି। ସୁନ୍ଦରଗଡ ଲୋକସଭା ଆସନରେ କଂଗ୍ରେସର ପ୍ରଭାବ ମଧ୍ୟ ଭଲ ରହିଛି। ୧୯୮୦ରୁ ୯୬ ମଧ୍ୟରେ ଏହି ଆସନ କଂଗ୍ରେସ ହାତରେ ଥିଲା। କେବଳ ୧୯୮୯ରେ ବିଜେପି ହାତକୁ ଚାଲି ଯାଇଥିଲା। ତେଣୁ କଂଗ୍ରେସର ପକେଟ ଭୋଟ ସହ ନିଜ ଲୋକପ୍ରିୟତା ତାଙ୍କୁ ଜିତେଇବ ବୋଲି ସେ ଆଶା ରଖିଛନ୍ତି। ପ୍ରଚାର ମଧ୍ୟ ଜୋରଦାର ଚଲାଇଛନ୍ତି। ତଥାପି ପୁରୁଖା ସାଂସଦ ଏବଂ ମହିଳା ପ୍ରାର୍ଥୀଙ୍କୁ ଟକ୍କର ଦେବା ତାଙ୍କ ପକ୍ଷରେ ଏତେ ସହଜ ହେବନି।



from Odisha Reporter http://bit.ly/2GbWr56

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages