ରାଜନୀତିରେ ପାଦ ଥାପିଥିବା ଊର୍ମିଳା କିପରି ନେଉଛନ୍ତି ତ୍ୱଚାର ଯତ୍ନ, ଜାଣନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ରାଜନୀତିରେ ପାଦ ଥାପିଥିବା ଊର୍ମିଳା କିପରି ନେଉଛନ୍ତି ତ୍ୱଚାର ଯତ୍ନ, ଜାଣନ୍ତୁ…

ମୁମ୍ୱାଇ :  ନିଜ ହଟ୍‌, ଗ୍ଲାମରସ ଲୁକ୍‌ ଓ ଉଚ୍ଚ କୋଟୀର ଅଭିନୟ ଯୋଗୁ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ରଙ୍ଗିଲା ଗାର୍ଲ ଊର୍ମିଳା ମାତୋଣ୍ଡକର ଏବେ ରାଜନୀତିରେ ପାଦ ଦେଇଛନ୍ତି । ସେ  କିଛି ଦିନ ପୂର୍ବେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି।  କଂଗ୍ରେସ ପକ୍ଷରୁ ତାଙ୍କୁ  ଉତ୍ତର ମୁମ୍ୱାଇର ଲୋକସଭା ଆସନ ପ୍ରାର୍ଥୀ କରାଯାଇଛି ।

ନୂଆ ନୂଆ ରାଜନୀତି ମଇଦାନରେ ପାଦ ଥାପିଥିବା ଊର୍ମିଳା ଅସହ୍ୟ ଖରାକୁ ଖାତିର ନ କରି ନିଜ ଦଳ ଲାଗି ପ୍ରଚାରରେ ଲାଗି ପଡ଼ିଛନ୍ତି। ୪୦ ବର୍ଷ ଅତିକ୍ରାନ୍ତ କରି ସାରିଥିବା ଏହି ଅଭିନେତ୍ରୀ ଏବେ ବହୁ ସଭାସମିତିରେ ଯୋଗ ଦେଉଛନ୍ତି। ଏହା ମଧ୍ୟରେ ଖରା ପ୍ରକୋପ ଯୋଗୁ ଯେପରି ତ୍ୱଚା ଖରାପ ନ ହୁଏ ଏଥିଲାଗି ସେ ସ୍କିନ୍‌ କେୟାର ରୁଟିନ୍‌ ମଧ୍ୟ ଆପଣାଉଛନ୍ତି।

ଊର୍ମିଳାଙ୍କ ବିୟୁଟି ଟିପ୍ସ

ଏତେ ବ୍ୟସ୍ତତା ମଧ୍ୟରେ ବି ସେ ନିଜକୁ ଫିଟ୍‌ ରଖିବାକୁ ଓ ଚେହେରାର ସୌନ୍ଦର୍ଯ୍ୟ  ବଢାଇବାକୁ  ଭୁଲୁ ନାହାନ୍ତି। ଏଥିନିମନ୍ତେ ସେ ବହୁ ପ୍ରାକୃତିକ ଓ ଘରୋଇ ଉପଚାରର ମଧ୍ୟ ସାହାଯ୍ୟ ନେଉଛନ୍ତି। ଆସନ୍ତୁ ଆଜି ଜାଣିବା କେଉଁ ଟିପ୍ସ  ଦ୍ୱାରା ଏ  ବୟସରେ ବି ଊର୍ମିଳାଙ୍କ ଚେହେରାର ଚମକ କମିବା ପରିବର୍ତ୍ତେ ବଢୁଛି।

ତ୍ୱଚାରେ ଚମକ ଆଣିବା ଲାଗି ଊର୍ମିଳା ଏକସରସାଇଜ କରିବାକୁ ଭୁଲନ୍ତି ନାହିଁ। ଏହାଦ୍ୱାରା ଶରୀରର ଅପରିଷ୍କାର ପଦାର୍ଥ ଝାଳ ହୋଇ ନିର୍ଗତ ହୋଇଯାଇଥାଏ ବୋଲି ସେ କହିଛନ୍ତି।

ହେଲଦି ଓ ଗ୍ଲୋଇଂ ଚେହେରା ଲାଗି ଊର୍ମିଳା କ୍ଲିନଜର ବ୍ୟବହାର କରିବାକୁ  ଗୁରୁତ୍ୱ ଦେଇଥାନ୍ତି। କାର୍ଯ୍ୟ ବ୍ୟସ୍ତତା ଭିତରେ ରହିଲେ ମଧ୍ୟ ସେ କ୍ଲିନଜର ବ୍ୟବହାର କରିଥାନ୍ତି।  କିନ୍ତୁ ଘରେ ରହିଲେ ସେ କାକୁଡ଼ି ପେଷ୍ଟ କରି ମୁହଁରେ ଲଗାଇଥାନ୍ତି। ଏହାଦ୍ୱାରା ତ୍ୱଚାରେ ଚମକ ଆସିଥାଏ।

କାକୁଡ଼ି ପେଷ୍ଟର ଲାଭ

୧-କାକୁଡ଼ି ପେଷ୍ଟ ମୁହଁରେ ଲଗାଇଲେ ତାହା ଟୋନର ପରି କାମ କରିଥାଏ।

୨-କାକୁଡ଼ି ପେଷ୍ଟରେ ଏଲୋଭାରା ପେଷ୍ଟ ମିଶ୍ରଣ କରି ଲଗାଇଲେ ଏହା ମୁହଁକୁ ପରିଷ୍କାର ରଖିଥାଏ। ଏହାଦ୍ୱାରା ବ୍ରଣ ପରି ସମସ୍ୟାରୁ ବହୁ ମାତ୍ରାରେ ମୁକ୍ତି ମିଳିଥାଏ।

୩- ଖରା ଯୋଗୁ ତ୍ୱଚା ଜଳାପୋଡା ହେଉଥିଲେ, କାକୁଡି ପେଷ୍ଟ ଲଗାଇ ଦିଅନ୍ତୁ। ଏହା ମହୋଷୌଧୀ ପରି କାମ କରିବ।

୪- ଏହି ପେଷ୍ଟକୁ ଲଗାଇବା ଦ୍ୱାରା ତ୍ୱଚାରେ ଭାଙ୍ଗ ପଡ଼ି ନ ଥାଏ ଏବଂ ଖରା ଯୋଗୁ ମୁହଁରେ ପଡ଼ୁଥିବା ଧଳା ଦାଗ ମଧ୍ୟ ଦୂର ହୋଇଯାଏ।

ଶୁଟିଂ କିମ୍ୱା ରାଜନୈତିକ ସଭା ନ ଥିଲେ ଊର୍ମିଳା ଘରେ ରହିବାକୁ ପସନ୍ଦ କରନ୍ତି। ଏହି ସମୟରେ ସେ ମୁହଁରେ ବ୍ଲଶର, ଆଇ ପେନସିଲ୍‌ କିମ୍ୱା କୌଣସି କସ୍‌ମେଟିକ୍‌ ବ୍ୟବହାର କରି  ନଥାନ୍ତି। ସବୁବେଳେ ଏହାର ବ୍ୟବହାର ଦ୍ୱାରା ତ୍ୱଚାର ଶୁଷ୍କତା ବଢିଯାଉଥିବା ସେ କହିଛନ୍ତି।



from Odisha Reporter http://bit.ly/2XqlWXh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages