ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ନବୀନ

naveen1

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ଫଳାଫଳ ପ୍ରକାଶ ପାଇନି। କିନ୍ତୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ! ତେବେ ପ୍ରକୃତ କଥାଟି ହେଉଛି, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ୱର ଆସି ଓଡ଼ିଶାରୁ ବିଜେଡି ସରକାର ଗଲେ ସେ ପୁଣି ଥରେ ଆସିବେ ବୋଲି କହିଥିଲେ। ଏହାର ଜବାବ ଦେବାକୁ ଯାଇ ନବୀନ ଆଜି ବାଲେଶ୍ୱର ଜିଲ୍ଲା ରେମୁଣାରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ଏପରି ଛିଗୁଲେଇଛନ୍ତି, ଯାହା ଏବେ ରାଜ୍ୟରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

ନବୀନ କହିଛନ୍ତି- “ଓଡ଼ିଶାର ଦୁଃଖ ସମୟରେ ପ୍ରଧାନମନ୍ତ୍ରୀ ଆସିଲେ ନାହିଁ। କାରଣ ତାଙ୍କୁ ସମୟ ମିଳିଲା ନାହିଁ। ଏବେ ନିର୍ବାଚନ ପ୍ରଚାର ପାଇଁ ଘନ ଘନ ଆସୁଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ କହିଲେ, ଓଡ଼ିଶାରୁ ବିଜେଡି ସରକାର ଗଲେ ସେ ପୁଣି ଥରେ ଆସିବେ। କିନ୍ତୁ ସେ ଜାଣିବା ଦରକାର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ସୁଦ୍ଧା ଓଡ଼ିଶାବାସୀଙ୍କଠାରୁ ବିଜେଡି ବହୁ ଆଶୀର୍ବାଦ ପାଇ ପାଇସାରିଲାଣି। ତେଣୁ ଶପଥଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି।”

ସେ ଆହୁରି କହିଛନ୍ତି- “ବାଲେଶ୍ୱରରେ ମେଡିକାଲ୍‌ କଲେଜ୍‌ ପାଇଁ ରାଜ୍ୟ ସରକାର ୧୮୫୦ କୋଟି ଟଙ୍କା ଦେଇଛନ୍ତି। ମାତ୍ର କେନ୍ଦ୍ର ସରକାର ୧୦୦ କୋଟି ଟଙ୍କା ଦେଇଛନ୍ତି। ଏଠାରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ପାଇଁ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ବିରୋଧ କରିଥିଲେ। ଆହାର ଯୋଜନାରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେଉଛନ୍ତି। ମାତ୍ର ସେହି ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ଏହି ଯୋଜନାକୁ ବନ୍ଦ ପାଇଁ ଚେଷ୍ଟା କରିଥିଲେ। ଏ କି ପ୍ରକାର ରାଜନୀତି? ଫକୀରମୋହ ମାଟିର ସ୍ୱାଭିମାନୀ ଓଡ଼ିଆ ଏହାର ଉଚିତ୍‌ ଜବାବ ଦେବେ। ସାଢ଼େ ୪ କୋଟି ଓଡ଼ିଆ ମୋର ପରିବାର। ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଆପଣମାନଙ୍କ ସେବା କରିବି।”

ସେ କହିଛନ୍ତି- “ନିର୍ବାଚନ ଆସିଲେ ବିଜେପି ନେତାଙ୍କର ଓଡ଼ିଶା କଥା ମନେପଡ଼େ। ବନ୍ୟା ହେଲା ସେମାନେ ଆସିଲେ ନାହିଁ। ଫାଇଲିନ୍‌, ତିତିଲ୍‌ ପରି ପ୍ରଳୟଙ୍କାରୀ ବନ୍ୟା ଓ ମରୁଡ଼ି ସତ୍ତ୍ୱେ କେନ୍ଦ୍ରର କୌଣସି ନେତା ଓଡ଼ିଶା ଆସିଲେ ନାହିଁ। କିନ୍ତୁ ଏବେ ଓଡ଼ିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।”

ନବୀନ କହିଛନ୍ତି- “କାଳିଆ ଯୋଜନାକୁ କେନ୍ଦ୍ରର ବିଜେପି ସରକାର ବନ୍ଦ କରିବା ପାଇଁ ଚକ୍ରାନ୍ତ କରୁଛି। କିନ୍ତୁ ମୁଁ ଥିବା ପର୍ଯ୍ୟନ୍ତ ଏହି ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ। ବିଜେଡି ସରକାର ଆସିବାର ପ୍ରଥମ ଦିନରେ ସବୁ ଅର୍ଥ ଚାଷୀଙ୍କୁ ଯୋଗାଇ ଦିଆଯିବ।”



from Odisha Reporter http://bit.ly/2UD5vVI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages