କଶ୍ମୀର: ରାଜପଥରେ ଯାତାୟାତ କଟକଣା, ଅଟକି ରହିଲା ଶହ ଶହ ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

କଶ୍ମୀର: ରାଜପଥରେ ଯାତାୟାତ କଟକଣା, ଅଟକି ରହିଲା ଶହ ଶହ ଗାଡ଼ି

ଶ୍ରୀନଗର: ବରମୁଲ୍ଲାରୁ ଉଦ୍ଧମପୁର ୨୭୦ କିଲୋମିଟରର ଗୁରୁତ୍ୱପୂର୍ଣ୍ଣ ରାଜପଥରେ ସାଧାରଣ ଯାତାୟାତ ଉପରେ ସପ୍ତାହରେ ୨ ଦିନ ପାଇଁ କଟକଣା ଲଗାଯିବାକୁ ସ୍ଥିର କରାଯାଇଛି। କେବଳ ସୁରକ୍ଷା କର୍ମୀଙ୍କ ପାଇଁ ଏହି ରାଜପଥ ଖୋଲା ରଖାଯିବ। ପ୍ରତ୍ୟେକ ସପ୍ତାହର ରବିବାର ଏବଂ ବୁଧବାର ଏହି କଟକଣା ଲଗାଇବାକୁ ସ୍ଥିର କରାଯାଇଛି। ଗତ ଫେବୃଆରୀ ୧୪ ଆତ୍ମଘାତୀ ବିସ୍ଫୋରଣ ଭଳି ଘଟଣା ଏଡ଼ାଇବାକୁ ଏହି ନିଷ୍ପତ୍ତି ନିଆଯାଇଛି।

ଜରୁରୀକାଳୀନ କ୍ଷେତ୍ରରେ ଟ୍ରାଭେଲ ପାସ୍‌ ଦେବାପାଇଁ ହାଇୱେର ବିଭିନ୍ନ ସ୍ଥାନରେ ଡ୍ୟୁଟି ମାଜିଷ୍ଟ୍ରେଟ୍‌ ନିଯୁକ୍ତ କରାଯାଇଛି। ଆଜି ଭୋର ସମୟରୁ ହିଁ ରାଜପଥର ବିଭିନ୍ନ ସ୍ଥାନରେ ବିଶେଷ କରି ବରମୁଲ୍ଲା ଓ ଉଦ୍ଧମପୁରଠାରେ ଶହ ଶହ ଗାଡ଼ି ଅଟକି ରହିଛି। ଗଶନି ଛାଡ଼ିଦେବାପାଇଁ ଲୋକେ ପୁଲିସ୍‌ ଏବଂ ସୁରକ୍ଷା କର୍ମୀଙ୍କୁ ଅନୁରୋଧ କରୁଛନ୍ତି, କିନ୍ତୁ ସାଧାରଣ ଗାଡ଼ିର ଯାତାୟାତ ଉପରେ ରହିଥିବା କଟକଣା ପାଇଁ ସେମାନଙ୍କୁ ଛଡ଼ାଯାଉନାହିଁ।

ଏଭଳି ସ୍ଥିତିରେ ଏକ ବାହାଘର ପାଇଁ ଜଣେ ବରକୁ ଟ୍ରାଭେଲ ପାସ୍‌ ମିଳିଥିବାବେଳେ ତାଙ୍କ ସହ ୧୨ ଜଣ ବରଯାତ୍ରୀଙ୍କୁ ମଧ୍ୟ ପାସ୍‌ ମିଳିଛି। ୪ଟି ଗାଡ଼ିରେ ସେମାନଙ୍କୁ ଯିବାକୁ ଅନୁମତି ମିଳିଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ୱାକ୍ଷର ରହିଛି।

ତେବେ ଏହି କଟକଣା ନିର୍ଦ୍ଦେଶକୁ ବିଭିନ୍ନ ରାଜନୀତିକ ଦଳ ଏବଂ ସିଭିଲ ସୋସାଇଟି କଡ଼ା ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତ ସୁରକ୍ଷା କର୍ମୀଙ୍କ ସୁବିଧା ଓ ନିରାପତ୍ତା ପାଇଁ ସାଧାରଣ ଲୋକଙ୍କ ଯାତାୟାତ ଉପରେ କଟକଣା ଅତୀତରେ କେବେ ମଧ୍ୟ ଘଟିନାହିଁ। ଏହାର କୌଣସି ବିକଳ୍ପ ଚିନ୍ତା ନକରି ଏଭଳି ପଦକ୍ଷେପକୁ ସେମାନେ ବିରୋଧ କରିଛନ୍ତି।

ଗତ ଫେବୃଆରୀ ୧୪ରେ ପାକିସ୍ତାନ ଭିତ୍ତିକ ଜୈଶ-ଏ-ମହମ୍ମଦ ସଂଘଟିତ ଆତ୍ମଘାତୀ ଆକ୍ରମଣ ସମୟରେ ଏକାଥରେ ୭୮ଟି ଗାଡ଼ି ଯାଉଥିଲା। ଏଭଳି ବୃହତ୍‌ କନ୍‌ଭୟ ଏକାସମୟରେ ଯିବା ବିପଜ୍ଜନକ ଦର୍ଶାଇ ଏହାର ସମାଧାନ ପାଇଁ ଯବାନଙ୍କୁ ଏୟାର ଲିଫ୍ଟ ସହିତ ଏହି ବିକଳ୍ପକୁ ମଧ୍ୟ ବଛାଯାଇଥିଲା। ସୂଚନାଯୋଗ୍ୟ, ଏହି କନ୍‌ଭୟ ଯିବା ପୂର୍ବରୁ ମଧ୍ୟ ରାଜପଥକୁ ସାନିଟାଇଜ୍‌ କରାଯାଇଥିଲା। ଏହା ସତ୍ତ୍ୱେ ମଧ୍ୟ ଆତ୍ମଘାତୀ ଆତଙ୍କୀ ଏତେବଡ଼ ଆକ୍ରମଣ ଘଟାଇପାରିଥିଲା।



from Odisha Reporter http://bit.ly/2OTPcCv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages