ବିଜେଡି ମହିଳା କାର୍ଡ ଖେଳୁଛି, କଂଗ୍ରେସ୍‌ କାଟୁଛି ମହିଳା ଟିକେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ବିଜେଡି ମହିଳା କାର୍ଡ ଖେଳୁଛି, କଂଗ୍ରେସ୍‌ କାଟୁଛି ମହିଳା ଟିକେଟ

ଯାଜପୁର(ଗୁଲାମ୍‌ ଗସ୍‌): ୨୦୧୯ ନିର୍ବାଚନରେ ବିଜେଡି ମହିଳା ପ୍ରାର୍ଥୀଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କଥା ଉଠାଇଥିଲା। ଆଉ ଏହି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ମହିଳାଙ୍କୁ ଟିକେଟ ଦେଇ ମହିଳା ଭୋଟ ହାତେଇବାକୁ ଗୋଟି ଚଳାଇଲା। ବିଜେପି ମଧ୍ୟ ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇ ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଇଛି। ହେଲେ କଂଗ୍ରେସ ମହିଳା ପ୍ରାର୍ଥୀଙ୍କୁ ହତାଦାର କରୁଛି ବୋଲି ଆଜି ଆପାତତଃ ସ୍ପଷ୍ଟ ହୋଇଛି ବୋଲି କହୁଛନ୍ତି ବୁଦ୍ଧିଜୀବୀ।

ଧର୍ମଶାଳ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳ ପକ୍ଷରୁ ସ୍ମୃତିରେଖା ପହୀଙ୍କ ନାମ ଘୋଷଣା ହୋଇଥିଲା ବେଳେ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ନିର୍ବାଚନ ମଣ୍ଡଳୀରେ ଏହାର ପ୍ରଭାବ ନିଶ୍ଚିତ ଭାବେ ପଡିବ ବୋଲି କୁହାଯାଉଛି। କାରଣ ମହିଳା କାର୍ଡ ଖେଳି ବିଜେଡି ଗୋଟି ଚଳାଉଥିବା ବେଳେ କଂଗ୍ରେସର ଏଭଳି ହତାଦାର କଲାଭଳି କାର୍ଯ୍ୟ ରାଜ୍ୟସ୍ତରରେ ଦଳୀୟ କର୍ମୀଙ୍କ ମନୋବଳ ଭାଙ୍ଗିବ ବୋଲି  ଚର୍ଚ୍ଚା ହେଉଛି।

ନିକଟରେ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଧର୍ମଶାଳ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳ ପକ୍ଷରୁ ସ୍ମୃତିରେଖା ପହୀଙ୍କ ନାମ ଘୋଷଣା ହୋଇଥିଲା । ଏହାର ୨ ଦିନ ପରେ ଶୁକ୍ରବାର ୭ ତାରିଖରେ ସ୍ମୃତିରେଖା ନିଜ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଯାଇ  ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ  ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଥିଲେ । ହେଲେ ଆଜି ଏହି ନିର୍ବାଚନ ମଣ୍ଡଳୀରୁ ତାଙ୍କୁ ବଦଳାଯାଇ ଧର୍ମଶାଳା ବ୍ଳକର ପୂର୍ବତନ ଅଧ୍ୟକ୍ଷ କିଷାନ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଛି ।

ସୂଚନାଯୋଗ୍ୟ, ସ୍ମୃତିରେଖା ଏଠାରୁ ଦଳୀୟ ପ୍ରାର୍ଥୀ ଘୋଷଣା ହେବା ପରେ ଧର୍ମଶାଳାର କଂଗ୍ରେସ କର୍ମୀ ଓ ଅଶାୟୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ନିର୍ବାଚନ ମଣ୍ଡଳୀରେ ଏହାକୁ ବିରୋଧ କରି କଂଗ୍ରେସ କର୍ମୀ ଓ ନେତାମାନେ ପ୍ରତିବାଦ କରିବା ସହିତ ପିସିସି ସଭାପତିଙ୍କୁ ଭେଟି ନିଜର ଆପତ୍ତି ଜଣାଇଥିଲେ । ପ୍ରାର୍ଥୀ ଘୋଷଣାର ପୁର୍ନବିଚାର କରିବା ଲାଗି ସେମାନେ ମୁଖିଆଙ୍କ ନିକଟରେ ଦାବି କରିଥିଲେ । ଶେଷରେ ପିସିସି ମୁଖିଆ ଏହି ଆସନରୁ ସ୍ମୃତିରେଖାଙ୍କୁ ବାଦଦେଇ କିଷାନଙ୍କୁ ପ୍ରାର୍ଥୀ କରିଛନ୍ତି ।

ସ୍ଥାନୀୟ ଅଞ୍ଚଳର ଯୁବକ ଭାବେ ଧର୍ମଶାଳରେ  କିଷାନଙ୍କ ଦବଦବା ଅଛି । ଏପରିକି କିଷାନଙ୍କୁ ଏଠାରୁ ପ୍ରାର୍ଥୀ ନ କରିବା ଲାଗି ସ୍ଥାନୀୟ ବିଧାୟକ କୁଆଡେ କଂଗ୍ରେସ ମୁଖିଆଙ୍କ ସହିତ ଯୋଗଶୁତ୍ର ରଖିଥିଲେ ବୋଲି ଚର୍ଚ୍ଚା ହେଉଛି ।

ଏଣେ ଆଜି ସକାଳେ ମହିଳା କଂଗ୍ରେସ ସଭାନେତ୍ରୀ ଦଳରେ ମହିଳା ପ୍ରାର୍ଥୀଙ୍କୁ ହତାଦାର କରାଯାଉଥିବା ନେଇ ଟିପ୍ପଣୀ କରିଥିଲେ। ଏଠି ରାହୁଲଙ୍କ କଂଗ୍ରେସ ନୁହେଁ ନିରଞ୍ଜନ ଓ ତାଙ୍କ ପରିବାରର କଂଗ୍ରେସ ଚାଲିଛି ବୋଲି କହିଥିଲେ ସଭାନେତ୍ରୀ ସୁମିତ୍ରା ଜେନା।



from Odisha Reporter http://bit.ly/2uOSVbo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages