
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ତଥା ଓଡ଼ିଶାରେ ଶେଷ ପର୍ଯ୍ୟାୟ ଭୋଟ୍ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥର ହେବିୱେଟ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ କଡ଼ା ଟକ୍କର ଦେବେ ବିଜେଡିର ଅନୁଭବ ମହାନ୍ତି। ବୈଜୟନ୍ତ ରାଜନୀତିରେ ପୁରୁଣା ତଥା ଅନୁଭବି ହୋଇଥିବା ବେଳେ ଅନୁଭବ କିନ୍ତୁ ପ୍ରତ୍ୟକ୍ଷ ରାଜନୀତିରେ ନୂଆ। ଜଣେ ଅଭିନେତା ଭାବେ ଜୀବନ ଆରମ୍ଭ କରି ପରବର୍ତ୍ତି ସମୟରେ ରାଜନୀତିରେ ପାଦ ଦେଇଥିବା ଅନୁଭବଙ୍କୁ ଏଥର ବିଜେଡି ଉତାରିଛି ପ୍ରତ୍ୟକ୍ଷ ରାଜନୀତିରେ। କେନ୍ଦ୍ରାପଡ଼ାରେ ହେବିୱେଟ ତଥା ଲୋକପ୍ରିୟ ନେତା ବୈଜୟନ୍ତ ପଣ୍ଡାଙ୍କୁ ସେ ଟକ୍କର ଦେବେ।
ଏଣେ ବିଜେଡି ଏହି ଆସନରେ ଜିତିବା ପାଇଁ କଳବଳ କୌଶଳ ଲଗାଇ ଦେଇଛି। କାରଣ ଅନ୍ୟ ଆସନ ଜିତିବା ଅପେକ୍ଷା ଏହାକୁ ଜିତିବା ବିଜେଡିର “ଇଜ୍ଜତ କା ସୱାଲ”। ଏଣୁ ଟାଣି ଓଟାରୀ ପ୍ରତିପକ୍ଷ ବୈଜୟନ୍ତଙ୍କୁ ବଦନାମ୍ କରିବାରେ ଲାଗିଛି ବିଜେଡି।
ନିକଟରେ ଅନୁଭବଙ୍କ ଫେସ୍ବୁକ୍ ପେଜ୍ରେ ଏକ ଭିଡିଓ ଅପଲୋଡ୍ ହୋଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ କୁହାଳିଆ ବିଜେଡି ନେତା ତଥା ମୁଖପାତ୍ର ସସ୍ମିତ ପାତ୍ର ବୈଜୟନ୍ତଙ୍କୁ ଅଯଥାରେ ଆକ୍ଷେପ କରି କିଛି ତଥ୍ୟ ରଖୁଛନ୍ତି। ଭୋଟ୍ ବ୍ୟାଙ୍କ ବଢାଇବାକୁ ସସ୍ମିତ ନିରାଧାର ଭାବେ କେନ୍ଦ୍ରାପଡ଼ାବାସୀଙ୍କୁ ବୈଜୟନ୍ତ ଠକିଛନ୍ତି ବୋଲି କହୁଛନ୍ତି। ଏପରିକି ପୁଲିସ୍ କରିଥିବା ଏକ ମାମଲାକୁ କେନ୍ଦ୍ରାପଡ଼ାବାସୀ ଦାୟର କରିଥିବେ ଅଭିଯୋଗ କରିଛନ୍ତି ସସ୍ମିତ।
ହେଲେ ଏହି ଭିଡ଼ିଓ ବିଜେଡି ପାଇଁ ବୁମେରାଂ ହୋଇଛି। ସୋଶାଲ ମିଡିଆରେ ଟ୍ରୋଲ ହୋଇଛନ୍ତି ଉଭୟ ସସ୍ମିତ ଓ ଅନୁଭବ।
ଜଣେ ଦର୍ଶକ ବିଜେଡିରୁ ଚୋର ବୋଲି କହି ଭତ୍ସନା କରିଛନ୍ତି। ଅନ୍ୟ ଜଣେ ୟୁଜର ଅନୁଭବଙ୍କୁ ନିଜର ଫ୍ୟାନ୍ ବୋଲି କହି ରାଜନୀତି ନୁହେଁ ବରଂ ଅଭିନୟରେ ମନୋନିବେଶ କରିବାର ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦେଇଛନ୍ତି। ଆଉ ଜଣେ ୟୁଜର ଅନୁଭବଙ୍କୁ “ମୋ ବିଲେଇ ମତେ ମିଆଉଁ” ବୋଲି କହି କଟାକ୍ଷ କରିଛନ୍ତି। କାରଣ ଏକଦା ବୈଜୟନ୍ତଙ୍କ ସଂସ୍ଥାର ଗୁଣଗାନ କରୁଥିବା ଅନୁଭବ ଆଜି ହଠାତ୍ ଶତ୍ରୁ ଭଳି ଆଚରଣ କରୁଛନ୍ତି। କଟକ ବାଦାମବାଡି ବସ୍ଷ୍ଟାଣ୍ଡର ଅବସ୍ଥାକୁ ନେଇ ମଧ୍ୟ ୟୁଜର କେମେଣ୍ଟ କରିଛନ୍ତି। ଅନୁଭବ ରାଜ୍ୟସଭା ସାଂସଦ ଥିବା ବେଳେ କଟକ ବସ୍ଷ୍ଟାଣ୍ଡର ଅବସ୍ଥା ସୁଧାରି ପାରି ନ ଥିବା ବେଳେ ଏବେ କେନ୍ଦ୍ରାପଡା ଜିତିଲେ କ’ଣ କରିବେ ବୋଲି ଏକ ହାସ୍ୟାସ୍ପଦ ଟିପ୍ପଣୀ ରଖିଛନ୍ତି।
from Odisha Reporter http://bit.ly/2DA4tEp
No comments:
Post a Comment