ସାଉଥ୍‌ ଇଣ୍ଡିଆନ୍‌ ଷ୍ଟାଇଲ୍‌ କଙ୍କଡ଼ା ତରକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ସାଉଥ୍‌ ଇଣ୍ଡିଆନ୍‌ ଷ୍ଟାଇଲ୍‌ କଙ୍କଡ଼ା ତରକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଙ୍କଡ଼ା ତରକାରୀ ପ୍ରାୟ ସମସ୍ତଙ୍କୁ ପସନ୍ଦ ହୋଇଥାଏ। ଅନେକ ଲୋକ ଏହାକୁ ପ୍ରସ୍ତୁତ କରିବା ଶିଖି ନ ଥାନ୍ତି ବୋଲି ଘରେ ତିଆରି କରି ଖାଇ ପାରନ୍ତି ନାହିଁ। ଆଉ ଯେଉଁମାନେ ଏହାକୁ ତିଆରି କରିଥାନ୍ତି, ସେମାନେ ଚିକେନ ଏବଂ ମାଛ ତରକାରୀ ଭଳି ତିଆରି କରିଥାନ୍ତି। ତେବେ ଆଜି ଆପଣଙ୍କୁ ଏକ ଅଲଗା ପ୍ରକାର କଙ୍କଡ଼ା ତରକାରୀ ତିଆରି କରିବା ଶିଖାଇବୁ ଯାହାର ନାଁ ହେଉଛି, ସାଉଥ୍‌ ଇଣ୍ଡିଆନ୍‌ ଷ୍ଟାଇଲ୍‌ କଙ୍କଡ଼ା ତରକାରୀ। ତେବେ ଏହା କିପରି ପ୍ରସ୍ତୁତ କରିବେ ଜାଣନ୍ତୁ।

ଆବଶ୍ୟକୀୟ ସାମଗ୍ରୀ

କଙ୍କଡ଼ା, ତେଲ, ଗୋଲମରିଚ, ଜିରା, ପାନମଧୁରୀ, ପିଆଜ, ଲୁଣ, କଞ୍ଚା ଲଙ୍କା, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପାଉଡ଼ର୍‌, ଟମାଟୋ, ନଡ଼ିଆ କୋରା,, ଗୁଜୁରାତି, ଲବଙ୍ଗ, ସୋରିଷ ଏବଂ ଭୃଷଙ୍ଗ ପତ୍ର।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ।  ସେଥିରେ ତେଲ, ଗୋଲମରିଚ, ଜିରା, ପାନମଧୁରୀ ପକାଇ ଅଳ୍ପ ଭାଜନ୍ତୁ। ଏହା ପରେ ସେଥିରେ କଟା ପିଆଜ, ଅଳ୍ପ ଲୁଣ, କଞ୍ଚା ଲଙ୍କା, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପାଉଡ଼ର୍‌, ଟମାଟୋ ପକାଇ ଭାଜନ୍ତୁ।
ପିଆଜକୁ ପୁରା ଲାଲ୍‌ କରି ଭାଜିବେ ନାହିଁ।

ମସଲା ଭାଜି ହୋଇଗଲେ ତାକୁ ଥଣ୍ଡା ହେବାପାଇଁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ମସଲା ଥଣ୍ଡା ହେଲା ପରେ ସେସବୁକୁ ଗ୍ରାଇଣ୍ଡ କରିଦିଅନ୍ତୁ। ପୁଣି ଥରେ ସେଥିରେ ନଡ଼ିଆ କୋରା ପକାଇ ଗ୍ରାଇଣ୍ଡ କରନ୍ତୁ।

କଙ୍କଡ଼ା ପାଇଁ ମସଲା ତିଆରି ହେଲା ପରେ ଏବେ ତରକାରୀ କରିବା ପାଇଁ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ସେଥିରେ ଗୁଜୁରାତି, ଲବଙ୍ଗ, ଅଳ୍ପ ସୋରିଷ ଏବଂ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମସଲା ପକାନ୍ତୁ। ଏହା ପରେ ସେଥିରେ ଅଳ୍ପ ପାଣି ପକାଇ କଷନ୍ତୁ। ଏହାକୁ ଏବେ ଢାଙ୍କୁଣି ଦେଇ ସିଝିବାକୁ ଛାଡ଼ି ଦିଅନ୍ତୁ।

ଏହାକୁ ଅଳ୍ପ ଗ୍ରେଭି ଭଳି ରଖିବେ। ଅଧିକା ପାଣି ଦେବେ ନାହିଁ, କିମ୍ବା କଙ୍କଡ଼ା କଷା ପରି କରିବେ ନାହିଁ।

ଅଳ୍ପ ସମୟ ପରେ ସେଥିରେ ଲୁଣ ଏବଂ କଙ୍କଡ଼ା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ କଙ୍କଡ଼ା ଗୁଡ଼ିକୁ ସିଝିବା ପାଇଁ ଡାଙ୍କୁଣି ଦେଇ  ଛାଡ଼ି ଦିଅନ୍ତୁ। କିଛି ସମୟ ପରେ କଙ୍କଡ଼ା ସିଝି ଗଲେ ସେଥିରେ ଭୃଷଙ୍ଗ ପତ୍ର ପକାଇ ଆଉ କିଛି ସମୟ ଗ୍ୟାସ୍‌ରେ ବସାନ୍ତୁ। ୫ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ସାଉଥ୍‌ ଇଣ୍ଡିଆନ୍‌ ଷ୍ଟାଇଲ୍‌ କଙ୍କଡ଼ା ତରକାରୀ।

ଏବେ ଏହାକୁ ଆପଣ ରୁମାଲି ରୁଟି, ସାଧା ରୁଟି କିମ୍ବା ଭାତ ସହ ମଧ୍ୟ ଖାଇ ପାରିବେ।



from Odisha Reporter http://bit.ly/2VqhSZz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages