
ନୂଆଦିଲ୍ଲୀ: ଆଇପିଏଲର ରୋମାଞ୍ଚ କ’ଣ ତାହା କେବଳ ଜଣେ ଫ୍ୟାନ୍ ହିଁ କହିପାରିବ। ଜଣେ ଫ୍ୟାନ୍ ନିଜ ଫେଭରିଟ୍ ଟିମର ମ୍ୟାଚକୁ ଟିଭିରେ ଦେଖିପାରୁ ନାହିଁ କି ଟିମର ସ୍କୋର ମଧ୍ୟ ଜାଣିପାରୁ ନାହିଁ। ଏଭଳି ସ୍ଥିତିରେ ସେ କ’ଣ କରିବ। ଅଧିକାଂଶ ଲୋକ ଏହାର ସମାଧାନ ପାଇଁ ମୋବାଇଲ୍ ଫୋନରେ ଇଣ୍ଟରନେଟର ସହାୟତା କଥା ଉଠାଇଛନ୍ତି।
କିନ୍ତୁ ହାଇଦ୍ରବାଦରେ ଏଭଳି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ଟାଫ୍ରିକ୍ ମଝିରେ ଆଇପିଏଲର ସ୍କୋର ଦେଖିବାକୁ ମିଳିଛି। ଏହାକୁ ଦେଖିଲା ପରେ ଲୋକଙ୍କୁ ଆଉ ମୋବାଇଲରେ ଇଣ୍ଟରନେଟର ଆବଶ୍ୟକତା ହେବ ନାହିଁ। ଏହି ଜବରଦସ୍ତ ସୁବିଧା ହାଇଦ୍ରବାଦର ଏକ ଟ୍ୟାକ୍ସିରେ ଉପଲବ୍ଧ ହୋଇଛି।
ଏହି ଟ୍ୟାକ୍ସି ଉପରେ ଆଇପିଏଲର ସ୍କୋରବୋର୍ଡ ଲଗାଯାଇଛି। ଏହି ଟ୍ୟାକ୍ସିକୁ “ରେଡଇଟ୍’ ସୋଶାଲ୍ ୟୁଜର ଦେଖାଇଛି ଏବଂ ଏହାର ଫଟୋ ମଧ୍ୟ ଏଥିରେ ପୋଷ୍ଟ କରାଯାଇଛି। ଶନିବାର ୬ ଏପ୍ରିଲରେ ଚେନ୍ନାଇ ସୁପର କିଙ୍ଗସ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଚାଲିଥିବା ମ୍ୟାଚର ସ୍କୋର ଏହି ଟ୍ୟାକ୍ସିରେ ଦେଖିବାକୁ ମିଳିଛି।
ଏଥିରେ ଚେନ୍ନାଇର ସ୍କୋର ୧ ୱିକେଟରେ ୬୧ ରନ୍ ହୋଇଥିବା ଦେଖାଯାଉଛି। ଏହି ଫଟୋକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବେଶ୍ ପସନ୍ଦ କରିଛି ଏବଂ ତା’ର ଟ୍ୱିଟର୍ ଆକାଉଣ୍ଟରେ ଏହାକୁ ସେୟାର କରିଛି। ଅଧିକାଂଶ ଫ୍ୟାନ୍ ମଧ୍ୟ ଏହି ଫଟୋକୁ ଅଧିକ ପସନ୍ଦ କରିବା ସହ ବହୁତ କମେଣ୍ଟ ମଧ୍ୟ ଦେଇଛନ୍ତି।
When cricket is life
(via r/india) pic.twitter.com/ZZLSCkmXmV— ICC (@ICC) April 7, 2019
from Odisha Reporter http://bit.ly/2VwsAdT


No comments:
Post a Comment