୨୦୦୪ ପରେ କର୍ଣ୍ଣାଟକାରୁ ଜଣେ ବି ମୁସଲିମ ସାଂସଦ ଜିତି ନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

୨୦୦୪ ପରେ କର୍ଣ୍ଣାଟକାରୁ ଜଣେ ବି ମୁସଲିମ ସାଂସଦ ଜିତି ନାହାନ୍ତି

ବେଙ୍ଗାଲୁରୁ: ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ପ୍ରତି ରାଜନୀତିକ ଦଳ ସଂଖ୍ୟାଲଘୁମାନଙ୍କୁ ସମ୍ମାନ ଦେଉଥିବା କହୁଛନ୍ତି। ହେଲେ କର୍ଣ୍ଣାଟକାରେ ସଂଖ୍ୟାଲଘୁ ମୁସଲିମ୍‌ଙ୍କ ପ୍ରତି ରାଜନୀତିକ ଦଳ ଓ ଲୋକଙ୍କ କେଉଁଭଳି ଆଭିମୁଖ୍ୟ ରହିଛି, ତାହା ମିଳିଥିବା ତଥ୍ୟ ବୟାନ କରୁଛି। ୨୦୦୪ରୁ ଏବେ ଯାଏ କର୍ଣ୍ଣାଟକାବାସୀ ଜଣେ ହେଲେ ବି ମୁସଲିମ ବ୍ୟକ୍ତିଙ୍କୁ ସାଂସଦ ଭାବେ ଲୋକସଭାକୁ ପଠାଇନାହାନ୍ତି। ସେହିପରି ରାଜ୍ୟସଭାକୁ ମଧ୍ୟ କର୍ଣ୍ଣାଟକାରୁ କୌଣସି ମୁସଲିମ ଯାଇନାହାନ୍ତି।

୨୦୦୪ରୁ ଆଜି ଯାଏ କର୍ଣାଟକାରୁ ୮୪ ଜଣ ସାଂସଦ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଯାଇଛନ୍ତି। କେବଳ ଇକବାଲ ଅହମ୍ମଦ ସାରଦଗି ଏକମାତ୍ର ମୁସଲିମ ପ୍ରାର୍ଥୀ ଭାବେ କାଲୁବର୍ଗିରୁ ନିର୍ବାଚିତ ହୋଇଥିଲେ।

୨୦୦୪ରୁ ୨୦୧୯ ମଧ୍ୟରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ୧୧ ଜଣ ମୁସଲିମ୍‌ଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ ବିଜେପି ଆଜି ଯାଏ କୌଣସି ମୁସଲିମଙ୍କୁ ଦଳୀୟ ଟିକେଟ୍‌ ଦେଇନାହିଁ। କର୍ଣ୍ଣାଟକାରେ ମୁସଲିମ ସଂପ୍ରଦାୟର ସଂଖ୍ୟା ୧୨% ରହିଥିଲେ ହେଁ କ’ଣ ପାଇଁ ରାଜନୀତିକ ଦଳର ନେତାମାନେ ସେମାନଙ୍କୁ ପ୍ରାର୍ଥୀ କରୁନାହାନ୍ତି, ସେହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

୨୦୦୪ରେ ୪ ଜଣ ମୁସଲିମ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ହେଲେ ଏମାନଙ୍କ ମଧ୍ୟରୁ ଜଣେ ହିଁ ଜିତିଥିଲେ। ୨୦୦୯ରେ ୩ ଜଣ ମୁସଲିମ ପ୍ରାର୍ଥୀ ହୋଇଥିଲେ ହେଁ ଏମାନଙ୍କ ମଧ୍ୟରୁ କେହି ବି ଜିତି ନଥିଲେ। ୨୦୧୪ରେ ମଧ୍ୟ ସମାନ ଘଟଣା ଘଟିଥିଲା। ୨୦୧୯ରେ ଜଣେ ମାତ୍ର ମୁସଲିମ ପ୍ରାର୍ଥୀ ରହିଛନ୍ତି। ସେ ଜିତୁଛନ୍ତି କି ହାରୁଛନ୍ତି, ସେକଥା ମେ’ ୨୩ରେ ଜଣାପଡ଼ିବ।

ଅନ୍ୟପକ୍ଷରେ ୧୯୯୧ରୁ ୨୦୦୪ ଯାଏ ଜାଫର ଶରିଫ ତିନିଥର ଲୋକସଭା ନିର୍ବାଚନ ଜିତିଥିଲେ। ସେ ୧୯୯୧, ୧୯୯୮ ଓ ୧୯୯୯ରେ ଲୋକସଭାକୁ ଯାଇଥିଲେ। ୧୯୯୬ରେ କ୍ୱମର ଉଲ ଇସଲାମ ଜିତିଥିବା ବେଳେ ଶେଷଥର ପାଇଁ ୨୦୦୪ରେ ଇକବାଲ ଜିତିଥିଲେ।



from Odisha Reporter http://bit.ly/2P2gV4k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages