ସାଧ୍ୱୀ ପ୍ରଜ୍ଞାଙ୍କ ଓକିଲାତି କଲେ ଶାହ ଓ ଶିବରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ସାଧ୍ୱୀ ପ୍ରଜ୍ଞାଙ୍କ ଓକିଲାତି କଲେ ଶାହ ଓ ଶିବରାଜ

କୋଲକାତା: ମାଲେଗାଓଁ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ତଥା ଲଗାମଛଡ଼ା ବୟାନ ପାଇଁ ବିବାଦରେ ଥିବା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ପାଇଁ ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଓକିଲାତି କରିଛନ୍ତି। ଶ୍ରୀ ଶାହ କହିଛନ୍ତି, “ସାଧ୍ୱୀଙ୍କୁ ମଧ୍ୟପ୍ରଦେଶର ଭୋପାଲ ଆସନରୁ ପ୍ରାର୍ଥୀ କରି ଦଳ ଉପଯୁକ୍ତ ନିଷ୍ପତ୍ତି ନେଇଛି।

ତାଙ୍କୁ ମାଲେଗାଓଁ ବିସ୍ଫୋରଣ ଘଟଣାରେ ଫସାଇ ଦିଆଯାଇଛି। ତାଙ୍କ ନାଁରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ। ସାଧ୍ୱୀ ଓ ସ୍ୱାମୀ ଅସୀମାନନ୍ଦଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗୁଡ଼ିକ ଏଯାଏ ପ୍ରମାଣ ହୋଇନାହିଁ। ଏହି ଘଟଣାର ମୁଖ୍ୟ ଅପରାଧୀମାନଙ୍କୁ ଛାଡ଼ି ନିରୀହ ଲୋକଙ୍କୁ ଗିରଫ କରାଯାଇଥିଲା। ତେଣୁ ସାଧ୍ୱୀଙ୍କୁ ଭୋପାଲ ଆସନରୁ ଟିକେଟ୍‌ ମିଳିଛି। ”

ଶିବରାଜ ସିଂହ ମଧ୍ୟ ସାଧ୍ୱୀଙ୍କ ସମର୍ଥନ କରିଛନ୍ତି। ସେ କହିଛନ୍ତି, “ସାଧ୍ୱୀ ହେଉଛନ୍ତି ଭାରତବର୍ଷର ନିରୀହ ଝିଅ। ସେ ନିର୍ଦ୍ଦୋଷ। ସେ ଜଣେ ଦେଶଭକ୍ତ। ତେଣୁ ସେ ଭୋପାଲରେ ବିପୁଳ ସଂଖ୍ୟାରେ ଭୋଟ ପାଇ ସେ ବିଜୟୀ ହେବେ। ଆଇନ୍‌ର ଅପବ୍ୟବହାର କରି ତାଙ୍କୁ ଗିରଫ କରାଯାଇଛି। ହିନ୍ଦୁ ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ଯେଉଁ ଅପପ୍ରଚାର କରାଯାଉଥିଲା, ତା’ର ପର୍ଦ୍ଦାଫାସ ହୋଇଛି। ଏସବୁ ପଛରେ କଂଗ୍ରେସ ନେତା ଦିଗବିଜୟ ସିଂହ ହିଁ ରହିଥିଲେ।”

୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଥିବା ସାଧ୍ୱୀ ପ୍ରଜ୍ଞା ୯ ବର୍ଷ ଜେଲ୍‌ରେ ରହିବା ପରେ ଅସୁସ୍ଥ ଥିବା ଦର୍ଶାଇ ଜାମିନ୍‌ରେ ଆସିଛନ୍ତି। ଏବେ ବିଜେପି ତାଙ୍କୁ ଭୋପାଲରୁ ପ୍ରାର୍ଥୀ କରିଛି।



from Odisha Reporter http://bit.ly/2IPoCtA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages