ଅଳ୍ପକେ ଟଳିଲା ଶ୍ରୀଲଙ୍କାରେ ଆଉ ଏକ ବିସ୍ଫୋରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଅଳ୍ପକେ ଟଳିଲା ଶ୍ରୀଲଙ୍କାରେ ଆଉ ଏକ ବିସ୍ଫୋରଣ

କଲମ୍ବୋ: ପୁଣିଥରେ ଶ୍ରୀଲଙ୍କାରେ ବଡ଼ ଧରଣ ବିସ୍ଫୋରଣ କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ର ଅଳ୍ପକେ ପଣ୍ଡ ହୋଇଯାଇଛି। ଗତକାଲି ଆତଙ୍କବାଦୀମାନ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ୮ଟି ବିସ୍ଫୋରଣ କରିଥିଲେ। ଆଜି କଲମ୍ବୋ ଏୟାରପୋର୍ଟକୁ ଟାର୍ଗେଟ କରି ହୋଇଥିବା ବିସ୍ଫୋରଣ ଯୋଜନାକୁ ବାୟୁସେନା ପକ୍ଷରୁ ଟାଳି ଦିଆଯାଇଛି। କଲମ୍ବୋର ମୁଖ୍ୟ ଏୟାରପୋର୍ଟ ନିକଟରେ ଏକ ପାଇପ୍‌ ବୋମା ଦ୍ୱାରା ଆତଙ୍କବାଦୀମାନେ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ହେଲେ ଦେଶର ବାୟୁସେନାର ସଦସ୍ୟମାନେ ବିସ୍ଫୋରଣ ପୂର୍ବରୁ ସେଠାରେ ପହଞ୍ଚି ବଡ଼ ବିପଦରୁ ଦେଶବାସୀଙ୍କୁ ରକ୍ଷା କରିଦେଇଛନ୍ତି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏୟାରପୋର୍ଟ ଆଡ଼େ ଲମ୍ବିଥିବା ରାସ୍ତାରେ ହିଁ ହୋମମେଡ୍‌ ପାଇପ୍‌ ବୋମାଟି ରହିଥିଲା। ଏକ ପାଇପ୍‌ ମଧ୍ୟରେ ବିସ୍ଫୋରକ ଖଞ୍ଜି ଆତଙ୍କବାଦୀମାନେ ବଡ଼ ଧରଣର ହମ୍‌ଲା କରିବାକୁ ଯୋଜନା କରିଥିଲେ। ଏଥିରେ ଥିବା ଆଇଇଡି ସ୍ଥାନୀୟ ଅଞ୍ଚଳରେ ହିଁ ନିର୍ମାଣ କରାଯାଇଛି। ୬ ଫୁଟ୍‌ ଲମ୍ବ ଏହି ପାଇପ୍‌ ମଧ୍ୟରେ ଉଚ୍ଚ କ୍ଷମତା ସମ୍ପନ୍ନ ବୋମା ରହିଥିଲା। ଏହାକୁ ବାୟୁସେନା ଠାବ କରିଥିଲା ଏବଂ ତୁରନ୍ତ ନଷ୍ଟ କରିଦେଇଥିଲା। ଫଳରେ ଏବ ବଡ଼ଧରଣର ବିସ୍ଫୋରଣକୁ ଏଡ଼ାଇ ଦିଆଯାଇ ପାରିଥିଲା।



from Odisha Reporter http://bit.ly/2GzgbRn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages