ସୁକିନ୍ଦା ଗଣଦୁଷ୍କର୍ମ ଅଭିଯୋଗ: ମୁଖ୍ୟ ଅଭିଯୁକ୍ତ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ସୁକିନ୍ଦା ଗଣଦୁଷ୍କର୍ମ ଅଭିଯୋଗ: ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର(ଅଭୟ ପତି):ସୁକିନ୍ଦା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ବେହୁରାଙ୍କୁ  ଗିରଫ କରିଛି ପୁଲିସ। ମୋବାଇଲ ଟ୍ରାକିଂ କରି ଢେଙ୍କାନାଳ ଜିଲ୍ଲାର କପିଳାସ ନିକଟରୁ ସବ୍ୟସାଚୀକୁ ଗିରଫ କରିଛି ଯାଜପୁର ପୁଲିସ । ଗତକାଲି ସୁକିନ୍ଦାର ଜଣେ ଯୁବତୀକୁ ନିଜ ଗାଡି ଭିତରେ ଦୁଷ୍କର୍ମ କରିବା ପରେ ଯାଜପୁରରୋଡ଼ଠାରେ ଆଉ ଜଣେ ବରିଷ୍ଠ ରାଜନେତାଙ୍କ ସମ୍ପର୍କୀୟଙ୍କ ସହ ମିଶି ପୁଣି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ତେବେ ଅଭିଯୁକ୍ତକୁ  ଗିରଫ ଦାବି କରି ଗତ ରାତି ଏବଂ ଆଜି ଅପରାହ୍ନରେ ବିଜେପି ପକ୍ଷରୁ ସୁକିନ୍ଦା ଥାନା ଘେରାଉ କରାଯାଇଥିଲା। ଏଥିସହ ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଥିଲା। ନଚେତ ବିଜେପି ରାଜ ରାସ୍ତାକୁ ଓହ୍ଲାଇବା ପାଇଁ

ଚେତାବନୀ ଦେଇଥିଲା। ପୁଲିସ ପାଇଁ ଏହା ଏକ ବଡ଼ ଚାଲେଞ୍ଜ ହୋଇଥିବାରୁ SC /ST ସହ ଦୁଷ୍କର୍ମ ମାମଲା ରୁଜ୍ଜୁ କରି ତନାଘନା ଜାରି ରଖିଥିଲା। ତେବେ ମୋବାଇଲ ଟ୍ରାକିଂରେ ଅଭିଯୁକ୍ତ କପିଳାସରେ ଥିବା ଜାଣି ଅତି ଚତୁରତାର ସହ ସ୍ଥାନୀୟ ପୁଲିସ ସହ ମିଶି ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ। ଏବେ ନିର୍ବାଚନ ତାତି ଥିବାରୁ ଅଭିଯୁକ୍ତକୁ ଏକ ଅଜ୍ଞାତ ସ୍ଥାନକୁ ନେଇ ପଚରା ଉଚୁରା କରୁଛି ପୁଲିସ।

ଅଭିଯୁକ୍ତ ସବ୍ୟସାଚୀ ଶାସକ ଦଳର ଆଗ ଧାଡ଼ିର କର୍ମୀ ଥିବାବେଳେ ସୁକିନ୍ଦାର ପୂର୍ବତନ ମନ୍ତ୍ରୀଙ୍କ ଖାସ ଲୋକ ବୋଲି ବିଭିନ୍ନ ଫଟୋରୁ ଜଣାପଡିଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।



from Odisha Reporter http://bit.ly/2DyBLng

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages