
ବେଙ୍ଗାଲୁରୁ: ଗତ ସପ୍ତାହରେ ଓଡ଼ିଶାର ସମ୍ବଲପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଯାଞ୍ଚ କରିଥିବାରୁ ନିର୍ବାଚନ କମିଶନ ଜଣେ ଆଇଏଏସ୍ ଅଧିକାରୀଙ୍କୁ ନିଲମ୍ବନ ଆଦେଶ ଦେଇଥିଲେ। କିନ୍ତୁ ଏହି ନିଲମ୍ବନ ଆଦେଶକୁ ସ୍ଥଗିତ ରଖିଛନ୍ତି କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ। ସ୍ପେଶାଲ ପ୍ରୋଟେକ୍ସନ୍ ଗ୍ରୁପ୍ ସୁରକ୍ଷାରେ ଥିବା ବ୍ୟକ୍ତିଙ୍କ ଯାଞ୍ଚ ବାବଦରେ ରହିଥିବା ନିୟମକୁ ପାଳନ କରିନଥିଲେ ବୋଲି ମହମ୍ମଦ ମୋହସିନ୍ ନାମକ ଏହି ଆଇଏଏସ୍ ଅଧିକାରୀଙ୍କୁ ନିର୍ବାଚନ କମିଶନ୍ ନିଲମ୍ବନ କରିଥିଲେ।
ଏହାକୁ ନେଇ ବିରୋଧୀ ତମ୍ବି ତୋଫାନ୍ କରିଥିଲେ। ସେମାନେ କହିଥିଲେ, ନିୟମ ସମସ୍ତଙ୍କ ପାଇଁ ସମାନ ହେବାର ଆବଶ୍ୟକତା ରହିଛି। ନିର୍ବାଚନ ସମୟରେ ସମସ୍ତଙ୍କର ଯାଞ୍ଚ ହେବା ଉଚିତ।
୧୯୯୬ ବ୍ୟାଚ୍ କର୍ଣ୍ଣାଟକା କ୍ୟାଡର ମୋହସିନ୍ କ୍ଷମତା ବହିର୍ଭୁତ କାର୍ଯ୍ୟ ଏବଂ କର୍ତ୍ତବ୍ୟରେ ଅବହେଳା କରିଥିବାର ଅଭିଯୋଗ ଆସିଥିଲା। ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁରର ଜେନେରାଲ ଅବଜର୍ଭର ଭାବେ ନିଯୁକ୍ତ ଏହି ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟରକୁ ହଠାତ୍ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ମୋଦିଙ୍କ କାର୍ଯ୍ୟକ୍ରମକୁ ୧୫ ମିନିଟ୍ ଡେରି କରାଇ ଦେଇଥିଲା।
ପ୍ରଶାସନିକ ନିଯୁକ୍ତି ବାବଦରେ ବିଭିନ୍ନ ବିବାଦର ସମାଧାନ କରୁଥିବା କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ଏହି ମାମଲାର ଶୁଣାଣି ପୁଣି ଜୁନ୍ ୩ ତାରିଖରେ କରିବ। ଅର୍ଥାତ ଲୋକସଭା ନିର୍ବାଚନ ସରିବା ପରେ ଯାଇ ଏ ସଂକ୍ରାନ୍ତ କୌଣସି ନିଷ୍ପତ୍ତି ନିଆଯିବ।
from Odisha Reporter http://bit.ly/2WeolUw
No comments:
Post a Comment