ଜୁନ୍‌ ୮ରୁ ଆରମ୍ଭ ହେବ କୈଳାଶ ଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଜୁନ୍‌ ୮ରୁ ଆରମ୍ଭ ହେବ କୈଳାଶ ଯାତ୍ରା

ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଆୟୋଜନ କରୁଥିବା ‘କୈଳାଶ ମାନସରୋବର ଯାତ୍ରା’ ଚଳିତ ବର୍ଷ ଜୁନ୍‌ ୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ଯାଏ ଚାଲିବ ବୋଲି ସୂଚନା ମିଳିଛି। ଏହି ଅବଧିରେ ନାଥୁ ଲା ଏବଂ ଲିପୁଲେଖ ପାଶ୍‌ ମାର୍ଗରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଯାତ୍ରାର ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଏହି ଯାତ୍ରା ପାଇଁ ପଞ୍ଜିକରଣର ଶୁଭାରମ୍ଭ କରାଯାଇଛି। ୧୮ରୁ ୭୦ ବର୍ଷ ବୟସର ଲୋକେ ଆସନ୍ତା ମେ ୯ ତାରିଖ ଯାଏ ସେମାନଙ୍କ ନାମ ପଞ୍ଜିକରଣ କରିପାରିବେ।

ଲିପୁଲେଖ୍‌ ପାଶ୍‌ ମାର୍ଗଟି ଉତ୍ତରାଖଣ୍ଡ ଦେଇ ଯାଇଛି। ଏଥିରେ ଟ୍ରେକିଂ ବ୍ୟବସ୍ଥା ରହିଛି। ଏହି ମାର୍ଗରେ ପ୍ରତି ବ୍ୟକ୍ତିଙ୍କୁ ୧.୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ୧୮ଟି ବ୍ୟାଚ୍‌ରେ ତୀର୍ଥଯାତ୍ରୀମାନେ ଯିବେ ଏବଂ ପ୍ରତ୍ୟେକ ବ୍ୟାଚ୍‌ରେ ୬୦ ଜଣ ସଦସ୍ୟ ରହିବେ। ପ୍ରତି ବ୍ୟାଚ୍‌ ୨୪ ଦିନିଆ ଯାତ୍ରା କରିବେ। ତା’ ମଧ୍ୟରେ ଦିଲ୍ଲୀରେ ୩ ଦିନର ପ୍ରାକ୍‌ପ୍ରସ୍ତୁତି କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହି ତୀର୍ଥ ଯାତ୍ରାରେ ସେମାନେ ନାରାୟଣ ଆଶ୍ରମ ଏବଂ ପାତାଲ ଭୁବନେଶ୍ୱର ମଧ୍ୟ ଦର୍ଶନ କରିବାକୁ ପାଇବେ। ଯାତ୍ରୀମାନେ ଚିଆଲେଖ୍‌ ଉପତ୍ୟକା ବା ‘ଓମ୍‌ପ୍ରଭାତ’ ଦର୍ଶନ କରିପାରିବେ, ଯେଉଁଠାରେ ବରଫ ‘ଓମ୍‌’ ଆକୃତି ଧାରଣ କରିଥିବା ଦେଖିବାକୁ ପାଇବେ।

ସେହିଭଳି ନାଥୁଲା ମାର୍ଗରେ ଗାଡ଼ିରେ ଯାଇହେବ। ଏହା ବରିଷ୍ଠ ନାଗରିକଙ୍କ ପାଇଁ ଅଧିକ ସୁଗମ। ଗ୍ୟାଙ୍ଗଟକ୍‌ରୁ ଯାତ୍ରା ଆରମ୍ଭ କରି ତିବ୍ବତ ଦେଇ ସେମାନେ ଯିବେ। ଏଥିରେ ପ୍ରତି ବ୍ୟକ୍ତିଙ୍କୁ ୨.୫ ଲକ୍ଷ ଟଙ୍କାର ଖର୍ଚ୍ଚ ବହନ କରିବାକୁ ହେବ। ଏହି ମାର୍ଗରେ ମୋଟ ୨୧ ଦିନର ଯାତ୍ରା ରହିବ, ଯେଉଁଥିରେ ୩ ଦିନର ପ୍ରାକ୍‌ ପ୍ରସ୍ତୁତି ପାଇଁ ଦିଲ୍ଲୀରେ ରହିବାକୁ ହେବ। ପୂର୍ବବର୍ଷ ପରି ଏଥର ପ୍ରଥମ ଥର ଆବେଦନକାରୀ, ଡାକ୍ତର ଏବଂ ଦମ୍ପତିଙ୍କୁ ଅଗ୍ରାଧିକାର ଦିଆଯିବ। କମ୍ପ୍ୟୁଟରୀକୃତ ପ୍ରକ୍ରିୟାରେ ଯାତ୍ରୀ ଚୟନ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2WZwpbJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages