
ମାଣ୍ଡାଲେ(ମିଆଁମାର): ଭାରତୀୟ ମହିଳା ଫୁଟବଲ ଟିମ୍ ଏଠାରେ ଚାଲିଥିବା ଏଏଫସି ଅଲିମ୍ପିକ୍-୨୦୨୦ କ୍ୱାଲିଫାୟରର ଦ୍ୱିତୀୟ ରାଉଣ୍ଡର ତୃତୀୟ ମ୍ୟାଚରେ ଆୟୋଜକ ମିଆଁମାର ସହ ୩-୩ ଗୋଲରେ ଡ୍ର’ ଖେଳିବା ସତ୍ତେ୍ୱ ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ହାସଲ କରିବାରୁ ବଞ୍ଚିତ ହୋଇଛି।
ଅଲିମ୍ପିକ୍ କ୍ୱାଲିଫାୟରର ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ ପାଇଁ ଭାରତକୁ ନିଶ୍ଚିତ ବିଜୟ ଆବଶ୍ୟକ ହେଉଥିଲା। ଉଭୟ ମିଆଁମାର ଓ ଭାରତ ୭ ପଏଣ୍ଟ ଲେଖାଏ ପାଇଛନ୍ତି। କିନ୍ତୁ ଗୋଲ୍ ବ୍ୟବଧାନରେ ମିଆଁମାର ଭାରତଠାରୁ ୪ ଗୋଲ ଆଗରେ ରହି ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ପକ୍କା କରିଛି।
ଏହି ମ୍ୟାଚରେ ଭାରତ ପକ୍ଷରୁ ସନ୍ଧ୍ୟା ୧୦ମ, ସଞ୍ଜୁ ୩୨ତମ ଓ ରତନବାଳା ଦେବୀ ୬୪ତମ ମିନିଟରେ ଗୋଟିଏ ଲେଖାଏ ଗୋଲ୍ ଦେଇଥିବା ବେଳେ ମିଆଁମାର ପକ୍ଷରୁ ୱିନ୍ ତୁନ୍ ୧୭ତମ, ୨୨ତମ ଓ ୭୨ତମ ମିନିଟରେ ହ୍ୟାଟ୍ରିକ୍ ଗୋଲ୍ ସ୍କୋର କରିଥିଲେ। ଭାରତୀୟ ଟିମ ୬୪ତମ ମିନିଟ୍ ସୁଦ୍ଧା ୩-୨ରେ ଆଗୁଆ ଥିଲା। କିନ୍ତୁ ୭୨ତମ ମିନିଟରେ ମିଆଁମାର ନିର୍ଣ୍ଣାୟକ ଗୋଲ ଦେଇ ମ୍ୟାଚକୁ ୩-୩ରେ ଡ୍ର’ କରିଥିଲା।
ପାଞ୍ଚମାସ ପୂର୍ବେ ଅର୍ଥାତ୍ ନଭେମ୍ବରରେ ମିଆଁମାରରେ ହୋଇଥିବା ପ୍ରଥମ ରାଉଣ୍ଡରେ ଭାରତ ଦ୍ୱିତୀୟ ସ୍ଥାନରେ ରହି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ଭାରତର ପ୍ରଦର୍ଶନ ଭଲ ରହିଥିଲା। ଭାରତ ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ଇଣ୍ଡୋନେସିଆକୁ ୨-୦ ଏବଂ ନେପାଳକୁ ୩-୧ ଗୋଲରେ ହରାଇଥିଲା।
from Odisha Reporter http://bit.ly/2G1xPvA
No comments:
Post a Comment