ରାଷ୍ଟ୍ରପତି ପୁରସ୍କାର ଲାଭକଲେ ପ୍ରଫେସର ଡ. ଗୋପୀନାଥ ମହାପାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ରାଷ୍ଟ୍ରପତି ପୁରସ୍କାର ଲାଭକଲେ ପ୍ରଫେସର ଡ. ଗୋପୀନାଥ ମହାପାତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଂସ୍କୃତ ଭାଷା ଓ ସାହିତ୍ୟରେ ପାଣ୍ଡିତ୍ୟ ଲାଭ କରି ଏକାଧିକ ପୁସ୍ତକ ରଚନା କରିଥିବା ଅବସରପ୍ରାପ୍ତ ପ୍ରଫେସର ଗୋପୀନାଥ ମହାପାତ୍ର ସମ୍ମାନ ଜନକ ରାଷ୍ଟ୍ରପତି ପୁରସ୍କାର ଲାଭ କରିଛନ୍ତି। ବିଭିନ୍ନ ଭାଷାରେ ନୈପୁଣ୍ୟ, ପାଣ୍ଡିତ୍ୟ ଓ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ଏପ୍ରିଲ୍ ୪ ତାରିଖରେ ସାରା ଦେଶରୁ ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କ ଗହଣରେ ଶ୍ରୀ ମହାପାତ୍ର ଏକମାତ୍ର ଓଡ଼ିଆ ଭାବେ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ରାଷ୍ଟ୍ରପତିଙ୍କ ଅନୁପସ୍ଥିତି କ୍ରମେ ଶ୍ରୀ ମହାପାତ୍ର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାଇଡ଼ୁଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀ ମହାପାତ୍ରଙ୍କୁ ମାନପତ୍ର, ଉପଢୌକନ ଏବଂ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା।

ପୁରୀ ଜିଲ୍ଲାର ବୀରନରସିଂହପୁର ଗ୍ରାମରେ ୧୯୪୪ ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାପାତ୍ର ତାଙ୍କ ଜୀବନ କାଳରେ ଏକାଧିକ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ସଂସ୍କୃତ ବିଭାଗରେ ଅଧ୍ୟାପନା କରିଛନ୍ତି।


୨୦୦୮ରେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ କୁଳପତି ଭାବେ ଅବସର ଗ୍ରହଣ କରିଥିବା ଶ୍ରୀ ମହାପାତ୍ର ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗରେ ବିଭାଗୀୟ ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।

ଜଗନ୍ନାଥ ତତ୍ତ୍ୱ, ସ୍କନ୍ଧ ପୁରାଣ ଓ ସଂସ୍କୃତ ଭାଷାର ଇତିହାସ ଉପରେ ଶ୍ରୀ ମହାପାତ୍ର ୩୬ଟି ପୁସ୍ତକ ଓ ୧୫୦ଟି ସନ୍ଦର୍ଭ ରଚନା କରିଛନ୍ତି। ଓଡ଼ିଶାରେ ବୌଦ୍ଧ ଧର୍ମର ଉତ୍ପତି ସମ୍ବନ୍ଧରେ ମଧ୍ୟ ସନ୍ଦର୍ଭ ଲେଖିଛନ୍ତି।

ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ସଂସ୍କୃତ ଭାଷା ସାହିତ୍ୟ ଓ ଇତିହାସ ସମ୍ପର୍କରେ ଆଲୋକପାତ୍ କରିବା ସହିତ ଇଟାଲୀ, ବ୍ୟାଙ୍କକ୍‌, ଅଷ୍ଟ୍ରେଲିଆ, ଡେନମାର୍କ, ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ୍, ବେଲ୍‌ଜିୟମ୍‌, ଯୁକ୍ତରାଷ୍ଟ୍ର ଆମେରିକା, ପ୍ୟାରିସ୍‌ ଆଦି ବିଦେଶରେ ମଧ୍ୟ ନିମନ୍ତ୍ରିତ ଅତିଥିଭାବେ ବକ୍ତବ୍ୟ ରଖିଛନ୍ତି।



from Odisha Reporter http://bit.ly/2UM514r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages