ସାଧ୍ୱୀ ପ୍ରଜ୍ଞାଙ୍କୁ ‘ଆତଙ୍କବାଦୀ’ ବୋଲି କହିଲେ ଓମାର ଅବଦୁଲ୍ଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ସାଧ୍ୱୀ ପ୍ରଜ୍ଞାଙ୍କୁ ‘ଆତଙ୍କବାଦୀ’ ବୋଲି କହିଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋପାଳ ଲୋକସଭା ଆସନର ବିଜେପି ପ୍ରାର୍ଥୀ- ସାଧ୍ୱୀ ପ୍ରଜ୍ଞାଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି ‘ନ୍ୟାଶନାଲ କନଫରେନ୍‌ସ’ର ନେତା ତଥା ଜମ୍ମୁ କଶ୍ନୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା।

ଶ୍ରୀନଗରରେ ମତଦାନ କରିବା ପରେ, ସାମ୍ବାଦିକଙ୍କୁ ସେ କହିଛନ୍ତି ଯେ, ମନ୍ଦିର ମସଜିଦ୍ ନାଁରେ ଆଉ ବିଜେପିକୁ ଭୋଟ ମିଳୁନି। ସେଥିପାଇଁ ଜଣେ ଆତଙ୍କବାଦ ଅଭିଯୁକ୍ତକୁ ବିଜେପି ପ୍ରାର୍ଥୀ କରିଛି। ୨୦୦୮ ମସିହାରେ ସଂଘଟିତ ମହାରାଷ୍ଟ୍ରର ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ ସାଧ୍ୱୀ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନରେ ଆସିଥିବା ଓମାର ପ୍ରତିକ୍ରିୟାରେ କହିଛନ୍ତି।

ଜବାବରେ ସାଧ୍ୱୀ କହିଛନ୍ତି, ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ସେତେବେଳର ସରକାରର ଉଦ୍ଦେଶ୍ୟ ଥିଲା। ତେଣୁ ମୁଁ ଭାବୁଥିଲି ଓମାର ଅବଦୁଲ୍ଲା କହିବେ ସାଧ୍ୱୀକୁ ଫାଶୀଖୁଣ୍ଟରେ ଝୁଲା ହେଲାନି କାହିଁକି? ତେବେ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନରେ ଆସି ନାହାଁନ୍ତି ବୋଲି ସାଧ୍ୱୀ ପ୍ରଜ୍ଞା ସ୍ପଷ୍ଟ କରିଛନ୍ତି।

ବିଜେପିକୁ ଟାର୍ଗେଟ କରି ଓମାର ଅବଦୁଲ୍ଲା କହିଛନ୍ତି ଯେ, ବିଜେପି ପ୍ରଥମେ ପୁଲୱାମା, ବାଲାକୋଟକୁ ପ୍ରସଙ୍ଗ କରି ନିର୍ବାଚନକୁ ଓହ୍ଲାଇଲା। ଏବେ ଅନୁଭବ କରୁଛି, ଏହା ଦଳ ପାଇଁ ବୁମେରାଂ ହୋଇଛି। ତେଣୁ ଏବେ ବିଜେପି ଭୋଟ ପାଇଁ ଧର୍ମ ଆଧାରରେ ସାଧ୍ୱୀଙ୍କୁ ଭୋପାଳ ଲୋକସଭା ଆସନରୁ ଟିକେଟ ଦେଇଛି।



from Odisha Reporter http://bit.ly/2GjVRSJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages