
ଯାଜପୁର (ଗଲାମ୍ ଗସ୍): ଟିକେଟ୍ ବଣ୍ଟନକୁ ନେଇ ରାଜ୍ୟର ଅନେକ ସ୍ଥାନରେ କଂଗ୍ରେସରେ ଅସନ୍ତୋଷ ଦେଖା ଦେଇଛି। ଯାଜପୁର ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ପଡ଼ିନି। ଦୁଇ ଦିନ ତଳେ ଜିଲ୍ଲାର ଧର୍ମଶାଳା ବିଧାନସଭା ପାଇଁ ଦଳ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଥିବା ନେଇ ଘୋଷଣା କରିଥିଲା। ହେଲେ ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ଧର୍ମଶାଳାର ଅନେକ କଂଗ୍ରେସ ନେତା ଓ କର୍ମୀ।
ପ୍ରାର୍ଥୀ ଘୋଷଣା ପରେ ଧର୍ମଶାଳା କଂଗ୍ରେସର ଆଶାୟୀ ପ୍ରାର୍ଥୀ ଓ ଛାମୁଆ ସଙ୍ଗଠକମାନେ ଭୁବନେଶ୍ଵର ସ୍ଥିତ ପିସିସି କାର୍ଯ୍ୟାଳୟରେ ପହଞ୍ଚି କ୍ଷୋଭ ପ୍ରକାଶ କରିଥିଲେ। ଏହା ସହିତ ପ୍ରାର୍ଥୀ ଚୟନର ପୁର୍ନବିଚାର କରିବାକୁ ସେମାନେ ଲିଖିତ ଭାବେ ଜଣାଇଥିଲେ। ଧର୍ମଶାଳା ମାଟିର ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାକୁ ସେମାନେ ଦାବି କରିଥିଲେ।
ସ୍ମୃତିରେଖା ପହିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ଆଜି କଂଗ୍ରେସର ସ୍ଥାନୀୟ ଛାମୁଆ ନେତା ଓ କର୍ମୀମାନେ ଜାରକା ବଜାରରେ ଵିକ୍ଷୋଭ କରିଥିଲେ। ପ୍ରାର୍ଥୀ ଚୟନର ପୁନର୍ବିଚାର କରା ନଗଲେ ସେମାନେ ନିର୍ବାଚନରେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି।
from Odisha Reporter https://ift.tt/2uHgfYG
No comments:
Post a Comment