
ଥିରୁବନନ୍ତପୁରମ: କେରଳ ୱାୟନାଡ଼ ଲୋକସଭା ଆସନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରାର୍ଥୀ ହେବା ପରେ କଂଗ୍ରେସ ବିରୋଧୀ ଦଳଙ୍କ ଉଦ୍ଦେଶ୍ୟରେଏକ ବୟାନ ରଖିଛନ୍ତି। ସେ କହିଛନ୍ତି ମୁଁ ଦୁଇଟି ଆସନରୁ ଛିଡ଼ା ହୋଇ ଗୋଟିଏ ବାର୍ତ୍ତା ଦେବାକୁ ଚାହୁଁଛି ଯେ ଭାରତ ଗୋଟିଏ। ସେଥିପାଇଁ ମୁଁ ଉଭୟ ଦକ୍ଷିଣ ଭାରତ ଓ ଉତ୍ତର ଭାରତରୁ ପ୍ରାର୍ଥୀ ହୋଇଛି।
ତେବେ କେରଳର ଶାସକ ବାମପନ୍ଥୀ ମେଣ୍ଟ ରାହୁଲଙ୍କ ଏହି ନିଷ୍ପତ୍ତି କିମ୍ବା ଯୁକ୍ତିକୁ ଗ୍ରହଣ କରିନାହିଁ। ସିପିଆଇ(ଏମ) ମଧ୍ୟ ନିର୍ବାଚନରେ ରାହୁଲଙ୍କୁ ପରାସ୍ତ କରିବ ବୋଲି ଚ୍ୟାଲେଞ୍ଜ ଦେଇଛି। ତେବେ ରାହୁଲ କିନ୍ତୁ ସିପିଆଇ(ଏମ)କୁ ସମାଲୋଚନା ନକରି ତାଙ୍କ ସହ କୌଣସି ବିବାଦ ବା ବିରୋଧ କରିବାର ନାହିଁ ବୋଲି କହିଛନ୍ତି।
ସେପଟେ ରାହୁଲ ଗାନ୍ଧି ଆମେଥି ଛାଡ଼ି ୱାୟନାଡ଼ରେ ନିର୍ବାଚନ ଲଢ଼ିବାର ଅର୍ଥ ସେ ଆମେଥିକୁ ଧୋକା ଦେଇଛନ୍ତି ବୋଲି ବିଜେପିର ଆମେଥି ପ୍ରାର୍ଥୀ ତଥା ତାଙ୍କ ପ୍ରତିଦ୍ଵନ୍ଦ୍ଵୀ ସ୍ମୃତି ଇରାନୀ କହିଛନ୍ତି। ଦୀର୍ଘ ବର୍ଷ ଧରି ସାଂସଦ ରହିବା ପରେ ଏବେ ରାହୁଲ ଗାନ୍ଧି ପଳାୟନପନ୍ଥୀ ସାଜିଛନ୍ତି ବୋଲି ସ୍ମୃତି କହିଛନ୍ତି।
from Odisha Reporter https://ift.tt/2FThB7X
No comments:
Post a Comment