
ବାଙ୍କୀ(ଓଡ଼ିଶା ରିପୋର୍ଟର):ତୃତୀୟ ପର୍ଯ୍ୟାୟ ମତଦାନ ହେବ ଏପ୍ରିଲ ୨୩ ତାରିଖ। ଆଜି ପ୍ରଚାରର ଶେଷଦିନ। ବାଙ୍କୀ ବିଧାନସଭା ଆସନରେ ଶେଷ ପ୍ରଚାର ଆଜି ଜୋରଦାର ହୋଇଛି। ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ ଆଜି ବିରାଟ ଶୋଭାଯାତ୍ରାରେ ବାଙ୍କୀ NAC ବୁଲୁଛନ୍ତି। NACର ୧୭ଟି ୱାର୍ଡ ବୁଲି ଭୋଟରମାନଙ୍କୁ ନିଜ ସପକ୍ଷରେ ମତଦାନ କରିବା ପାଇଁ ନିବେଦନ କରୁଛନ୍ତି। ସାଙ୍ଗରେ ଅଛନ୍ତି କଟକ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗତ ୧୯ ବର୍ଷ ଧରି ରାଜ୍ୟରେ ବିଜେଡ଼ି ସରକାର ରାଜ୍ୟ ଚଳାଇଲେ। ବାଙ୍କୀରେ ଦୁଇ ଦଶନ୍ଧି ଧରି ଥିବା ବିଧାୟକ ଚିଟ୍ ଫଣ୍ଡ ଦୁର୍ନୀତିରେ ପଡି ବାଙ୍କୀ ମାଟିର ସ୍ୱାଭିମାନ ନଷ୍ଟ କଲେ। ତେଣୁ ଏପରି ସରକାରଙ୍କୁ ବର୍ଜନ କରି ବିଜେପିକୁ ସମର୍ଥନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହତାମୁଠାକୁ ଟାଣ କରିବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ ଏମାନେ। ଏହି ମେଗା ରୋଡ ସୋ ତ୍ରିଶୁଳିଆ ଛକଠାରୁ ବାହାରି ବାରଙ୍ଗ ଅଞ୍ଚଳ ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ହଜାର ହଜାର ବିଜେପି ସମର୍ଥକ ଯୋଗ ଦେଇଥିଲେ।
from Odisha Reporter http://bit.ly/2UKoQZS
No comments:
Post a Comment