ଗୁଜରାଟରେ ଗର୍ଜିଲେ ମୋଦି, ମାଗିଲେ ପୁଣି ୨୬ରୁ ୨୬ ଆସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ଗୁଜରାଟରେ ଗର୍ଜିଲେ ମୋଦି, ମାଗିଲେ ପୁଣି ୨୬ରୁ ୨୬ ଆସନ

ଅହମଦାବାଦ: ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ଶେଷ ହେଉଛି ପ୍ରଚାର। ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ପ୍ରଚାର କରି ୨୦୧୪ ଭଳି ୨୦୧୯ରେ ପୁଣି ୨୬ ଆସନରୁ ୨୬ଟି ଆସନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ଅପିଲ୍ କରିଛନ୍ତି।
ଏଥିସହ ଅସ୍ମିତାର କାର୍ଡ ଖେଳିଛନ୍ତି ମୋଦି। ନିଜ ମାଟିର ପୁଅ ଯେତେବେଳେ ପ୍ରଧାନମନ୍ତ୍ରୀ ରହିଛି ସେତେବେଳେ ଅନ୍ୟ କାହା ପାଇଁ ଭୋଟ ଦେବା କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଗୁଜରାଟରୁ ଯଦି ଗୋଟିଏ ଆସନ ବି କମିଯିବ ତାହେଲେ ମୋତେ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିବ। ଏମିତିକି ଅନ୍ୟ ରାଜ୍ୟରୁ ବିଜେପିକୁ ସମର୍ଥନ ମିଳୁଥିବା ବେଳେ ଯଦି ଗୁଜରାଟରୁ ୨୦୧୪ ପରି ସମର୍ଥନ ନମିଳିବ, ତାହେଲେ ତାଙ୍କୁ ଆତ୍ମସନ୍ତୋଷ ମିଳିବ ନାହିଁ ବୋଲି କହିଥିଲେ ମୋଦି।
ତେଣୁ ୨୦୧୪ ଭଳି ଚଳିତଥର ମଧ୍ୟ ୨୬ରୁ ୨୬ ସାଂସଦ ଆସନରେ ତାଙ୍କ ପାଇଁ ଭୋଟ ଦିଅନ୍ତୁ ବୋଲି ଉତ୍ତର ଗୁଜରାଟର ପାଟନରେ ଏକ ରାଲିରେ ଯୋଗ ଦେଇ କହିଛନ୍ତି ମୋଦି। ଏପ୍ରିଲ ୨୩ରେ ଦେଶରେ ମୋଟ ୧୧୬ଟି ଲୋକସଭା ଆସନ ପାଇଁ ମତଦାନ ହେବ। ଏଥିମଧ୍ୟରୁ ଗୁଜରାଟର ୩ ଲୋକସଭା ଆସନ ରହିଥିବା ବେଳେ ଗୋଟିଏ ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ।


from Odisha Reporter http://bit.ly/2GD3fZN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages