ବିଶ୍ୱକପ୍‌ ଶୁଟିଂ: ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଲେ ମନୁ ଭାକର ଓ ସୌରଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ବିଶ୍ୱକପ୍‌ ଶୁଟିଂ: ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଲେ ମନୁ ଭାକର ଓ ସୌରଭ

ବେଜିଂ: ଚାଇନାରେ ଚାଲିଥିବା ବିଶ୍ୱକପ୍‌ ଶୁଟିଂ ଇଭେଣ୍ଟରେ ଭାରତର ଦୁଇ ଯୁବ ଶୁଟର ମନୁ ଭାକର ଓ ସୌରଭ ଚୌଧୁରୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବିଶ୍ୱକପ୍‌ ଶୁଟିଂର ମିକ୍ସଡ୍‌ ଟିମ୍‌ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାକର ଓ ସୌରଭ ଯୋଡ଼ି ଏହି ସଫଳତା ପାଇଛନ୍ତି।

ଏହି ଇଭେଣ୍ଟର ଫାଇନାଲ୍‌ରେ ଭାକର ଓ ସୌରଭ ଚାଇନାର ଜିଆଙ୍ଗ ରାନକ୍ସିନ ଓ ପାଙ୍ଗ ୱେଇଙ୍କୁ ୧୬-୬ ବ୍ୟବଧାନରେ ପରାସ୍ତ କରି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୪୮୨ ପଏଣ୍ଟ ସହ ମନୁ ଭାକର ଓ ସୌରଭ ଚୌଧୁରୀ ୫ମ ସ୍ଥାନରେ ରହି ଫାଇନାଲ୍‌ ରାଉଣ୍ଡରେ ପ୍ରବେଶ କରିଥିଲେ। କିନ୍ତୁ ଫାଇନାଲରେ ଏହି ଦୁଇ ଯୁବ ଭାରତୀୟ ଶୁଟର ନିଜର ଦବଦବା ଦେଖାଇଥିଲେ।

ବୁଧବାର ଭାକର ମହିଳା ଏକକ ବର୍ଗର ୧୦ ଏମ ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ।

ଏହି ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ପୂର୍ବରୁ ୧୦ ମିଟର ଏୟାର ରାଇଫଲ୍‌ ମିକ୍ସଡ୍‌ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତର ଅଞ୍ଜୁମ ମୋଦଗିଲ ଓ ଦିବ୍ୟାଂଶ ସିଂହ ପାନୱର ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ଭାରତୀୟ ଯୋଡ଼ି ମଧ୍ୟ ଚାଇନାକୁ ହରାଇଛନ୍ତି।



from Odisha Reporter http://bit.ly/2UT1iSO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages