ଉଦ୍ଧାର ହେଲେ ପଶ୍ଚିମବଙ୍ଗର ନିଖୋଜ୍ ନିର୍ବାଚନ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ଉଦ୍ଧାର ହେଲେ ପଶ୍ଚିମବଙ୍ଗର ନିଖୋଜ୍ ନିର୍ବାଚନ ଅଧିକାରୀ

କୋଲକାତା: ପଶ୍ଚିମବଙ୍ଗର ନିଖୋଜ ନିର୍ବାଚନ ଅଧିକାରୀ ଅର୍ଣ୍ଣବ ରୟ ଶେଷରେ ହାୱଡ଼ା ରେଲଓ୍ୱେ ଷ୍ଟେସନ ପାଖରୁ ଉଦ୍ଧାର ହୋଇଛନ୍ତି। ପୁଲିସ ଆଜି ତାଙ୍କୁ ଠାବ କରିଛି। ଅଧିକ ତଦନ୍ତ ପରେ ସେ ନିଖୋଜ ହେବାର କାରଣ ଜଣା ପଡ଼ିବ ବୋଲି ଡିଆଇଜି ନିଶାନ୍ତ ପରଭେଜ କହିଛନ୍ତି। ଏବେ ଅର୍ଣ୍ଣବ ତାଙ୍କ ଶ୍ୱଶୁର ଘରେ ସୁରକ୍ଷିତ ଏବଂ ସୁସ୍ଥ ଥିବା ଜଣାପଡ଼ିଛି।
 
ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ନଦିଆ ଜିଲ୍ଲାର ବିପ୍ରଦାସ ଚୌଧୁରୀ ପଲିଟେକନିକ୍ କଲେଜରେ ଥିବା ବୁଥରେ ଅର୍ଣ୍ଣବ ରୟ ଇଭିଏମ୍ ଏବଂ ଭିଭିପ୍ୟାଟ ଦାୟିତ୍ୱରେ ନିୟୋଜିତ ଥିଲେ। କିନ୍ତୁ ପାଖାପାଖି ୧୨ଟା ୩୦ ପରେ ସେ ନିଖୋଜ୍ ହୋଇ ଯାଇଥିଲେ।
 
ଏହାପରେ ପୁଲିସ ପ୍ରାଥମିକ ତଦନ୍ତ କରି କହିଥିଲେ ପାରିବାରିକ କଳହ କାରଣରୁ ଅର୍ଣ୍ଣବ ମାନସିକ ଚାପଗ୍ରସ୍ତ ହୋଇ ନିଜେ ନିଖୋଜ ହୋଇଥାଇ ପାରନ୍ତି। ତେବେ ପୁଲିସ ଅଧିକାରୀଙ୍କ ଏପରି ମନ୍ତବ୍ୟକୁ ଅର୍ଣ୍ଣବ ରୟଙ୍କ ସ୍ତ୍ରୀ ଖଣ୍ଡନ କରିଥିଲେ। ସୋଶାଲ ମିଡିଆ ଫେସବୁକ୍ ଜରିଆରେ ନିଜର ପ୍ରତିକ୍ରିୟା ରଖି ସେ କହିଥିଲେ ଅର୍ଣ୍ଣବ ଆଦୌ ଚାପଗ୍ରସ୍ତ ନଥିଲେ ଏବଂ ସ୍ୱାମୀଙ୍କ (ଅର୍ଣ୍ଣବ) ସହିତ ତାଙ୍କର ସମ୍ପର୍କ ବହୁତ ଭଲ ବୋଲି ସ୍ପଷ୍ଟ କରିଥିଲେ।


from Odisha Reporter http://bit.ly/2GBAtZ8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages