ବିଜେଡି ବିଧାୟକ ଟୁକୁନି ସାହୁଙ୍କୁ ପୁଣି ବିରୋଧ; ଉଦ୍ଧାର କଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ବିଜେଡି ବିଧାୟକ ଟୁକୁନି ସାହୁଙ୍କୁ ପୁଣି ବିରୋଧ; ଉଦ୍ଧାର କଲା ପୁଲିସ୍‌

TUKUNISAHU

ଟିଟିଲାଗଡ଼ (ମାନସ ମହାନ୍ତି): ଭୋଟ୍ ଦିନ ଯେତିକି ପାଖେଇ ଆସୁଛି ଟିଟିଲାଗଡ଼ର ବିଜେଡି ବିଧାୟକ ଟୁକୁନି ସାହୁଙ୍କ ପ୍ରତି ଭୋଟରଙ୍କ ଅସନ୍ତୋଷ ସେତିକି ବଢୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ତାଙ୍କୁ ଭୋଟର ବିରୋଧ କରୁଥିବା ଦେଖାଯାଉଛି। ଟିଟିଲାଗଡ଼ର ଶିଭ୍ରଟାପଡ଼ା ପରେ ୧୪ ନମ୍ବର ୱାର୍ଡରେ ତାଙ୍କୁ ଭୋଟରଙ୍କ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଛି।

ଏଥର ବି ବିଜେଡି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିବା ଟୁକୁନି ସାହୁ ଆଜି ଟିଟିଲାଗଡ଼ର ୧୪ ନମ୍ବର ୱାର୍ଡକୁ ପ୍ରଚାର କରିବାକୁ ଯାଇଥିଲେ। ତେବେ ସେଠାରେ ତାଙ୍କୁ ସ୍ଥାନୀୟ ଲୋକେ ଘେରି ଯାଇଥିଲେ। ଗଲା ୫ ବର୍ଷରେ ସେମାନଙ୍କ ଅଞ୍ଚଳରେ କୌଣସି ବିକାଶ ହୋଇନି ବୋଲି ସେମାନେ ଅଭିଯୋଗ କରିଥିଲେ। ‘ବିଜେଡି ଗୋ ବ୍ୟାକ୍‌’, ‘ଟୁକୁନି ସାହୁ ମୁର୍ଦ୍ଦାବାଦ୍‌’ କହି ସେମାନେ ନାରାବାଜି ବି କରିଥିଲେ। ଲୋକେ ଟୁକୁନି ସାହୁଙ୍କୁ ୫ ବର୍ଷର ହିସାବ ମାଗି ଏକ ପ୍ରକାର ଅଟକ ରଖି ଦେଇଥିଲେ। ପରିସ୍ଥିତି ଏମିତି ହେଲା ଯେ ଶେଷରେ ପୁଲିସ୍ ଆସି ବିଧାୟକଙ୍କୁ ଉଦ୍ଧାର କରିଥିଲା।

ଶୁଭ୍ରଟାପଡ଼ାରେ ଟୁକୁନି ସାହୁ ହଟହଟା ହେବାର ଭିଡିଓ ଭାଇରାଲ୍ ହୋଇଥିଲା। ସେଠାରେ ବି ଲୋକେ ତାଙ୍କୁ ଘେରି ଯାଇ ୫ ବର୍ଷର ହିସାବ ମାଗିଥିଲେ। ଗଲା ୫ ବର୍ଷରେ ସେମାନଙ୍କ ଅଞ୍ଚଳରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। ଏହା ସହିତ ପଡ଼ାରେ ପୂରାଇ ଦେବେନି ବୋଲି କହିଥିଲେ।



from Odisha Reporter http://bit.ly/2IuZnfP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages