ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଉପରେ ଧର୍ମେନ୍ଦ୍ରଙ୍କ କଡ଼ା ଟିପ୍ପଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଉପରେ ଧର୍ମେନ୍ଦ୍ରଙ୍କ କଡ଼ା ଟିପ୍ପଣୀ

dharmendra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୟ କରି ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅସୂୟା ଭାବ ପ୍ରକାଶ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଈର୍ଷାନ୍ୱିତ ହୋଇ ନରେନ୍ଦ୍ର ମୋଦି କୂଆଡେ ଥିଲେ ଓ ଦିଲ୍ଲୀ ଇଞ୍ଜିନ କେଉଁଠି ଥିଲା ବୋଲି ପ୍ରଶ୍ନ କରୁଛନ୍ତି। ମୋଦିଙ୍କ ଜନପ୍ରିୟତାରେ ଇର୍ଷାନ୍ୱିତ ହୋଇ ମୁଖ୍ୟମନ୍ତ୍ରୀ ଅନର୍ଗଳ ଭାବେ ଯେତେ ଗାଳି ଦେଲେ, ଓଡିଆ ଲୋକଙ୍କ ଆସ୍ଥା ମୋଦିଙ୍କ ଉପରେ ସେତେ ବଢ଼ିବ ବୋଲି ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଇଞ୍ଜିନ କେଉଁଠି ଥିଲା ବୋଲି ଅଭିଯୋଗ ଉପରେ କଡା ଟିପ୍ପଣୀ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ୩ ବର୍ଷ ପୂର୍ବେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ନିଆଁ ଲାଗିଥିବା ବେଳେ ରାତି ସାଢେ ୧୦ଟାରେ ମୋଦି ନବୀନଙ୍କୁ ନିଦରୁ ଉଠାଇଥିବା ସମସ୍ତେ ଜାଣନ୍ତି । ଲୋକମାନେ ହଇରାଣରେ ଥିବା କଥା ପ୍ରଧାନମନ୍ତ୍ରୀ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ସୂଚାଇବା ପରେ ହିଁ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିଲେ। ଏ ଗୁଡ଼ିକ ତଥ୍ୟ ଓ ପ୍ରମାଣ ସହ ସାମାଜିକ ଗଣମାଧ୍ୟରେ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ନବକଳେବରର ଦାୟିତ୍ୱ କିଏ ନେଇଥିଲା? ୨୦୧୫ ଅପ୍ରେଲ ୧ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନେଇ କିଏ ରାଉରକେଲା ଯାଇଥିଲା? ଆଇଆଇଟିର ଲୋକାର୍ପଣ ବେଳେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ଯାଇଥିବା ବେଳେ ତାଙ୍କ ସାମ୍ନାରେ ପାଇକବିଦ୍ରୋହ ସ୍ମାରକୀ ପାଇଁ ଜମି ଯୋଗାଇବାକୁ ପ୍ରତିଶ୍ରୁତି ଦେଇ ପାଳନ କରିନି କିଏ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ବରଗଡ଼ର ବିକାଶ ପାଇଁ ଯାଇଥିବା ବେଳେ ପୋଲିସର ଉପସ୍ଥିତିରେ ଗୁଣ୍ଡା ମାଧ୍ୟମରେ କିଏ ତାଙ୍କୁ ଟେକା, ପଥର ମାରିଥିଲା? ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ଚକଡା ପୋକ ପ୍ରଭାବିତ ସମୟରେ ବରଗଡ଼କୁ କିଏ ଯାଇଥିଲା? ଏହି ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଯାଇଥିଲେ । ମୁଖ୍ୟମନ୍ତ୍ରୀ ଯାଇଥିଲେ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଆ ଲୋକଙ୍କୁ ସାମ୍ନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସତସାହସ ଓ ନୈତିକତା ନାହିଁ । ଯଦି ମୁଖ୍ୟମନ୍ତ୍ରୀ ବିଜେପୁର ନିର୍ବାଚନ ଲଢୁଛନ୍ତି, ଯଦି ସେ ନିଜ ଭୁଲକୁ ସୁଧାରିବା ପାଇଁ ଚାହୁଁଛନ୍ତି ବା ଓଡ଼ିଆ ଲୋକଙ୍କ ପ୍ରତି ତିଳେ ମାତ୍ର ଦରଦ ଥାଏ, ତେବେ ମୃତ ଚାଷୀ ବୃନ୍ଦା ସାହୁଙ୍କ ଘରକୁ ଶଙ୍ଖାରି ଓଡ଼ିଆ ଲୋକଙ୍କୁ ଭଲ ପାଇବା କଥା କୁହନ୍ତୁ।

ରାଜ୍ୟରେ ଲୋକଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି, ବିଜୁଳି ନାହିଁ, ରୋଜଗାର ନାହିଁ, ଡାକ୍ତର ନାହାନ୍ତି ଏ ସବୁ ଅବ୍ୟବସ୍ଥା ଦେଖାଯାଇଥିବ ବେଳେ ଶାସକ ଦଳର ବିଧାୟକମାନେ ନିର୍ବାଚନ ପ୍ରଚାର କରିବାକୁ ଯାଉଥିବା ବେଳେ ଲୋକମାନେ ତାଙ୍କୁ ଘେରି ପ୍ରଶ୍ନ ପଚାରୁଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଉତ୍ତର ନଥିବା ବେଳେ କେବଳ ଉତେଜନା ଓ ବିଦ୍ୱେଷ ତିଆରି କରିବା ପାଇଁ ନରେନ୍ଦ୍ର ମୋଦି ଓ ଓଡ଼ିଆ ଲୋକଙ୍କ ମଧ୍ୟରେ ବାଧା ତିଆରି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହା ଶେଷ ଅପଚେଷ୍ଟା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଚା’ ବିକାଳି ଓ ବାସନ ମଜାଳିର ପୁଅର ଜନପ୍ରିୟତା ବଢିଲେ ନବୀନ ବାବୁ ଭଳି ସାମନ୍ତବାଦୀ ଲୋକଙ୍କ ଚିନ୍ତା ବଢିବା ସ୍ୱଭାବିକ। ବିକାଶ ପାଇଁ ନରେନ୍ଦ୍ର ମୋଦି କେବେ ରାଜନୈତିକ ବାଛ୍ବିଚାର ରଖି ନାହାନ୍ତି। ଓଡ଼ିଆ ଲୋକଙ୍କର ଉନ୍ନତି ହେଉ, ଓଡ଼ିଆ ଯୁବକକୁ ରୋଜଗାର ମିଳୁ, ଓଡ଼ିଆ ମା’ ଭଉଣୀ ସୁରକ୍ଷିତ ରହନ୍ତୁ, ଏ ଗୁଡ଼ିକ ସବ୍ କି ସାଥ୍ ସବ୍ କି ବିକାଶର ଅଂଶ ବିଶେଷ।



from Odisha Reporter http://bit.ly/2GlUowA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages