୨ ବର୍ଷରେ ଚାକିରି ହରାଇଛନ୍ତି ୫୦ ଲକ୍ଷ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

୨ ବର୍ଷରେ ଚାକିରି ହରାଇଛନ୍ତି ୫୦ ଲକ୍ଷ ଲୋକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ନଭେମ୍ବର ମାସରେ ଘୋଷଣା କରିଥିବା ବିମୁଦ୍ରାକରଣ ପରେ ଚାକିରି କ୍ଷେତ୍ରରେ ଏହାର ପ୍ରଭାବ ଯଥେଷ୍ଟ ପଡ଼ିଥିଲା। ୨୦୧୬ ବିମୁଦ୍ରାକରଣ ଠାରୁ ୨ ବର୍ଷ ମଧ୍ୟରେ ଦେଶର ୫୦ ଲକ୍ଷ ଲୋକ ନିଜର ଚାକିରି ହରାଇଛନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟ କରିବା ଭଳି ଏକ ରିପୋର୍ଟ ପ୍ରକାଶ ପାଇଛି।

‘ଷ୍ଟେଟ୍‌ ଅଫ ୱାର୍କିଂ ଫର ଇଣ୍ଡିଆ ୨୦୧୯’ ରେ ପ୍ରକାଶ ପାଇଛି। ଏହି ରିପୋର୍ଟଟିକୁ ବେଙ୍ଗାଲୁରୁରେ ଥିବା ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସଷ୍ଟେନେବୁଲ ଏମ୍ପଲୟମେଣ୍ଟ ପକ୍ଷରୁ ସାର୍ବଜନୀନ କରାଯାଇଛି।

ତେବେ ଏହି ସବୁ ଚାକିରି ହରାଇବା ପାଇଁ ଯେ କେବଳ ବିମୁଦ୍ରାକରଣ ଦାୟୀ ସେକଥା ନିର୍ଦ୍ଦିଷ୍ଟ ଭାବେ ଏଥିରେ କୁହାଯାଇ ନାହିଁ। କେବଳ ବିମୁଦ୍ରାକରଣ ପରେ ଲୋକମାନେ ଚାକିରି ହରାଇବା ଆରମ୍ଭ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଗତ ୨ ବର୍ଷରେ ୫୦ ଲକ୍ଷ ଲୋକ ଚାକିରି ହରାଇଥିବା ଏଥିରେ କୁହାଯାଇଛି।

ରିପୋର୍ଟ ଅନୁଯାୟୀ, ଗତ ୨ ବର୍ଷ ମଧ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଚାକିରି ହରାଇଛନ୍ତି। ଲୋକମାନେ ଚାକିରି ହରାଇବା ଚିନ୍ତାର ବିଷୟ। ତେଣୁ ଏହା ବିମୁଦ୍ରାକରଣ ଯୋଗୁ ହେଉ କିମ୍ବା ଅନ୍ୟ କାରଣରୁ, ତଥାପି ସରକାର ଏହାକୁ ଗୁରୁତ୍ୱର ସହ ନେବା ଉଚିତ। ଏଥିସହ ଏହି ସମସ୍ୟାକୁ ମୁକାବିଲା କରିବାକୁ ତୁରନ୍ତ ନୂଆ ପଦକ୍ଷେପ ନେବା ଦରକାର।

ଅବଶ୍ୟ ୨୦୧୧ ପରଠାରୁ ଦେଶରେ ବେକାରୀ ସମସ୍ୟା ଧିରେଧିରେ ବଢ଼ୁଥିଲା। ବିଶେଷ କରି ଉଚ୍ଚ ଶିକ୍ଷିତ ଏବଂ ଯୁବଗୋଷ୍ଠୀ ଏହି ବେକାରୀ ତାଲିକାରେ ରହିଛନ୍ତି। କିନ୍ତୁ ଏହି ଦୁଇ ବର୍ଷ ମଧ୍ୟରେ ଉଚ୍ଚ ଶିକ୍ଷିତଙ୍କ ତୁଳନାରେ କମ୍‌ ଶିକ୍ଷିତ ଯୁବଗୋଷ୍ଠୀ ଚାକିରି ହରାଇବା ସହ କର୍ମକ୍ଷେତ୍ରରୁ ବିଚ୍ୟୁତ ହୋଇଛନ୍ତି।”

ନିର୍ବାଚନ ମାହୋଲରେ ଏଭଳି ରିପୋର୍ଟ ସରକାରଙ୍କ ଅଡ଼ୁଆକୁ ବଢ଼ାଇ ଦେଇଛି। କିଛିଦିନ ତଳେ ସରକାରୀ ସୂତ୍ରରୁ ଲିକ୍‌ ହୋଇଥିବା ରିପୋର୍ଟରେ ମଧ୍ୟ ବେକାରି ସମସ୍ୟା ଉତ୍କଟ ଥିବା କୁହାଯାଇଥିଲା। ୨୦୧୭-୧୮ର ବେକାରୀ ସମସ୍ୟା ୪୫ ବର୍ଷର ରେକର୍ଡ ଭାଙ୍ଗିଥିବା ମଧ୍ୟ ଏଥିରେ କୁହାଯାଇଥିଲା।

ନ୍ୟାଶନାଲ ସାମ୍ପଲ ସର୍ଭେର ପିରୟୋଡିକ୍‌ ଲେବର ଫୋର୍ସ ପକ୍ଷରୁ ଜୁଲାଇ ୨୦୧୭ରୁ ୨୦୧୮ ଜୁନ୍‌ ପର୍ଯ୍ୟନ୍ତ ସର୍ଭେ କରାଯାଇଥିଲା। ଏଥିରେ ବେକାରୀ ହାର ୬.୧% ରହିଥିବା ଜଣାପଡ଼ିଥିଲା। ଏହା ୧୯୭୨-୭୩ ପରେ ସର୍ବାଧିକ ରହିଥିଲା। ଏହି ରିପୋର୍ଟ ସରକାରଙ୍କ ପାଖରେ ପହଞ୍ଚିଥିଲା। କିନ୍ତୁ ଏହାକୁ ସରକାର ଲୁଚାଇ ରଖିଥିଲେ। ପରେ ଏହା ଗୁପ୍ତ ଭାବେ ଗଣମାଧ୍ୟମରେ ପହଞ୍ଚି ଯାଇଥିଲା। ଏହି ରିପୋର୍ଟକୁ ନେଇ ବିରୋଧୀ ସରକାରଙ୍କ ଉପରେ ହମ୍‌ଲା କରିବାରୁ ନୀତି ଆୟୋଗ ଭାଇସ୍‌ ଚେୟାରମ୍ୟାନ୍‌ ରାଜୀବ କୁମାର ଏଥିରେ ତାଳି ପକାଇବାକୁ ଉଦ୍ୟମ କରିଥିଲେ।



from Odisha Reporter http://bit.ly/2Gwhhwf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages