ବିଶ୍ୱକପ୍ ପାଇଁ ଇଂଲଣ୍ଡର ପ୍ରିଲିମିନାରୀ ସ୍କ୍ୱାଡ୍ ଘୋଷିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ବିଶ୍ୱକପ୍ ପାଇଁ ଇଂଲଣ୍ଡର ପ୍ରିଲିମିନାରୀ ସ୍କ୍ୱାଡ୍ ଘୋଷିତ

ଲଣ୍ଡନ: ଆଇସିସି ବିଶ୍ୱକପ୍ ପାଇଁ ଆଉ କମ୍ ସମୟ ବାକି ରହିଲା। ଅଷ୍ଟ୍ରେଲିଆ ଓ ଭାରତ ପରେ ଏବେ ଆୟୋଜକ ଇଂଲଣ୍ଡ ପ୍ରିଲିମିନାରୀ ୧୫ଜଣିଆ ଖେଳାଳିଙ୍କ ନାମ ଘୋଷଣା କରିଛି। ଟିମର ନେତୃତ୍ୱ ଇଆନ୍ ମୋର୍ଗାନ ନେବେ ଏବଂ ୱିକେଟକିପର ଜୋସ ବଟଲରଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି।

ତେବେ ଇଂଲଣ୍ଡର ଏହା ଫାଇନାଲ୍ ସ୍କ୍ୱାଡ୍ ନୁହେଁ। ପାକିସ୍ତାନ ବିପକ୍ଷ ମେ’ ୧୯ରେ ହେବାକୁଥିବା ହେଡିଙ୍ଗଲେ ଦିନିକିଆ ପରେ ଫାଇନାଲ୍ ସ୍କ୍ୱାଡର ଘୋଷଣା କରାଯିବ। ଟିମରେ ଟମ୍ କରାନ୍, ଜୋ ଡେନଲୀ ଓ ଡେଭିଡ୍ ୱିଲିଙ୍କୁ ସାମିଲ୍ କରାଯାଇଛି। ଆଇପିଏଲରେ ଖେଳୁଥିବା ଇଂଲିଶ କ୍ରିକେଟର୍ ଆସନ୍ତା ୨୬ ତାରିଖ ପୂର୍ବରୁ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ଇଂଲଣ୍ଡ ଫେରିଯିବେ।

ତେବେ ଇଂଲଣ୍ଡ ଦଳରେ ବାର୍ବାଡୋସ୍ ଜନ୍ମିତ ଜୋଫ୍ରା ଆର୍ଚରଙ୍କୁ ଏହି ପ୍ରିଲିମିନାରୀ ଦଳରେ ସାମିଲ୍ କରାଯାଇନାହିଁ। କିନ୍ତୁ ଆର୍ଚରଙ୍କ ପାଇଁ ବିଶ୍ୱକପ୍ ରାସ୍ତ ବନ୍ଦ ହୋଇନାହିଁ। ଆଗାମୀ ଆୟର୍ଲ୍ୟାଣ୍ଡ ଓ ପାକିସ୍ତାନ ବିପକ୍ଷ ସିରିଜ୍ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି।

ଆର୍ଚରଙ୍କୁ ନେଇ ଟିମ୍ ସିଲେକ୍ଟର ଏଡ୍ ସ୍ମିଥ୍ କହିଛନ୍ତି, “ଘରୋଇ ଓ ଫ୍ରାଞ୍ଚାଇଜି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆର୍ଚରଙ୍କ ପ୍ରଦର୍ଶନ ଚୟନକମିଟିକୁ ପ୍ରଭାବିତ କରିଛି। ଆର୍ଚର ଜଣେ ପ୍ରତିଭାଶାଳୀ କ୍ରିକେଟର୍। ଆୟର୍ଲ୍ୟାଣ୍ଡ ଓ ପାକିସ୍ତାନ ବିପକ୍ଷ ସିରିଜରେ ତାଙ୍କ ପ୍ରଦର୍ଶନ ଦେଖିବା ପରେ ଆମେ କୌଣସି ନିଷ୍ପତ୍ତି ନେବୁ।’ ସ୍ମିଥ୍ ଆହୁରି କହିଛନ୍ତି, ଆଇସିସି ରେଗୁଲେସନ୍ ଅନୁଯାୟୀ, ୨୩ ଏପ୍ରିଲ୍ ସୁଦ୍ଧା ବିଶ୍ୱକପ୍ ପାଇଁ ଟିମ୍ କରାଯିବା ଦରକାର। ଏହି କାରଣରୁ ଆମେ ପ୍ରିଲିମିନାରୀ ଟିମ୍ ଘୋଷଣା କରିଛୁ ବୋଲି ସ୍ମିଥ୍ କହିଛନ୍ତି।

ମୋର୍ଗାନଙ୍କ ନେତୃତ୍ୱରେ ଲିଆମ୍ ପ୍ଲଙ୍କେଟ୍, ମାର୍କ ଉଡ୍, କ୍ରିସ୍ ଓକ୍ସ, ଡେଭିଡ୍ ୱିଲି, ଟମ୍ କରାନ୍ ଓ ବେନ୍ ଷ୍ଟୋକ୍ସ ପେସ୍ ବିଭାଗ ସମ୍ଭାଳିବେ। ବ୍ୟାଟିଂ ବିଭାଗ ଇଂଲଣ୍ଡର ମୁଖ୍ୟ ଶକ୍ତି, ଯେଉଁଥିରେ ଜନ୍ନି ବେୟାରଷ୍ଟୋ, ଜେସନ୍ ରୟ, ଜୋ ରୁଟ୍, ଷ୍ଟୋକ୍ସ, ଜୋଶ୍ ବଟଲର ଏବଂ ଆଲେକ୍ସ ହେଲ୍ସ ଭଳି ବ୍ୟାଟ୍ସମ୍ୟାନ୍ ସ୍ଥାନ ପାଇଛନ୍ତି।

ସୂଚନାଯୋଗ୍ୟ, ମେ’ ୩ ତାରିଖରେ ଇଂଲଣ୍ଡ ଆୟର୍ଲ୍ୟାଣ୍ଡ ବିପକ୍ଷ ଏକମାତ୍ର ଦିନିକିଆ ଖେଳିବ ଏବଂ ଏହା ପରେ ପାକିସ୍ତାନ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ହେବ। ଏହି ଦୁଇଟି ଯାକ ସିରିଜ୍ ଏବଂ ବିଶ୍ୱକପ୍ ପାଇଁ ମୋଟ ୧୭ଜଣିଆ ଦଳର ଘୋଷଣା କରାଯିବ। ଏହି ଦୁଇଟି ସିରିଜର ପ୍ରଦର୍ଶନ ଆଧାରରେ ଫାଇନାଲ୍ ସ୍କ୍ୱାଡ୍ ଘୋଷଣା କରାଯିବ।

ଇଂଲଣ୍ଡ ଟିମ୍: ଇଅନ୍ ମୋର୍ଗାନ୍ (ଅଧିନାୟକ), ମୋଇନ୍ ଅଲୀ, ଜନ୍ନି ବେୟାରଷ୍ଟୋ, ଜୋସ ବଟଲର (ୱିକେଟକିପର), ଜୋ ଡେନଲୀ, ଆଲେକ୍ସ ହେଲ୍ସ, ଲିଆମ୍ ପ୍ଲଙ୍କେଟ୍, ଆଦିଲ ରଶିଦ୍, ଜୋ ରୁଟ୍, ଜେସନ୍ ରୟ, ବେନ୍ ଷ୍ଟୋକ୍ସ, ଡେଭିଡ୍ ୱିଲି, କ୍ରିସ୍ ଓକ୍ସ, ମାର୍କ ଉଡ୍ ।



from Odisha Reporter http://bit.ly/2v82tOX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages