‘ବିଜେଡି ଏବେ ବିଜୁଙ୍କ ନାଁ ମାଟିରେ ମିଶାଇ ସାରିଲାଣି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

‘ବିଜେଡି ଏବେ ବିଜୁଙ୍କ ନାଁ ମାଟିରେ ମିଶାଇ ସାରିଲାଣି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିଜେପି ସହଯୋଗରେ ବିଜେଡି ଆରମ୍ଭ ହୋଇଥିଲା। ଗଠବନ୍ଧନ ଭାଙ୍ଗିଗଲା ପରେ ଦଳ ଧୀରେ ଧୀରେ ବିଗିଡ଼ିଗଲା। ଗତ କିଛିବର୍ଷ ମଧ୍ୟରେ ଏହା  ବିଜୁଙ୍କ ନାଁ ମାଟିରେ ମିଶାଇ ସାରିଲାଣି। ଓଡ଼ିଶାରେ ଏବେ ପରିବର୍ତ୍ତନର ନାରା ସବୁଆଡ଼େ ଶୁଭୁଛି। ” ଆଜି କେନ୍ଦ୍ରପଡ଼ାରେ ଏକ ନିର୍ବାଚନୀ ସଭାରେ ବିଜେଡି ସରକାର ଉପରେ ବର୍ଷି ଏମିତି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ସେ  କହିଛନ୍ତି,“ ବିଜେଡି କର୍ମୀ ଗୁଣ୍ଡାରାଜ ଚଳାଇଛନ୍ତି। ରାଜରାସ୍ତାରେ ଲୋକଙ୍କୁ ପିଟୁଛନ୍ତି, ମଦ ପିଇ ସମସ୍ତଙ୍କୁ ହଇରାଣ ହରକତ କରୁଛନ୍ତି। ଏ ସରକାରକୁ ବଦଳାଇବା ଦରକାର।”

ସାରା ଭାରତବର୍ଷରେ ନାରୀମାନେ ନିର୍ଯାତନା,ଗଣ ଦୁର୍ଷ୍କମ ଓ ହତ୍ୟାର ଶିକାର ହେଉଛନ୍ତି। ହେଲେ ଓଡ଼ିଶାରେ ଏହା ସବୁଠାରୁ ବେଶି ଦେଖିବାକୁ ମିଳୁଛି। ହେଲେ ରାଜ୍ୟ ସରକାର ନାଗରିକମାନଙ୍କୁ ସୁରକ୍ଷା ନ ଦେଇ ଅପରାଧୀମାନଙ୍କୁ ଆଶ୍ରୟ ଦେଇଛନ୍ତି ବୋଲି ବୈଜୟନ୍ତ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି,“ ହକ୍ ମାଗିବାକୁ ରାଜଧାନୀ ଆସିଥିବା ଚାଷୀଙ୍କୁ ମାଡ଼ ମରାଯାଉଛି। ପିଏମ୍ କିଷାନ ଯୋଜନାଗ୍ରହଣ କରୁ ନ ଥିବା ରାଜ୍ୟ ସରକାରକୁ ଲାଜ ଲାଗୁନାହିଁ। ରାଜ୍ୟରେ କାମଧନ୍ଦା ନପାଇ ବହୁ ଯୁବକ ଦେଶ ବାହାରକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଅକାଳରେ ମୃତ୍ୟୁବରଣ କରୁଛନ୍ତି।”

ବୈଜୟନ୍ତ କହିଛନ୍ତି,“ ଓଡ଼ିଶାରେ ୧୯ ବର୍ଷର ଶାସନ ପରେ ଗର୍ଭବତୀଙ୍କୁ ଡାକ୍ତରଖାନାକୁ କାନ୍ଧେଇକି ନେବାକୁ ପଡ଼ୁଛି। ରାସ୍ତା ନଥିବାରୁ ଲୋକମାନଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚି ପାରୁ ନାହିଁ। ଏଥିପାଇଁ କେନ୍ଦ୍ର ସରକାର ପକ୍ଷରୁ ହଜାର ହଜାର କୋଟି ଟଙ୍କା ଦିଆଯାଉଛି, ହେଲେ ରାଜ୍ୟସରକାର ତାକୁ ନେବା ପାଇଁ ନାରାଜ। ଏହି ଅପରାଧୀ ସରକାରକୁ ହଟାଇ ଦେବାକୁ ପଡ଼ିବ।”

ମୋ ପିତାଙ୍କ ପରଲୋକ ହେବା ପରେ ବିଜେଡିର କେହି ଜଣେ ବି ଆସିଲେନି। ଏଭଳି ଏକ ସରକାର ସ୍ୱାଭିମାନର କଥା କହୁଛି,ସେମାନଙ୍କୁ ଲାଜ ମାଡ଼ିବା କଥା ବୋଲି ବୈଜୟନ୍ତ କହିଛନ୍ତି।

ଉକ୍ତ ସଭାରେ ଉପସ୍ଥିତ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି,“ ଏହା ସାଧାରଣ ନୁହେଁ,ଏକ ଅସାଧାରଣ ନିର୍ବାଚନ। ୧୮ ବର୍ଷ ଧରି କ୍ଷମତାରେ ଥିବା ଶାସକ ଦଳ ଜାଣିଛନ୍ତି ଫଳ କଣ ହେବ। ସାରା ଓଡ଼ିଶାରେ ମହିଳା ଓ ଯୁବକଙ୍କ ଆଖିରୁ ଏବେ ଲୁହ ଝରୁଛି। ଜନତାର ବଳ ଆଗରେ ସମସ୍ତେ ହାର ମାନନ୍ତି, ତାହା ପ୍ରମାଣ ହେଉଛି।”

ବିଜେପିର ଏହି ବିଶାଳ ସମାବେଶରେ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ଓ ସିନେ ତାରକା ବାବୁସାନ ଉପସ୍ଥିତ ଥିଲେ।



from Odisha Reporter http://bit.ly/2OUEvj4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages