ନବୀନଙ୍କୁ ଚ୍ୟାଲେଞ୍ଜ ଦେଲେ ସୁର, “ମାଷ୍ଟର କ୍ୟାଣ୍ଟିନ୍‌ଠୁ ରାଜମହଲ ଯାଏଁ, ଗୋଟେ ଦୌଡ୍‌ ହଉ..” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ନବୀନଙ୍କୁ ଚ୍ୟାଲେଞ୍ଜ ଦେଲେ ସୁର, “ମାଷ୍ଟର କ୍ୟାଣ୍ଟିନ୍‌ଠୁ ରାଜମହଲ ଯାଏଁ, ଗୋଟେ ଦୌଡ୍‌ ହଉ..”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ଫିଟ୍‌ ଅଛନ୍ତି। ଏଣିକି ୨୦୧୯ ଯୁଦ୍ଧକୁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ନିଜ ତୁଣ୍ଡରେ ନିଜେ କହିଛନ୍ତି। କଥାଟିର ବାସ୍ତବତାକୁ ନେଇ ସନ୍ଦେହ ଥିଲେ ମଧ୍ୟ ଭାଇରାଲ ହୋଇଥିବା ଭିଡିଓ ଆଧାରରେ ଆମେ ଏହି କଥା କହୁଛୁ। ସବୁ ବେଳେ ଫିନ୍‌ ଫିନ୍‌ ଧଳା କୁର୍ତ୍ତା ପାଇଜାମାରେ ଦୃଶ୍ୟାୟିତ ହେଉଥିବା ଆମ ମୁଖ୍ୟମନ୍ତ୍ରୀ ଏହି ଭାଇରାଲ ଭିଡିଓରେ ବ୍ଲାକ ଟି’ ସର୍ଟରେ ଜଗିଙ୍ଗ୍‌ କରୁଥିବା ଦେଖିବାକୁ ମିଳିଛି। ଖାଲି ଜଗିଙ୍ଗ୍ ନୁହେଁ ଓଡିଆ ନ୍ୟୁଜ ଚ୍ୟାନେଲ୍‌ ଦେଖୁଥିବା ଓ ୨୦୧୯ ନିର୍ବାଚନକୁ ସେ ସମ୍ପୁର୍ଣ୍ଣ ସୁସ୍ଥ ଓ ଫିଟ୍‌ ବୋଲି କହୁଥିବା ମଧ୍ୟ ଦେଖିବାକୁ ମିଳିଛି। ୨ ଦିନ ଭିତରେ ଏହି ଭିଡିଓ ଭାଇରାଲ ହୋଇଯାଇଛି।

ଯାହାକୁ ନେଇ ଆଜି କଂଗ୍ରେସର ଜଟଣୀ ବିଧାୟକ ପ୍ରାର୍ଥୀ ସୁରେଶ ରାଉତରାୟ ଟିପ୍ପଣୀ କରିଛନ୍ତି। କଂଗ୍ରେସ ଭବନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୁର, ନବୀନଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି।

କହିଛନ୍ତି- “ସିଏ(ନବୀନ ପଟ୍ଟନାୟକ) ମୋଠୁ ବୟସରେ ଛୋଟ। ଦି’ ଜଣ ଯଦି ଦୌଡନ୍ତୁ ତା ହେଲେ କିଏ ଫିଟ୍‌ ଜଣାପଡନ୍ତା। ଯଦି ସିଏ ଏତେ ଫିଟ୍‌ ଅଛନ୍ତି, ତା’ ହେଲେ ମୋ ସହ ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ରାଜମହଲ ଯାଏଁ ଗୋଟେ ଦୌଡ ହଉ। ମୁଁ ତାଙ୍କଠୁ ବୟସରେ ବଡ଼। ଯଦି ଦୌଡୁ ଦୌଡୁ ସିଏ ମୋ ଆଗକୁ ଚାଲିଗଲେ, ମୁଁ ତାଙ୍କୁ ଅଭିନନ୍ଦନ କରିବି।”

ସୁରଙ୍କ ଏହି ହାସ୍ୟାସ୍ପଦ କଥା ଶୁଣି ଖବରଦାତା ସମ୍ମିଳନୀରେ ବସିଥିବା ସାମ୍ବାଦିକମାନେ ହସିଥିଲେ। ଆଉ ସେମାନଙ୍କ ହସରେ ତାଳ ଦେଇ ସୁର ହସିବା ସହ ନିର୍ବାଚନ ପରେ ପୁରୁଣା ଭୁବନେଶ୍ୱରରେ ଥିବା ଗୁଆଝରରେ ଏକ ମଉଜିଆ ଗାଧୁଆ ସାଙ୍ଗକୁ ଆମିଷ ପଙ୍ଗତ ପାଇଁ ନିମନ୍ତ୍ରଣ ଦେଇଥିଲେ।



from Odisha Reporter http://bit.ly/2UiPWr2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages